Advertisements
Thursday, July 16, 2020
Home Cultural & Festival ବ୍ରାହ୍ମଣ ସାହିରେ ରାଧାକାନ୍ତ ମନ୍ଦିରରେ ଗିରିଗୋବର୍ଦ୍ଦନ ପୂଜା

ବ୍ରାହ୍ମଣ ସାହିରେ ରାଧାକାନ୍ତ ମନ୍ଦିରରେ ଗିରିଗୋବର୍ଦ୍ଦନ ପୂଜା

ରାୟଗଡା (ଗୋପୀନାଥ ଗୌଡ଼): ରାୟଗଡା ବ୍ରାହ୍ମଣ ସାହି ରାଧାକାନ୍ତ ମନ୍ଦିରରେ ମହାଡ଼ମ୍ବର ଓ ଉତ୍ସାହର ସହ ପାଳନ ହୋଇଛି ଗିରିଗୋବର୍ଦ୍ଧନ ପୂଜା ଓ ଅର୍ଣ୍ଣ କୁଟୀ |

ପୌରାଣିକ କିମ୍ବଦନ୍ତୀ ଅନୁସାରେ ଦ୍ୱାପର ଯୁଗରେ ଶ୍ରୀ କୃଷ୍ଣ ଧରାପୃଷ୍ଠ ରେ ଜନ୍ମ ନେଇଥିବା ସମୟରେ ଗୋପପୁର ବାସୀ ଇନ୍ଦ୍ରଙ୍କୁ ପୂଜା କରୁଥିଲେ | ଇନ୍ଦ୍ରପୂଜାକୁ ବିରୋଧ କରି ଗିରି ଗୋବର୍ଦ୍ଧନ କୁ ପୂଜା କରିବାକୁ ଗୋପପୁରବାସୀଙ୍କୁ ପରାମର୍ଶ ଦେଇଥିଲେ | ଏଥିରେ କୋପକରି ଇନ୍ଦ୍ର ଲଗାତାର ବର୍ଷ, ପବନ, ଘଡଘଡି କରିଥିଲେ | ଏହି ସବୁ ରୁ ରକ୍ଷା କରିବାକୁ ପ୍ରଭୁ ଶ୍ରୀକୃଷ୍ଣ ନିଜ ଆଙ୍ଗୁଳିରେ ଗିରିଗୋବର୍ଦ୍ଧନ ପର୍ବତକୁ ଉଠାଇ ଧରିଥିଲେ | ସେହି ଦିନଠୁ ଗୋପପୁରବାସୀ ଇନ୍ଦ୍ରଙ୍କୁ ପୂଜା କରିବା ଛାଡି ଗିରିଗୋବର୍ଦ୍ଧନ ଓ ଶ୍ରୀକୃଷ୍ଣ ଙ୍କୁ ପୂଜା କରିଥିଲେ | ରାୟଗଡା ର ସ୍ଥାନୀୟ ବ୍ରାହ୍ମଣ ସାହିରେ ଏହି ଗିରିଗୋବର୍ଦ୍ଧନ ପୂଜା ସହିତ ଅର୍ଣ୍ଣକୁଟୀ ପର୍ବ ପାଳିତ ହୋଇଯାଇଛି | ପ୍ରତ୍ୟେକ ବର୍ଷ କାର୍ତିକ ମାସ ଶୁକ୍ଳ ପ୍ରତିପଦା କୁ ଅର୍ଣ୍ଣକୁଟୀ ଦିବସ ବା ଗିରିଗୋବର୍ଦ୍ଧନ ପୂଜା କରାଯାଇଥାଏ | ରାଧାକାନ୍ତ ମନ୍ଦିର ରେ ପ୍ରତ୍ୟେକ ଦିନ ସକାଳୁ ପୂଜା କରୁଥିବା ହବିଷ୍ୟାଳି ମା ମାନେ ଏହି ପୂଜା ମହା ଆଡମ୍ବରରେ ପାଳନ କରିଥାନ୍ତି | ସକାଳର ମଙ୍ଗଳ ଆଳତି ପରେ ଧୂପ ଦୀପ ଓ ନାନା ପ୍ରକାର ବିଧି ବିଧାନ ଓ ପୂଜାର୍ଚ୍ଚନା ପରେ ଭଗବାନଙ୍କ ଠାରେ ୫୬ଭୋଗ ପରସା ଯାଇଥିଲା | ପରେ ପରେ ଛୋଟ ଛୋଟ ପିଲା ମାନଙ୍କୁ ଆଳତି ଓ ବନ୍ଦାପନା କରି ଅର୍ଣ୍ଣ ପ୍ରସାଦ ସେବନ କରାଇଥିଲେ | ମନ୍ଦିର ପୂଜକ ଗୋପୀନାଥ ପାଲୋ ଙ୍କ କହିବା ଅନୁଯାୟୀ ଆଜିକୁ ଦୀର୍ଘ ୫୬ବର୍ଷ ହେବ ଏହି ପର୍ବ ଏହି ମନ୍ଦିର ର ମହା ଆଡମ୍ବର ଓ ଉତ୍ସାହ ର ସହିତ ପାଳନ ହୋଇଆସୁଛି | ଓ ଆଗକୁ ମଧ୍ୟ ଏପରି ପାଳନ କରିବେ ବୋଲି ପ୍ରକାଶ କରିଛନ୍ତି |

