ମାଓପ୍ରବଣ ଅଞ୍ଚଳକୁ ଗଣମାଧ୍ୟମ ପ୍ରତିନିଧି ଯିବା ଉଚିତ ନୁହେଁ-ଶ୍ରୀ ଶର୍ମା

ମାଲକାନଗିରି ଜିଲ୍ଲା ପ୍ରତିନିଧି (ଅସୀମ ବିଶ୍ୱାସ): ମାଲକାନାଗିରି ଜିଲ୍ଲା କାଲିମେଳା ନିକଟ ପପୁଲୁର ଜଙ୍ଗଲରେ ପୁଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟଣା ପରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଶର୍ମା କହିଛନ୍ତି ଯେ, ଅନୁଗୁଳ ଓ ବୌଦ୍ଧ ଜିଲ୍ଲାରେ ମାଓବାଦୀଙ୍କ ଗତିବିଧି ବୃଦ୍ଧି ପାଇଛି । ରାଜ୍ୟରେ ମାଓପ୍ରବଣ ଜିଲ୍ଲା ଏବେ ବୃଦ୍ଧି ପାଇ ୧୫ରେ ପହଞ୍ଚିଛି । ତେବେ ମାଓପ୍ରବଣ ଅଞ୍ଚଳକୁ ଗଣମାଧ୍ୟମ ପ୍ରତିନିଧି ଯିବା ଉଚିତ ନୁହେଁ |

ଏହାଛଡ଼ା ସେ କହିଛନ୍ତି ଯେ, ପପୁଲ ଅପରେସନ ଏକ ମିଳିତ ଅପରେସନ ଥିଲା । ଅପରେସନରେ ବିଏସଏଫ ଓ ଏସଓଜି ସାମିଲ ଥିଲେ । ଅପରେସନରେ ଓଡ଼ିଶା ପୁଲିସକୁ ଉଲ୍ଲେଖନୀୟ ସଫଳତା ମିଳିଛି । ଏନକାଉଣ୍ଟରେ ୨ ମହିଳାଙ୍କ ସମେତ ୫ଜଣ ମାଓବାଦୀ ନିହତ ହୋଇଛନ୍ତି ।  ସମସ୍ତ ମୃତକ ୫ ଜଣ କ୍ୟାଡର ମାଓବାଦୀ ।  ତେବେ କୌଣସି ପୁଲିସ କର୍ମଚାରୀଙ୍କ ଏଥିରେ କିଛି କ୍ଷତି ହୋଇନାହିଁ ବୋଲି ଶ୍ରୀ ଶର୍ମା କହିଛନ୍ତି ।
ଏହାଛଡ଼ା ଶ୍ରୀ ଶର୍ମା କହିଛନ୍ତି ଯେ, ଆନ୍ଧ୍ର ସୀମାରୁ ଦେଢ କିମି ଭିତରେ ଅପରେସନ କରାଯାଇଛି । ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରେ ଅଧିକ ବିଏସଏଫ ମୁତୟନ କରାଯିବ ବୋଲି କହିବା ସହ ସ୍ୱାଭିମାନ ଅଞ୍ଚଳରେ ଅଧିକ ବିଏସଏଫ ପାଇଁ ଶ୍ରୀ ଶ୍ରର୍ମା ଦାବି ଦୋହରାଇଛନ୍ତି ।

Comments are closed.