ରାଇକିଆରେ ଜନଜାତି ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ

ରାଇକିଆ (ଜଗଦୀଶ ଦାସ): କନ୍ଧମାଳ ଜିଲ୍ଲା ରାଇକିଆ ସେନ୍ଟ କ୍ୟାଥେରିଂ ଖେଳ ପଡିଆରେ ବ୍ଲକ ସ୍ତରୀୟ ଜନଜାତି ମହୋତ୍ସବ ଗୁରୁବାର ଦିନ ଉଦଘାଟି ହୋଇଯାଇଥିଲା |

ପ୍ରଥମ ଦିନରେ ଅତିଥି ଭାବେ ଜି.ଉଦୟ ଗିରି ବିଧାୟକ ଜାକବ ପ୍ରଧାନ ସ୍ୱତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ ରୋଦନ ମଲ୍ଲିକ, ବ୍ଲକ ଅଧ୍ୟକ୍ଷା ମାନିନୀ ପ୍ରଧାନ, ସତ୍ୟନାରାୟଣ ପ୍ରଧାନ, ବିଡ଼ିଓ ରଶ୍ମିରଂଜନ ମହନ୍ତ ଯୋଗ ଦେଇ ଉଦ୍ଘାଟନ କରିଥିଲେ | ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଦୀପ ପ୍ରଧାନ, ବ୍ଲକ ଉପାଧ୍ୟକ୍ଷ ସୁରେଶ ପଧାନ, ସ୍ୱତନ୍ତ୍ର ବିକାଶ ସଭ୍ୟ ଗୀତାଞ୍ଜଳି ନାୟକ ଉପସ୍ଥିତ ଥିଲେ | ଶୁକ୍ରବାର ଦିନ ବିଡ଼ିଓ , ସରପଞ୍ଚ ଓ ସବୁ ସମିତି ଲୋକ ଏବଂ ବିଡ଼ିଓ ଜିଲ୍ଲା ସଭାପତି ମାନେ ଉପସ୍ଥିତ ଥିଲେ | ବିଭିନ୍ନ ଷ୍ଟଲ ଗୁଡିକରେ ଦୁଇ ଦିନ ଧରି ଜନଜାତି ସମ୍ପର୍କିତ ପ୍ରକଳ୍ପ ପ୍ରଦର୍ଶନ କରାଯାଇଥିଲା | ଝୋଟି ପ୍ରତିଯୋଗିତା ଏବଂ ଅନେକ କିଛି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ଏବଂ ଶେଷରେ ପୁରସ୍କାର ବିତରଣ ହୋଇଥିଲା | ଏହି ଦୁଇଦିନ କାର୍ଯ୍ୟକ୍ରମରେ ବିଡ଼ିଓ ରଶ୍ମି ରଞ୍ଜନ ମହନ୍ତ ସହ ସବୁ ପ୍ରଶାସନିକ ଅଧିକାରୀ ମଧ୍ୟ ଯୋଗ ଦେଇଥିଲେ |

Comments are closed.