ରାୟଗଡା ପୋଲିସ ପକ୍ଷରୁ “ଆମ ପୋଲିସ ସମିତି ” କାର୍ଯ୍ୟକ୍ରମ ଅନୁଷ୍ଠିତ

ରାୟଗଡା (ଗୋପୀନାଥ ଗୌଡ଼): ରାୟଗଡା ପୋଲିସ ପକ୍ଷରୁ “ଆମ ପୋଲିସ ସମିତି ” ନାମରେ ଜନସଚେତନତା କାର୍ୟକ୍ରମ ରାୟଗଡାର ୱର୍ଡ ନ-୫ ରେଲି ସାହିରେ ଅନୁଷ୍ଠିତ ହୋଇଯାଇଛି |

ଏହି ଅଞ୍ଚଳରେ ପ୍ରାୟ ୧୫୦ଟି ପରିବାର ଲୋକ ବସବାସ କରୁଛନ୍ତି | ଏହି ସଭାରେ ଭାରପ୍ରାପ୍ତ ଅଧିକାରୀ ଡ଼ିଏସପି ସତ୍ୟ ବିକାଶ ଭୂୟାଁ ଓ ସବ ଇନ୍ସପେକ୍ଟର ରାଜ କିଶୋର ବେହେରା ଯୋଗ ଦେଇ ଲୋକଙ୍କୁ ସ୍ୱାବଲମ୍ବୀ ଓ ଆତ୍ମ ନିର୍ଭରଶୀଳ ହେବା ସହ ସ୍ଵାକ୍ଷରତା ହେବ ଓ ହିଂସା, ଝଗଡା, ମାର ପିଟ ଓ ସ୍ୱଛତା ପ୍ରତି ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ | ସ୍ଥାନୀୟ ଲୋକେ ନିଜ ନିଜର ମୌଳିକ ଅସୁବିଧା ସବୁ ଜଣାଇଥିଲେ | ବର୍ଷା ହେଲେ ନାଳ ନର୍ଦ୍ଦମାର ପାଣି ଜମି ରହିବା, ରାସ୍ତା ଘାଟ ସଫା ସୁତୁରା ନ ରହିବା, ଓ ନିକଟରେ ଥିବା ସରକାରୀ ବିଦ୍ୟାଳୟକୁ ଲୋକେ ଶୌଚାଳୟ ରୂପେ ବ୍ୟବହାର କରୁଛନ୍ତି,ଏବଂ ନିକଟରେ ଥିବା ଫୋରେଷ୍ଟ ରେଞ୍ଜ ଅଫିସରେ କୁକୁଡ଼ା, ଘୁଷୁରୀ, ରଖିବା ଯୋଗୁଁ ସାହିର ପରିବେଶ ଖରାପ ହୋଉଛି | ଏଥିପାଇଁ ଡେଙ୍ଗୁ ରୋଗ, ନାନା ପ୍ରକାର ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଉଛି ଓ ରାସ୍ତା ଉପରେ ଘର ବାନ୍ଧି ଦେଇଥିବା ଯୋଗୁଁ ସ୍ଥାନୀୟ ଲୋକେ ଯାତାୟତରେ ମଧ୍ୟ ଅସୁବିଧାର ସମ୍ମୁଖୀନ ହଉଛନ୍ତି ବୋଲି ଜଣାଇଥିଲେ | ଏହି ସମସ୍ୟା ଗୁଡିକୁ ସ୍ଥାନୀୟ ଲୋକେ ବାରମ୍ବାର ଉପରିସ୍ଥ ଅଧିକାରୀ ମାନଙ୍କୁ ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳିନି ଡ଼ିଏସପି ସତ୍ୟ ବିକାଶ ଭୂୟାଁଙ୍କୁ ଠାରେ ଅଭିଯୋଗ କରିଥିଲେ | ଏହି କାର୍ୟକ୍ରମରେ କାର୍ଯ୍ୟରତ ପୋଲିସ ପାଳି ସନ୍ତୋଷ, ସନ୍ତୋଷ କୁମାର ଦାମୋଦର ଓ ରେଲି ସାହିର ସଭାପତି ଏଡ଼ଗେଲା ଜମ୍ବୁ, କାଉନସିଲର ହାଡପ୍ପା ବଳମା, ଏସ.ରାଜେନ୍ଦ୍ର ଶର୍ମା, ଏ.ଶୋଭା ଓ ସ୍ଥାନୀୟ ଅଞ୍ଚଳର ବୃଦ୍ଧ ବନିତା ଯୁବକ ଯୁବତୀ ଉପସ୍ଥିତ ରହି ଆଗାମୀ ଦିନରେ ସ୍ୱଛତା, ସ୍ଵାକ୍ଷରତା ଓ ଶାନ୍ତି ଶୃଙ୍ଖଳା ବଜାୟ ରଖିବୁ ବୋଲି ଡ଼ିଏସପି ସତ୍ୟ ବିକାଶ ଭୁଆଁଙ୍କୁ ପ୍ରତିଶୃତି ଦେଇଛନ୍ତି |

Comments are closed.