କାଳୀପୂଜା ଦଶ ମହାବିଦ୍ୟା ଉତ୍ସବ ୨୦୧୮

ରାୟଗଡା ଜ଼ିଲ୍ଲା ପ୍ରତିନିଧି (ଅମୂଲ୍ୟ ନିଶଙ୍କ): ଚଳିତ ମାସ ୦୭.୧୧.୨୦୧୮ ଠାରୁ ୧୮.୧୧.୨୦୧୮ତାରିଖ ପର୍ଯ୍ୟନ୍ତ ଫ୍ରେଣ୍ଡସ ୟୁଥ ଆଷୋସିଏସନ ଅନୁକୁଲ୍ୟରେ ୩୬ତମ ବର୍ଷ ଶ୍ରୀ ଶ୍ରୀ ଶ୍ରୀ ମା ଜଗତ ଜନନୀ କାଳୀ ପୂଜା ଦଶ ମହାବିଦ୍ୟା ଉତ୍ସବ ୨୦୧୮ମହା ଆଡମ୍ବରରେ ରାୟଗଡା ସହରସ୍ଥ ବ୍ଲକ କଲୋନୀ ନିକଟରେ ଅବସ୍ତିତ କାଳୀପୂଜା ମଣ୍ଡପଠାରେ ଅନୁଷ୍ଠିତ ହେବ |

ଏଣୁ ଏହି ମହନୀୟ କାର୍ଯ୍ୟକ୍ରମରେ ଯୋଗଦାନ କରି ମାତୃକୃପା ଲାଭ କରିବା ନିମନ୍ତେ ଜନସାଧାରଣଙ୍କୁ କାଳୀପୂଜା ଉତ୍ସବ କମିଟି ତରଫରୁ ନିବେଦନ କରାଯାଇଛି | ଏହି ସମୟରେ ୦୭ରେ ମାଙ୍କ ଅଙ୍କୁରରପଣ ମଣ୍ଡପ ଶୁଦ୍ଧି ଆବାହନ ଓ ବିଲ୍ୱଉବରଣ କଳସ ଆବାହନ ଅଧିବାସ ସୂର୍ଯ୍ୟ ପୂଜା ଦ୍ୱାରପାଳ ପ୍ରାଣ ପ୍ରତିଷ୍ଠା ନିଶିପୂଜା ଷୋଡଶ ଉପଚାର ପୂଜା ହୋମ କୁଙ୍କୁମ ପୂଜା ପୁଷ୍ପାଞ୍ଜଳି ମା ଦକ୍ଷିଣକାଳୀ ପ୍ରସାଦସେବନ, ୮ରେ ମା ଗୁରତାରା ପୂଜା, ୯ ରେ ମା ତ୍ରିପୁରା ସୁନ୍ଦରୀ ପୂଜା, ୧୦ ରେ ମା ଭୁବନେଶ୍ୱରୀ ପୂଜା ୧୧ରେ ମା ତ୍ରିପୁରା ଭୈରବୀ ପୂଜା, ୧୨ ରେ ମା ଛିନ୍ନମସ୍ତା ପୂଜା, ୧୩ ରେ ମା ଧୂମାବତୀ ପୂଜା, ୧୪ ରେ ମା ବଗଳାମୁଖୀ ପୂଜା, ୧୫ ରେ ମା ମତଂଗୀନି ପୂଜା, ୧୬ ରେ ମା କମଳାତ୍ମିକା ପୂଜା, ୧୭ ରେ ବାଲ୍ୟ କୁମାରୀ ପୂଜା ପୂର୍ଣ୍ଣାହୁତି ଓ ୧୮ ରେ ମାଙ୍କ ବିସର୍ଜନ | ସେହିପରି ଭକ୍ତଙ୍କ ମନୋରଞ୍ଜନ ନିମନ୍ତେ ୦୮.୧୧.୨୦୧୮ ତାରିଖ ଠାରୁ ୧୭.୧୧.୨୦୧୮ପଯ୍ୟନ୍ତ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ପରିବେଷଣ କରାଯିବା ସହିତ ମୀନା ବଜ଼ାର ଫାଷ୍ଟ ଫୂଡ଼ ଷ୍ଟଲ ସାଙ୍ଗକୁ ଜଗତସିଂପୁରର ଅପେରା ବାଣେସ୍ୱରୀ ଗଣନାଟ୍ୟ ଷ୍ଟାର ଅଭିନେତ୍ରୀ ଅର୍ଚିତା ଓ ୧୭.୧୧.୨୦୧୮ରେ ସୁଦୂର ଆନ୍ଧ୍ର ପ୍ରଦେଶର ତେଲୁଗୁ ମେଲୋଡି ରାତ୍ରି ଓ ଡାନ୍ସ କାର୍ଯ୍ୟକ୍ରମ ରଖାଯାଇଛି | ଏହାର ଭରପୁର ମଜା ନେବା ନିମନ୍ତେ କାଳୀ ପୂଜା ଉତ୍ସବ କମିଟି ତରଫରୁ ଜନସାଧାରଣଙ୍କୁ ନିବେଦନ କରାଯାଇଛି |

Comments are closed.