ଭୁତାଣୁ ମୁକ୍ତ ଚାଷ ନିମନ୍ତେ ଦୁଇ ବୈଜ୍ଞାନିକଙ୍କ ଦ୍ବାରା ଲମତାପୁଟ ବ୍ଲକ ପରିଦର୍ଶନ

ଜୟପୁର (ସୌମ୍ୟରଂଜନ ସାହୁ): ଆଜି IARI ପୁନେର ଦୁଇଜଣ ବୈଜ୍ଞାନିକ ଙ୍କ ବ୍ଲକ ପରିଦର୍ଶନ ଓ ଚାଷୀଙ୍କ ସହ ଆଲୋଚନା ହୋଇଥିଲା |

କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ର ଦୁଇଟି ପଞ୍ଚାୟତ ପେଟା ଓ ତୁସୁବା ପଞ୍ଚାୟତ ପୁନେ ର ଜି଼.କେ ମହାପାତ୍ର IARI ଆଞ୍ଚଳିକ ମୁଖ୍ୟ ଓ ଏସ. ତ୍ରିପାଠୀ IARI Pune ଗସ୍ତ କରି ଅଞ୍ଚଳରେ ଥିବା ଅମ୍ବୃତଭଣ୍ଡା ଗଛ ଗୁଡ଼ିକୁ ପରିକ୍ଷା କରିଦେଖିଥିଲେ। ଗଛ ଗୁଡ଼ିକ ଭୁତାଣୁ ମୁକ୍ତ କହିବା ସହିତ କିପରି ଅଧିକରୁ ଅଧିକ ଚାଷ କରାଯିବ ସେ ବିଷୟରେ ଚାଷୀ ମାନଙ୍କ ସହିତ ଆଲୋଚନା କରିଥିଲେ । ଶେଷରେ ପତେଣ୍ଡା ବିଦ୍ୟାଳୟକୁ ଯାଇ ଶିକ୍ଷକ ମାନଙ୍କୁ ବିଦ୍ୟାଳୟରେ ଗଛ ଲଗାଇବା ସହିତ ଛାତ୍ରଛାତ୍ରୀମାନଙ୍କୁ ରୋଷେଇ କରି ଖାଇବା ପାଇଁ ଦେବା କୁ କହିଥିଲେ ।

Comments are closed.