Related Contents

ମୁରିବାହାଲ ଥାନାରେ ପ୍ରେମିକାର ଗୁହାରି- ‘ଝସକେତନକୁ’ ଆଣିଦିଅ, ନଚେତ ଜୀବନ ହାରିବି

ମୁରିବାହାଲ(ଭଗଵାନ ମହାନ୍ତି /ନିମାଇଁ ବଘାର): ବଲାଙ୍ଗୀର ଜିଲା ମୁରୀବାହଲ ଥାନା ପ୍ରେମିକାର ଗୁହାଙ୍କୁ ନେଇ ସ୍ଥାନୀୟ ଅଂଚଳରେ ଚର୍ଚା ଜୋର ଧରିଛି | ମୋ ଝସକେତନକୁ ଆଣିଦିଅ ନଚେତ ସବୁଦିନ ପାଇଁ ଜୀବନ ହାରିଦେବି ବୋଲି ଥାନାରେ ସେ ଲିଖିତ ଅଭିଯୋଗ ପରେ ମୁରିବାହାଲ ପୁଲିସର ଚିନ୍ତା ବଢି ଯାଇଛି |ପୁଲିସ ଘଟଣାକୁ ଗମ୍ଭୀର ସହକାରେ ନେଇଛି |

ଲିଖିତ ଅଭିଯୋଗରୁ ପ୍ରକାଶ ଯେ, ମାଲିସିର ଗାଁର ଧନଞ୍ଜୟ ଘିବେଲାର ଝିଅ ଚୁଲାବନ୍ତି ଘିବେଲା ଵାଲକୃଷ୍ଣ ପୁଟେଲଙ୍କ ପୁଅ ଝସକେତନ ପୁଟେଲଙ୍କ ସହ 4ବର୍ଷ ହେଲା ପ୍ରେମ ସମ୍ପର୍କ ଗଢି ଉଠିଥିଲା | ସେ ଟିଟିଲାଗଡ କଲେଜ ଯାଉଥିବା ସମୟରେ ଝସକେତନ ବିଭିନ୍ନ ସମୟରେ ରାସ୍ତାରେ ବାଟ ଓଗାଳୁ ଥିଲା | ପ୍ରାୟ ବର୍ଷେ ଏଭଳି କରିଥିଲେ ହେଁ ସେ ଏହି କଥାକୁ ନିଜ ଘର ଲୋକଙ୍କ ଠାରୁ ଦୁରେଇ ରଖିଥିଲେ | ଝସକେତନ ତାଙ୍କୁ ଓ ତାଙ୍କ ଭାଇଙ୍କୁ ଜୀବନରେ ମାରିଦେବାକୁ ଭଳି ପରିସ୍ଥିତି ସୃଷ୍ଟି କରିଥିଲେ | ଏଥିରେ ଡରିଯାଇ ସେ ତାଙ୍କସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ ହୋଇଥିଲେ ବୋଲି ଲିଖିତ ଅଭିଯୋଗରେ ଦର୍ଶାଇଛନ୍ତି |

ଏହାପରେ ଜୀବନ ସାରା ଦୁହେଁ ସ୍ୱାମୀ ସ୍ତ୍ରୀ ଭାବେ ଜୀବନ ସାଥି ହୋଇ ଜୀବନ ବିତାଇବାକୁ ମିଠା ମିଠା କଥା ମଧ୍ୟ କହି ଆସୁଥିଲେ | ଗତ ୨୮ତାରିଖ ଦିନ ଝସକେତନ ନିଜ ଛାତ ଉପରକୁ ଡାକି ଥିଲେ | ଏହା ପରେ ତାଙ୍କ ମାଆ ବାପା ପ୍ରସାଦ ଯାନୀ, ହୃଦାନନ୍ଦ ଛତର ବାଇକରେ ଆସି ନେଇ ଯାଇଥିଲେ | ସେହି ଦିନ ଠାରୁ ଏକୁଟିଆ ତାଙ୍କ ଘରେ ରହିଥିବେଳେ ଭୋକ, ଶୋଷରେ ରହିଥିଲି | ଏପରିକି ତାଙ୍କ ମା ବାପା ପୁଅ ଆସିବ ବୋଲି କହୁଥିବା ବେଳେ ଆଉ ଝସକେତନ ସେହିଦିନଠାରୁ ଫେରିନି | ତେବେ ଏତେ ଦିନ ଧରି ଆଶାୟୀ ଭାବେ ରହିଥିଲେ ହେଁ ତାଙ୍କ କଥାରେ ସତ୍ୟତା ନ ଥିବାରୁ ଥାନାରେ ଦ୍ୱାରସ୍ତ ହେଲେ ବୋଲି ଲିଖିତ ଭାବେ ଜଣାଇଛନ୍ତି | ଏତେ ଦିନ ଧରି ଶାରୀରିକ ସମ୍ପର୍କ ରଖିବା ଓ ଏବେ ଛାଡି ଚାଲିଯିବା କଥାକୁ ସହଜରେ ଗ୍ରହଣ କରିବାପାରୁ ନାହାନ୍ତି ବୋଲି ଚୁଲବନ୍ତି କହିଛନ୍ତି | ଅଭିଯୋଗକାରିଣୀଙ୍କ ଅଭିଯୋଗକୁ ଭିତ୍ତି କରି ମୁରିବାହାଲ ପୁଲିସ ଥାନାରେ ମାମଲା ରୁଜୁ କରିବା ସହ ଏ ସମ୍ପର୍କରେ ଅଧିକ ତଦନ୍ତ ଚଲାଇଥିବା ଜଣାପଡିଛି | ଅନ୍ୟପକ୍ଷରେ ଜଣେ ପ୍ରେମିକା ନିଜ ପ୍ରେମିକ ପାଇଁ ଜୀବନ ହରିବାକୁ ଚେତାବନୀ ଦେବା କଥା ମୁରିବାହାଲ ଅଂଚଳରେ ଚହଳ ପକାଇ ଦେଇଛି |

Comments are closed.