Friday, March 29, 2024

Top 5 This Week

Related Posts

ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୫/୧୨) : ଗତକାଲି କାଶୀନଗର ବ୍ଲକ କାର୍ଯ୍ୟାଳୟ ଠାରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇ ଯାଇଛି ।

ଏହି ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ରେ ବିଭିନ୍ନ ପ୍ରକାର ଭିନ୍ନକ୍ଷମ ଚିହ୍ନଟ, ପ୍ରମାଣ ପତ୍ର ପ୍ରଦାନ, ବସ ପାସ୍ ପ୍ରଦାନ, ଟ୍ରାଇ ସାଇକେଲ ପ୍ରଦାନ ଇତ୍ୟାଦି କାର୍ଯ୍ୟକ୍ରମ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ସାମାଜିକ ସୁରକ୍ଷା ଅଧିକାରୀ କଲ୍ୟାଣ ଦାସ ଯୋଗ ଦେଇଥିଲେ । ବିଡ଼ିଓ ଶ୍ରୀ ଲକ୍ଷ୍ମୀ ପ୍ରସାଦ ସାହୁ ଏହି ଶିବିର ର ଉଦ୍ଦେଶ୍ୟ ସମ୍ପର୍କରେ କହିଥିଲେ । ଅତିରିକ୍ତ ତହସିଲଦାର ଗୋପାଳ କୃଷ୍ଣ ଅଧିକାରୀ ମଧ୍ୟ ଯୋଗ ଦେଇଥିଲେ ।

ଏହି ଶିବିରରେ ମୋଟ ୨୭୬ ଜଣ ଯୋଗ ଦେଇଥିଲେ । ସେଥି ମଧ୍ୟରୁ ଅସ୍ଥି ଶଲ୍ୟ ବିଭାଗ ରୁ ୦୬ ଜଣ ୨୦ ମାନସିକ ବିକାର ଗ୍ରସ୍ତ, ଆଖି, ନାକ ଗଳା ୧୫ ଜଣ ପରୀକ୍ଷା କରିଥିଲେ ୦୬ ଜଣ ଙ୍କୁ ଟ୍ରାଇ ସାଇକେଲ ପ୍ରଦାନ କରାଯାଇଥିବା ବେଳେ ୭୦ ଜଣଙ୍କୁ ବସ ପାସ୍ ବଣ୍ଟନ କରିଥିଲେ ବିଡ଼ିଓ ଶ୍ରୀ ସାହୁ, ଏଥିରେ ସମସ୍ତ ବିଭାଗ ର କର୍ମଚାରୀ ସହଯୋଗ କରିଥିବାରୁ ବିଡ଼ିଓ ଶ୍ରୀ ସାହୁ ଧନ୍ୟବାଦ୍ ଦେଇଛନ୍ତି ।

Popular Articles