Related Contents

ମିତା ଅପେରସନ ହୋଇ ଫେରିବା ପରେ ତାକୁ ସମ୍ପୂର୍ଣ୍ଣ ସହଯୋଗ ଦିଆଯିବ-ଜ଼ିଲ୍ଲାପାଳ ରାୟଗଡା

ରାୟଗଡା ଜିଲ୍ଲା ପ୍ରତିନିଧି (ଅମୁଲ୍ୟ ନିସଙ୍କ): ରାୟଗଡା ଜ଼ିଲ୍ଲା ଅନ୍ତର୍ଗତ ପଦ୍ମପୁର ବ୍ଲକ ଅଧିନସ୍ତ ପେରପାଙ୍ଗ ଗ୍ରାମର ନାବାଳିକା ମିତା ଶବରର ଡାହାଣ ହାତ ଅସ୍ୱାଭାବିକ ଭାବେ ବୃଦ୍ଧି ପାଉଥିଲା, ଏ ନେଇ ପଦ୍ମପୁରର ଯୁବ ସାମ୍ବାଦିକ ଶ୍ରୀ ଜୟଦେବ ପାଣିଗ୍ରାହୀ ଏହି ମିତାର ବିଷୟ ନେଇ ସ୍ଥନୀୟ ଡାକ୍ତର ଓ ପ୍ରସାଶନକୁ ଜଣାଇଥିଲେ |

ଏହାପରେ ଜ଼ିଲ୍ଲା ପ୍ରସାଶନ ମିତାକୁ ସାହାଯ୍ୟ କରିବା ନିମନ୍ତେ ଆଗେଇ ଆସିଥିଲେ | ଜ଼ିଲ୍ଲାପାଳ ଗୂହା ପୂନମ ତାପସ କୁମାରଙ୍କ ନିର୍ଦେଶ କ୍ରମେ ଜ଼ିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ମିତାକୁ କଟକ ଏସସିବି ମେଡିକାଲ କଲେଜକୁ ପଠାଇବା ବ୍ୟବସ୍ଥା କରି ପଠାଇଥିଲେ | ଗତ ୦୫.୦୮. ୨୦୧୮ ରେ ମିତା ୦୬.୦୮. ୨୦୧୮ ରେ ଏସସିବି ମେଡିକାଲ କଲେଜର ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ଦାଖଲ ହୋଇଥିଲେ | ସେହିଠାରେ ଏକ ୫ ଜଣିଆ ଡାକ୍ତର ଟିମ ଡାକ୍ତର ଏଏନ ପଟ୍ଟନାୟକ ଓ ଆସୋସିଏଟେଡ଼ ପ୍ରଫେସର ଡ଼କ୍ଟର ବି ବି ନାୟକଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ମିତାର ଅବସ୍ଥା ସମ୍ପର୍କରେ ଅନୁଧ୍ୟାନ କରାଯାଇଥିଲା | ଗତ୧୦.୧୦.୨୦୧୮ ରେ ମିତାର ଅସ୍ତ୍ର ପ୍ରଚାର କରି ଡାହାଣ ହାତଟିକୁ କାଟିଦେଇଥିଲେ ଓ ଅପେରସନ ପରେ ମିତାକୁ ଆଇ ସି ଇଉ ରେ କିଛିଦିନ ରଖିଲାପରେ ଗତ ୨୩.୧୦. ୨୦୧୮ ରେ ଆଇସିଇଉ ରୁ ଡିସଚାର୍ଜ କରି ଆଇ ପି ଡ଼ି ରେ ରଖି ଗତ ୦୮.୧୧. ୨୦୧୮ ରେ କଟକ ଏମ କେ ସି ଜି ଡାକ୍ତରଖାନାରୁ ଡିସଚାର୍ଜ କରି ଘରକୁ ପଠାଗଲା | ବର୍ତମାନ ମିତା ଘରେ ୩ ମାସ ବିଶ୍ରାମ ନେଲାପରେ, ସୁସ୍ଥ ହେବାପରେ, ତାକୁ କୁତ୍ରିମ ଅଙ୍ଗ ଲଗାଯିବ ବୋଲି ଡ଼କ୍ଟର ସୂଚନା ଦେଇଛନ୍ତି |

ମିତା କଟକରୁ ଫେରିବାପରେ ତାକୁ ରାୟଗଡା ଜ଼ିଲ୍ଲା ମୁଖ୍ୟ ଡାକ୍ତର ଖାନାର ୭ ନ. କବିନରେ ସନ୍ଧ୍ୟା ୬.୩୦ ଘଣ୍ଟା ପର୍ଯ୍ୟନ୍ତ ରଖାଯାଇଥିଲା | ଏହାପରେ ଜ଼ିଲ୍ଲାପାଳ ଆସି ମିତା କି ଭଳି ଅବସ୍ଥାରେ ପାଇଥିଲେ ଓ କିପରି ତାହାର ଅସ୍ତ୍ର ପଚାର ହୋଇଥିଲା | ସେ ବିଷୟରେ ସୂଚନା ଦେଇଥିଲେ ଓ ପରବର୍ତୀ ସମୟରେ ମିତାକୁ ଜ଼ିଲପ୍ରସାଶନ ସମ୍ପୂର୍ଣ୍ଣ ସହଯୋଗ କରିବ ବୋଲି ସୂଚନା ଦେଇଥିଲେ ଓ ଉପଢ଼ୋକନ ଢାଳି ମିତାକୁ ସ୍ୱାଗତ ସମ୍ବର୍ଧନା କରିବା ସହ ତାହାର ଦୀର୍ଘ ଜୀବନ କାମନା କରିଥିଲେ | ବର୍ତମାନ ତାହାର ପରିଚାଳନା ନିମନ୍ତେ ୩୫ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ ସହ ଏକ ପକ୍କା ଘର ସାହାଯ୍ୟ ଘୋଷଣା କରିଥିଲେ ଓ ସମସ୍ତେ ଡାକ୍ତରୀ ଦଳ ତଥା ସମସ୍ତ ଅଧିକାରୀ ସାମ୍ବାଦିକ ଜୟଦେବ ପାଣିଗ୍ରାହୀଙ୍କୁ ଅଶେଷ ଧନ୍ୟବାଦ ଜଣାଇବା ସହ ଏହିପରି ଘଟଣା ମାନ ସାମ୍ବାଦିକ ବନ୍ଧୁମାନେ ଲୋକ ଲୋଚନକୁ ଆଣିବା ନିମନ୍ତେ ପରାମର୍ଶ ଦେଇଥିଲେ |

Comments are closed.