Advertisements

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ସିବିଏସଇ ବୋର୍ଡ଼ର ପରୀକ୍ଷା ଫଳ ପ୍ରକାଶ-ଆଦିତ୍ୟ ବିର୍ଲା ପବ୍ଲିକ ସ୍କୁଲର ପରୀକ୍ଷାର୍ଥୀ ଶତପ୍ରତିଶତ କୃତକାର୍ଯ୍ୟ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା (୧୬/୦୭): ପ୍ରକାଶିତ ହୋଇଯାଇଛି ରାଜ୍ୟ ସ୍ତରୀୟ ସିବିଏସଇ ଦଶମ ବୋର୍ଡ ପରୀକ୍ଷା ଫଳ l ଏହାସହିତ ଟିକିରି ଥାନାସ୍ଥିତ ଦୋରାଗୁଡ଼ାରେ ଅବସ୍ଥିତ...

ଦଶମ ଶ୍ରେଣୀ ସିବିଏସଇ ବୋର୍ଡ଼ର ପରୀକ୍ଷା ଫଳ ପ୍ରକାଶ, ଥେରୁବାଲି ସ୍ଥିତ ଚିନ୍ମୟ ବିଦ୍ୟାଳୟର ରେକର୍ଡ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା (୧୬/୦୭): ପ୍ରକାଶିତ ହୋଇଯାଇଛି ଚାଳିତ ବର୍ଷର ଦଶମ ଶ୍ରେଣୀ ସିବିଏସଇ ବୋର୍ଡ଼ର ପରୀକ୍ଷା ଫଳ l ରାୟଗଡା ଜିଲ୍ଲା ଅନ୍ତର୍ଗତ ଥେରୁବାଲି...

ବୁର୍ଲା ଭିମସାର ରେ ୪ କରୋନା ଯୋଦ୍ଧା କରୋନା ରେ ଆକ୍ରାନ୍ତ

ସମ୍ବଲପୁର (ଓଡିଶା ନ୍ୟୁଜ୨୪ବ୍ୟୁରୋ-୧୬/୦୭): ବୁର୍ଲା ଭୀମସାର ୪ କରୋନା ଯୋଦ୍ଧା ଏବେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସମସ୍ତ ୪ ଆକ୍ରାନ୍ତଙ୍କୁ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ୪ କରୋନା...

କଳାହାଣ୍ଡିରେ ପୁଣି ଦୁଇ କରୋନା ପଜିଟିଭ, ଜିଲ୍ଲାପାଳଙ୍କ ସ୍ୱତନ୍ତ୍ର ପଦକ୍ଷେପ

ରିପୋର୍ଟ: ପ୍ରଭୁଦତ୍ତ ପଣ୍ଡା //କଳାହାଣ୍ଡି (୧୫.୦୭.୨୦୨୦): କଳାହାଣ୍ଡି ଜିଲ୍ଲାରେ ଆଜି ପୁଣି ଦୁଇ କରୋନା ପଜିଟିଭ ରିପୋର୍ଟ ଆସିଥିବା ଜିଲ୍ଲାପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ଜଣେ ଦିଲ୍ଲୀ...

Recent Comments

%d bloggers like this: