ନିର୍ମାଣ ଶ୍ରମିକଙ୍କୁ ସହାୟତା ପ୍ରଦାନ କଲେ ବରୀ ବିଧାୟକ

ବରୀ (ସତ୍ୟଜିତ ବାରିକ): ଯାଜପୁର ବରୀ ବ୍ଲକରେ ଆଜି ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କୁ ଓଡିଶା କୋଠା ବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ ତରଫରୁ ନିର୍ମାଣ ଶ୍ରମିକଙ୍କୁ ବିଭିନ୍ନ ସହାୟତା ପ୍ରଦାନ ଶିବିର ବ୍ଲକ ସ୍ତରୀୟ ସମାରୋହ ଯାଜପୁର ଜିଲା ପ୍ରଶାସନ ଓ ଶ୍ରମ ବିଭାଗ ପକ୍ଷରୁ ବରୀ ବ୍ଲକ ଅଜାଣ ଖେଳ ପଡିଆଠାରେ ଅନୁଷ୍ଠିତ ହୋଇଯାଇଛି ।

ଆଜିର ଏହି ସମାବେଶ ରେ ବରୀ ବିଧାୟକ ଶ୍ରୀଯୁକ୍ତ ଦେବାଶିଷ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବରୀର ସମସ୍ତ ନିର୍ମାଣ ଶ୍ରମିକ କିପରି ସରକାର ଙ୍କ ସମସ୍ତ ସୁବିଧା ସୁଯୋଗ ପାଇପାରିବେ ସେ ସମ୍ବନ୍ଧରେ ଆଲୋକପାତ କରିବା ସହ ଶ୍ରମିକ ମାନେ ଦେଶ ଗଠନରେ ମୁଖ୍ୟ ଭୁମିକା ନିର୍ବାହ କରନ୍ତି ବୋଲି ବକ୍ତବ୍ୟ ରଖିଥିଲେ। ଯାଜପୁର ଜିଲା ଶ୍ରମ ଅଧିକାରୀ ଶିବଶଂକର ମିଶ୍ର ଅତିଥି ପରିଚୟ ଦେବା ସହ ନିର୍ମାଣ ଶ୍ରମିକଙ୍କୁ ମିଳୁଥିବା ସୁବିଧା ସମ୍ବନ୍ଧରେ ସୁଚନା ଦେଇଥିଲେ,ତାଙ୍କ ବିଭାଗ ସଦାସର୍ବଦା ଶ୍ରମିକଙ୍କ ହିତରେ କାର୍ଯ କରିଆସୁଛି ବୋଲି ନିଜ ବକ୍ତ୍ୟବ୍ୟରେ କହିଥିଲେ |

ବରୀରେ ମୋଟ ୮୯ ଜଣ ପିଲାମାନଙ୍କ ଶିକ୍ଷା ସହାୟତା ,୭୮ଜଣ ଙ୍କୁ ବିବାହ ସହାୟତା, ୨ ଜଣ ପ୍ରସବ କାଳୀନ ସହାୟତା, ୮ ଜଣଙ୍କ ର ମ୍ରୁତ୍ୟୁକାଳୀନ ସହାୟତା, ଏପର ଭାବରେ ମୋଟ ୧୭୭ଜଣ ଙ୍କ ନିମନ୍ତେ ମୋଟ୍ ୩୩ ଲକ୍ଷ ୮୪ ହଜାରର ଅର୍ଥ  ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ  ଖାତାକୁ ଛଡାଯିବା କଥା ଜଣାଇଛନ୍ତି । ଆଗାମୀ ସମୟରେ ଆହୁରି ସହାୟତା ପ୍ରଦାନ କରାଯିବ ବୋଲି ଶ୍ରମିକଙ୍କୁ ଜଣାଇଛନ୍ତି । ଅପରପକ୍ଷରେ ଉକ୍ତ କାର୍ଯକ୍ରମ ରେ ବରୀ ବିଡିଓ ପ୍ରଭାସ ରଂଜନ ବେହେରା, ଚଂଦନପୁର ସରପଂଚ କେଦାର ସାମଲ, ପୂର୍ବତନ ସମିତି ଅଧ୍ୟକ୍ଷା ଭାରତୀ ବେହେରା, ଜିଲାପରିଷଦ ସଭ୍ୟ ଅଶୋକ ସାମଲ, ଜିଲା ଶ୍ରମ ବିଭାଗ ପକ୍ଷରୁ ସହ ଶ୍ରମ ଅଧିକାରୀ ଚିତରଂଜନ ରାଉତ , ଶ୍ରମ ନିରୀକ୍ଷକ ସଂଜିତ କୁମାର ଦେଓ, ଗୋପାଳ କ୍ରୁଷ୍ନ ମଂଗରାଜ,ଓ ପ୍ରେମମଂଜରୀ ନାୟକ , ଚଂଦନ ପ୍ରସାଦ ମିଶ୍ର, ମନୋଜ କୁମାର ଜେନା କଂ ସହ ଶ୍ରମିକଙ୍କ ନେତା ପ୍ରମୋଦ ସାମଲ , ରବିଦ୍ରଂ ମଣ୍ଡଳ , ଦୈତାରୀ ଶାନ୍ତି କଂ ସମେତ ବହୁ ଶ୍ରମିକ ଉପସ୍ଥିତ ରହି ବିଧାୟକ କଂ ଠାରୁ ସେମାନଙ୍କ ସହାୟତା ରାଶି ର ଚେକ ଗ୍ରହଣ କରିଥିଲେ।

Comments are closed.