ବାଲିଗୁଡ଼ାରେ ବିଜେଡିର ଜନସମ୍ପର୍କ ପଦଯାତ୍ରା

ବାଲିଗୁଡା(ବିଭୁତି ଲହରିଆ): କନ୍ଧମାଳ ଜିଲ୍ଲା ବାଲିଗୁଡା ରେ ବିଜେଡିର ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି | ସ୍ଥାନୀୟ ମିନି ଷ୍ଟାଡିଅମ ରୁ ଶୋଭାଯାତ୍ରା ରେ ବାହାରି ସଭାଗୃହରେ ଦଳୀୟ କର୍ମୀ ପଦଯାତ୍ରା ରେ ଯାଇଥିଲେ |

ବ୍ଲକ ସଭାପତି ଟୁନା ଦାସ ଙ୍କ ନେତୃତ୍ୱରେ ହାଜର ରୁ ଉର୍ଦ୍ଧ କର୍ମୀ ସହରରେ ଯାଇ ବସ ଷ୍ଟାଣ୍ଡ ଓ ପୂର୍ତ୍ତ ଛକରେ ପଥପ୍ରାନ୍ତ ସଭାରେ ବିଜେଡି ସରକାର ଙ୍କ ଜନହିତକର ଯୋଜନା ସମ୍ପର୍କରେ ଅବଗତ କରିବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ମଳ ଭାବମୂର୍ତ୍ତି ଓ ଓଡ଼ିଶାରେ ପ୍ରଗତିର ରଥ ଚାଲିଛି ବୋଲି କହିଥିଲେ | ଅନ୍ୟତମ ଅତିଥି ରୂପେ ସହ ବିଜେଡି ପର୍ଯ୍ୟବେକ୍ଷକ ବିକ୍ରମ ପଣ୍ଡା, ଜିଲ୍ଲା ସଭାପତି ସରୋଜ କର୍ଣ୍ଣ, ଏନଏସି ଅଧ୍ୟକ୍ଷା ମମତା ବେହେରା ଉପାଧ୍ୟକ୍ଷ ଲୋକନାଥ ପାଢ଼ୀ, ବିଧାୟକ ରାଜୀବ ପାତ୍ର ପ୍ରମୁଖ ଆୟୋଜିତ ସଭାରେ ବିଜେଡି ସରକାର ଙ୍କ ବିଭିନ୍ନ ଲୋକାଭିମୁଖୀ କଲ୍ୟାଣ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରିଥିଲେ |

Comments are closed.