Advertisements
Monday, July 13, 2020
Home Development ମ.ରାମପୁର ରେ ବନାଞ୍ଚଳ ଅଧିକାରୀଙ୍କ ଏକଛତ୍ରବାଦ କାର୍ଯ୍ୟ

ମ.ରାମପୁର ରେ ବନାଞ୍ଚଳ ଅଧିକାରୀଙ୍କ ଏକଛତ୍ରବାଦ କାର୍ଯ୍ୟ

ରାମପୁର (ଡିଙ୍ଗର କିଶୋର ସାହୁ): କଳାହାଣ୍ଡି ଜିଲ୍ଲା ମ.ରାମପୁର ଅଧୀନରେ ଥିବା ଗ୍ରାମ ଗୁଡିକରେ ବନବିଭାଗ ଏଥର ଗ୍ୟାପ ପ୍ଲାଣ୍ଟଟେସନ ଓ ଆମ ଜଙ୍ଗଲ ଯୋଜନା ଭଳି କେତେକ ଯୋଜନା ହାତକୁ ନେଇଛନ୍ତି ଏବଂ ସେହି ଯୋଜନା ତଥା ଜଙ୍ଗଲ ରକ୍ଷଣା ବେକ୍ଷଣ ପାଇଁ ଗାଁ ମାନଙ୍କରେ ଗଠନ ହୋଇଛି ଜଙ୍ଗଲ ସୁରକ୍ଷା କମିଟି ।

କିନ୍ତୁ ଦୁଃଖର କଥା ମ.ରାମପୁର ବନାଞ୍ଚଳ ଅଧିକାରୀ ଜଙ୍ଗଲ ସୁରକ୍ଷା କମିଟି ମାନଙ୍କର କିଛି ବି କଥା ଶୁଣୁ ନ ଥିବା ଅଭିଯୋଗ ହୋଇଛି । ଏମିତି ଅଭିଯୋଗ ଆସିଛି ମ.ରାମପୁର ବନାଞ୍ଚଳ ଅଧିନ ବାଂକେଲ ଗ୍ରାମରୁ । କେବଳ ସେତିକି ନୁହେଁ ଏ ଗାଁରେ ଚାଲିଛି ଗ୍ୟାପପ୍ଲାଣ୍ଟେସନ କିନ୍ତୁ ତାର ଅଟକଳ ମୂଲ୍ୟ ନାହିଁ କି ସୂଚନା ଫଳକ ବି ନାହିଁ ।

ନିୟମ ଅନୁଯାୟୀ ୧୦୦ହେକ୍ଟର ଏରିଆ ପାଇଁ ୨୦,୦୦୦ ଚାରା ରୋପଣ ହେବା କଥା କିନ୍ତୁ ଅକ୍ଟୋବର ଅଧା ସୁଦ୍ଧା ମଧ୍ୟ ୧୫୦୦ ରୁ ୨୦୦୦ ଚାରା ରୋପଣ ହୋଇ ନ ଥିବା ଆମେ ଦେଖିଥିଲୁ । ଯେତେବେଳେ ଆମ ପ୍ରତିନିଧି ନ୍ୟୁଜ୍ ପାଇଁ ଯାଇଥିଲେ ତାର ଠିକ ପରଦିନ ଚଂଚକତା କରି ସେହି ଚାରା ଗୟାବ କରାଯାଇଥିଲା । ତେବେ ସେଠାରେ କାମ କରୁଥିବା ଶ୍ରମିକ ମାନଙ୍କୁ ଯେଉଁ ଟଙ୍କା ପ୍ରଦାନ କରାଯାଉଛି ତାହା ଆକାଉଣ୍ଟ ମାଧ୍ୟମରେ ନ ହୋଇ କ୍ୟାସ ଦିଆଯାଉଛି । ଅଭିଯୋଗ ଆସିଛି ମଜୁରିଆଙ୍କୁ ଦେବା ଟଙ୍କା ଅଧିକାରୀ ଗାଁ ର କିଛି ନିଜ ଲୋକଙ୍କ ନାମ ରେ ଲକ୍ଷ ଲକ୍ଷ ଟଙ୍କା ପକାଇ, ଉଠାଣ ପରେ ଶ୍ରମିକଙ୍କୁ ଟଙ୍କା ବଣ୍ଟା ଯାଉଛି । କେବଳ ସେତିକି ନୁହେଁ ଏ ଗାଁ ରେ ଆମ ଜଙ୍ଗଲ ଯୋଜନାରେ ଭୁତଳକୁ ପାଣି ଯିବା ପାଇଁ ଦୁଇ ମିଟର ଲମ୍ବା ଓ ଅଧ ମିଟର ଗଭୀର ୧୩ ଶହରୁ ଅଧିକ ଗାତ ଖୋଲା ଯାଇଛି । କିନ୍ତୁ ଦୁଃଖର ବିଷୟ ସରକାରୀ ଭାବେ ଗାତ ପିଛା ମୂଲ୍ୟ ୬୬ ଟଙ୍କା ଥିବାବେଳେ ସରକାରୀ ବାବୁମାନେ ପ୍ରଦାନ କରୁଛନ୍ତି ମାତ୍ର ୩୫ ରୁ ୪୫ ଟଙ୍କା, ତାହା ମଧ୍ୟ କ୍ୟାସରେ ।

