ବୈପାରୀଗୁଡାରେ ଆଜାଦ ହିନ୍ଦ ସରକାରର ୭୫ବର୍ଷ ପୂର୍ତ୍ତି ଅବସରରେ ଜନ ସଂକଳ୍ପ ଯାତ୍ରା

ବୈପାରୀଗୁଡା(ଏନ. ସନ୍ତୋଷ କୁମାର): ଅଲ ଇଣ୍ଡିଆ ଫରୱାଡ ବ୍ଲକ ପକ୍ଷରୁ ଗତ ୨୧ତାରିଖରୁ ୨୦ତାରିଖ ପର୍ଯ୍ୟନ୍ତ ଓଡିଶାର ସମସ୍ତ ସ୍ଥାନକୁ ଆରମ୍ଭ ହୋଇଥିବା ବେଳେ ଆଜି ବୈପାରୀଗୁଡା ବ୍ଲକରେ ମଧ୍ୟ ପହଂଚିଛି ଜନ ସଂକଳ୍ପ ଯାତ୍ରା |

ସଦସ୍ୟ ମାନେ କୁନ୍ଦୁରା ବ୍ଲକ ଦେଇ ବୈପାରୀଗୁଡାର ହାଇସ୍କୁଲ ଠାରେ ପହଂଚି ସେଠାରୁ ଏକ ବିରାଟ ଶୋଭାଯାତ୍ରା ରେ ବାହାରି ସହର ପରିକ୍ରମା କରିବା ପରେ ମୁଖ୍ୟଛକରେ ଉପସ୍ଥିତ ରହିଥିବା ଜନସାଧାରଣମାନଙ୍କୁ ବୀର ନେତାଜୀ ସୁଭାଷ ଚନ୍ଦ୍ର ବୋଷ କାର୍ଯ୍ୟଧାରା ସହିତ ଦେଶ ପାଇଁ ରହିଥିବା ତାଙ୍କର ଭୂମିଆ ବିଷୟରେ ଜଣେ ପରେ ଜଣେ ଅତିଥି ଭାଷଣ ମାଧ୍ୟମରେ ବୁଝାଇଥିଲେ | ନେତାଜୀ ଙ୍କ ଦ୍ୱାରା ଗଠିତ ସଂଗଠନ ଅଲ ଇଣ୍ଡିଆ ଫରୱାଡ ବ୍ଲକ ଗଠନ ହେଇଥିବାରୁ ଜଣ ସଂକଳ୍ପ ଯାତ୍ରା କରାଯାଇଛି ବୋଲି ମତ ପ୍ରକାଶ ପାଇଛି | ଅଲ ଇଣ୍ଡିଆ ଫରୱାଡ ବ୍ଲକ ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତି ରଞ୍ଜନ ମହାପାତ୍ର, କୋରାପୁଟ ଜିଲ୍ଲା ସମ୍ପାଦକ ଶମ୍ଭୁ ପ୍ରସାଦ ମହାନ୍ତି, ନବରଙ୍ଗପୁର ଜିଲ୍ଲା ସମ୍ପାଦକ କୃଷ୍ଣ ଚନ୍ଦ୍ର ପଟ୍ଟନାୟକ, କୃଷକ ନେତା ଅନୁଋଦ୍ଧ ମଲ୍ଲିକ, ଛାତ୍ର ନେତା ଭଗବାନ ସେଠି, ନାରାୟଣ ଦାସ, ଭଗବାନ ଦାସ, ଧନୁର୍ଜୟ ଦଳାଇ,ପ୍ରମୁଖ ଉପସ୍ଥିତ ରହି ବିଜେପି , କଂଗ୍ରେସ ଓ ବିଜେଡି ସରକାର କିପରି ଭାବେ ଦେଶ ଓ ରାଜ୍ୟର ଗରିବ ଶ୍ରେଣୀର ଲୋକ ମାନଙ୍କୁ ଶୋଷଣ କରୁଛନ୍ତି ସେହି ବିଷୟକୁ ନେଇ ଜନସାଧାରଣ ମାନଙ୍କୁ ଅବଗତ କରାଇଥିଲେ |

Comments are closed.