ମାଲକାନଗିରି ଭୋଇରବ ମନ୍ଦିର ଘାଟି ତଳେ ଏକ ପିକପ ଭ୍ୟାନ ଓଲଟି ଏକ ମୃତ୍ୟୁ, ୯ ଗୁରୁତର

ମାଲକାନଗିରି ଜିଲ୍ଲା ପ୍ରତିନିଧି(ଅସୀମ ବିଶ୍ୱାସ): ମାଲକାନଗିରିରୁ ଏକ ପିକପ ଭ୍ୟାନ ଗାଡି ନମ୍ବର OR10E 2393 ବେପରୁଆ ଦୃତଗତିରେ ମାଲକାନଗିରି ଜୟପୁର ମୁଖ୍ୟ ରାସ୍ତା ଭୋଇରବ ମନ୍ଦିର ଘାଟିରୁ ପ୍ରାୟ ଏକ କିଲୋମିଟର ଦୂର ସିନ୍ଦ୍ରିମାଲ ଗାଁ ପଖାରେ ଗାଡିଟି ଓଲଟି ପଡିଥିଲା ।

ଓଲଟି ଯିବା ଫଳରେ ଜଣଙ୍କର ମୃତ୍ୟୁ ଘଟିଥିଲା ଏବଂ ୯ ଜଣ ଗୁରୁତର ଅବସ୍ଥାରେ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟ ଠାରେ ଚିକିତ୍ସିତ ହେଉଛନ୍ତି ।ସେମାନେ କହିବା କଥା ନବରଙ୍ଗପୁର ଠାରୁ ମାଲକାନଗିରି ବିଦ୍ୟୁତ ସଂଯୋଗ କାମ କରିବାପାଇଁ ଆସିଥିଲେ । କାମସାରି ଘରକୁ ଫେରିବା ବେଳେ ଘଟଣାଟି ଘଟି ଥିଲା ମୃତକଙ୍କ ଘରୁ କିମ୍ବା ପୋଲିସ ଥାନାକୁ କୌଣସି ଅଭିଯୋଗ ନହେବାରୁ ସବ ବ୍ୟବଚ୍ଛେଦ ହୋଇନଥିଲା।ପୋଲିସର ସୂଚନା ଅନୁଯାୟୀ ବର୍ତମାନ ସୁଦ୍ଧା କିଛି ଜଣା ପଡ଼ିନାହିଁ |

Comments are closed.