ରାଇଘର ବ୍ଲକ ରେ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ – ୩୪୯ ପ୍ରକଳ୍ପକୁ ୭କୋଟି ୯୦ଲକ୍ଷ ମଞ୍ଜୁରୀ

ରାଇଘର (ଜ୍ୟୋତି ପ୍ରକାଶ ସାହୁ): ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଠାରେ ଶୁକ୍ରବାର ରାଜ୍ୟ ସରକାରଙ୍କ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ବିଭିନ୍ନ ପ୍ରକଳ୍ପ ନିମନ୍ତେ ୭କୋଟି ୯୦ଲକ୍ଷ ୮୦ହଜାର ଟଙ୍କା ମଂଜୁର କରିଛନ୍ତି |

ସୂଚନା ଅନୁଯାୟୀ ରାଇଘର ସଦର ମହକୁମା ସ୍ଥିତ ତହସିଲ ଅଫିସ ପଛପଟ ପଡିଆରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସିଧା ସଳଖ ସାଧାରଣ ଲୋକଙ୍କ ସହ ଭିଡିଓ କନଫରେନସିଂ ଜରିଆରେ ଆଲୋଚନା କରିବା ସହ ବ୍ଲକ ର ୨୬ଗୋଟି ପଂଚାୟତ ର ଉନ୍ନୟନ ନିମନ୍ତେ ୩୪୯ପ୍ରକଳ୍ପ ନିମନ୍ତେ ୭କୋଟି ୯୦ଲକ୍ଷ ୮୦ହଜାର ଟଙ୍କା ମଂଜୁର କରିଛନ୍ତି | ଏହି କାର୍ଯ୍ୟକ୍ରମକୁ ନବରଙ୍ଗପୁର ଜିଲ୍ଲାପାଳ ଅଜିତ କୁମାର ମିଶ୍ର ଅଧ୍ୟକ୍ଷତା କରିଥିଲେ | ଅନ୍ୟମାନଙ୍କ ମଧ୍ୟରେ ଆଦିବାସୀ କଲ୍ୟାଣ ମନ୍ତ୍ରୀ ରମେଶ ମାଝୀ, ସାଂସଦ ବଳଭଦ୍ର ମାଝୀ, ନବରଙ୍ଗପୁର ବିଧାୟକ ମନୋହର ରନ୍ଧାରୀ, ଉମରକୋଟ ବିଧାୟକ ସୁବାସ ଗଣ୍ଡ, ଜିଲ୍ଲା ପରିଷଦ ଅଧ୍ୟକ୍ଷାଭଗବତୀ ଭତରା, ଉପାଧ୍ୟକ୍ଷ ନିବେଦିତା ମହାନ୍ତି, ପାପଡାହାଣ୍ଡି ବ୍ଲକ ଅଧ୍ୟକ୍ଷା ସେବତୀ ସାନ୍ତ, ଉପାଧ୍ୟକ୍ଷ ତ୍ରିନାଥ ବିଶୋଇ,ଟ୍ରବେଲ କାଉନ୍ସିଲ ମେମ୍ବର ଲକ୍ଷ୍ମୀ ସାନ୍ତ,ଐଡଵାସୀ ବିକାଶ ପରିଷଦ ଅଧ୍ୟକ୍ଷ ମତିରାମ ନାୟକ, ରାଇଘର ବ୍ଲକ ଅଧ୍ୟକ୍ଷ ବିନା ଷଣ୍ଢ, ବିଡ଼ିଓ, ପିଡି ଡିଆର୍ଡିଏ, ଡିପିଓ ସମେତ ୨୬ଗୋଟି ପଂଚାୟତ ର ଲୋକପ୍ରତିନିଧି ସହ ବ୍ଲକ ପ୍ରଶାସନ ର ସମସ୍ତ ବିଭାଗ ର ଅଧିକାରୀ ଉପସ୍ଥିତ ଥିଲେ |

ମୁଖ୍ୟମନ୍ତ୍ରୀ ଆଲୋଚନା କରିବା ପରେ ବ୍ଲକ ଉପାଧ୍ୟକ୍ଷ ବିଶ୍ୱନାଥ ସିଲ ଧନ୍ୟବାଦ ଅର୍ପଣ କରିଥିଲେ | ଏହି କାର୍ଯ୍ୟକ୍ରମ ନିମନ୍ତେ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା | ଏହି କାର୍ଯ୍ୟକ୍ରମ ରେ ୧୦ହଜାର ରୁ ଉର୍ଦ୍ଧ ଜନସାଧାରଣ ଉପସ୍ଥିତ ଥିଲେ ବୋଲି ଜଣାପଡିଛି |

Comments are closed.