ଡାକୂଳୁଗୁଡା ସମିତି ସଭ୍ୟା ବାସନ୍ତୀଙ୍କ ବି ଜେ ଡ଼ି ରେ ଯୋଗଦାନ

ରାୟଗଡା ଜ଼ିଲ୍ଲା ପ୍ରତିନିଧି (ଅମୁଲ୍ୟ ନିଶଙ୍କ): ରାୟଗଡା ଜ଼ିଲ୍ଲା ଅନ୍ତର୍ଗତ ବିଷମକଟକ ବିଧାନସଭା ଅନ୍ତର୍ଗତ ପାଇକ ଡକୁଳଗୁଡାର ସମିତି ସଭ୍ୟା ବାସନ୍ତୀ ହିକକା ନିଜର ଶତାଧିକ କର୍ମୀଙ୍କ ସହ ବିଜୁ ଜନତା ଦଳରେ ଯୋଗଦାନ କରିଛନ୍ତି |

ଏହି ଦଳର ଲୋକାଭିମୁଖୀ କାର୍ଯ୍ୟକ୍ରମ ଓ ସ୍ଥାନୀୟ ବିଧାୟକଙ୍କ ନିରପେକ୍ଷ କାର୍ୟ୍ୟକ୍ରମ ଓ ତାଙ୍କ ଉପରେ ଭରଷା ଯୋଙ୍ଗୁ ଆମେ ବି ଜେ ଡ଼ିରେ ଯୋଗଦାନ କରିଥିବା କଥା ବାସନ୍ତୀ କହିଛନ୍ତି | ଏହି ଯୋଗଦାନ କାର୍ଯ୍ୟକ୍ରମରେ ବି ଜେ ଡ଼ି ରାଜ୍ୟ ସାଧାରଣ ସମ୍ପାଦକ ସୁଧୀର ଦାସ, ସ୍ଥାନୀୟ ବିଧାୟକ ଜଗନାଥ ସାରକା, ପୃଥ୍ୱୀରାଜ ସାହୁ ଉପସ୍ଥିତ ଥିଲେ | ବିଧାୟକ ସେମାନଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଧନା କରିଥିଲେ | ଆଗମୀଦିନରେ ଦଳ ଏକ ମଜବୁତ ସ୍ଥିତିରେ ପହଂଚିବ ବୋଲି ଉଭୟ ସୁଧୀର ଦାସ ଓ ଜଗନାଥ ସରକା ମତଦେଇଥିଲେ | ସମିତି ସଭ୍ୟା ଦଳରେ ମିଶିବା ପରେ କହିଛନ୍ତି ଆମ ଯୁବ ବିଧାୟକ ଦିନ ରାତି ଅଂଚଳର ଉନତି ନିମନ୍ତେ ସଦାସର୍ବଦା ଚେଷ୍ଟା କରିବାରୁ ଏହି ନିର୍ବାଚନ ମଣ୍ଡଳୀରେ ବହୁତ ଉନତି ଘଟିଛି, ପ୍ରତ୍ୟେକ ଗାଁକୁ ରାସ୍ତା ପାଣି ବିଜୁଳି ପହଂଚିଛି, ବିଧାୟକଙ୍କ ଉପରେ ଆମର ଶୁଖ ଦୁଃଖର ସାଥି ସୁଧୀର ଭାଇନାଙ୍କ ଯୋଗୁଁ ଆମେ ବି ଜେ ଡ଼ି ଦଳରେ ମିସିଛୁ ବୋଲି ପ୍ରକାଶ କରିଛନ୍ତି ସମିତିସଭ୍ୟା |

Comments are closed.