ଆମେ ଏ ବିଷୟରେ ମ.ରାମପୁର ବନାଞ୍ଚଳ ଅଧିକାରୀ କେଶବ ମାଝୀଙ୍କୁ ପ୍ରଶ୍ନ କରିଥିଲେ ମଧ୍ୟ ସେ କୌଣସି ପ୍ରଶ୍ନ ର ଉତ୍ତର ଠିକ ଠିକ ଭାବେ ଦେଇ ପାରି ନ ଥିଲେ । ଯଦି କେହି କାମର ସୂଚନା ଦେବା ପାଇଁ କହିଲେ ଡ଼ିଏଫଓ କଳାହାଣ୍ଡି ପାଖକୁ ଯିବା ପାଇଁ କହୁଛନ୍ତି । ଏଥିରୁ ଅନୁମାନ କରି ପାରୁଥିବେ କିପରି ବନାଞ୍ଚଳ ଅଧିକାରୀ ମ. ରାମପୁର ଅଂଚଳରେ ନିଜର ଏକ ଛତ୍ରବାଦ ଶାସନ ଚଳାଉଛନ୍ତି ।

Advertisements

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବିଜେପି ବିଧାୟକ ଦେବେନ୍ଦ୍ର ନାଥ ରୟ ବଙ୍ଗଳାର ଉତ୍ତର ଦିନାଜପୁରରେ ଝୁଲୁଥିବା ଦେଖିବାକୁ ମିଳିଛି : ଦଳ କହିଛି ଟିଏମସି ଦ୍ୱାରା ହତ୍ୟା

କଲିକତା (୧୩/୦୭-ଓଡିଶାନ୍ୟୁଜ୨୪ ବ୍ୟୁରୋ ): ସୋମବାର ସକାଳେ ଉତ୍ତର ଦିନାଜପୁର ଜିଲ୍ଲାର ହେମତାବାଦ ଅଞ୍ଚଳରେ ଥିବା ତାଙ୍କ ଘର ନିକଟରେ ବିଜେପିର ବରିଷ୍ଠ ନେତା ଦେବେନ୍ଦ୍ର ନାଥ ରୟଙ୍କ...

ଜୁଲାଇ ଶେଷ ସୁଦ୍ଧା ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ନେଇ ସୂଚନା ଦେଲେ ମନ୍ତ୍ରୀ

ରିପୋର୍ଟ: ଓଡିଶାନ୍ୟୁଜ୨୪ବ୍ୟୁରୋ //ଭୁବନେଶ୍ୱର (୧୩।୦୭): ମାଟ୍ରିକ ପରୀକ୍ଷା ଖାତାଦେଖା ଶେଷ ହୋଇଛି । ଟାବୁଲେସନ ଆରମ୍ଭ ହୋଇଯାଇଛି । ଖୁବ୍‌ଶୀଘ୍ର ଫଳ ପ୍ରକାଶ ନେଇ ତାରିଖ ଘୋଷଣା ହେବ...

ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶିତ, ବୋର୍ଡ ଓ୍ୱେବସାଇଟ୍‌ରେ ରେଜଲ୍ଟ

ନୂଆଦିଲ୍ଲୀ, ୧୩।୦୭: ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ ପାଇଛି । ଛାତ୍ରଛାତ୍ରୀମାନେ ବୋର୍ଡର ଓ୍ୱେବସାଇଟରେ ନିଜର ଫଳ ଦେଖିପାରିବେ । କରୋନା ଭାଇରସ ପାଇଁ ରେଜଲ୍ଟ ପ୍ରକାଶରେ...

ଚିକିତ୍ସା ଅବହେଳାରୁ ଶିଶୁମୃତ୍ୟୁ ଅଭିଯୋଗ, ମିଳିଲାନି ଆମ୍ବୁଲାନ୍ସ ବାଇକ ଯୋଗେ ବୁହାହେଲା ଶିଶୁର ଶବ

ରିପୋର୍ଟ: ଜଗଦୀଶ ଦାସ //ରାଇକିଆ(୧୩/୦୭): ସରକାର ସ୍ୱାସ୍ଥ୍ୟର ଉନ୍ନତି ପାଇଁ ବିଭିନ୍ନ ଯୋଜନା କରିଛନ୍ତି ର୍ତ୍ତମାନ ପରିସ୍ଥିତି କିନ୍ତୁ ଆଦିବାସୀ ଅଧ୍ୟୁଷିତ କନ୍ଧମାଳରେ ସ୍ୱାସ୍ଥ୍ୟ ସେବା ଏକରକମ ଭୁଶୁଡିଯାଇଛି...

Recent Comments

%d bloggers like this: