Advertisements
Thursday, July 9, 2020
Home Education & Literacy ରାୟଗଡା କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରୀ ୨୬ତମ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ ପାଇଁ ମନୋନୀତ

ରାୟଗଡା କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରୀ ୨୬ତମ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ ପାଇଁ ମନୋନୀତ

ରାୟଗଡା ଜ଼ିଲ୍ଲା ପ୍ରତିନିଧି (ଅମୁଲ୍ୟ ନିସଙ୍କ): ଭୁବନେଶ୍ୱର ଠାରେ ଚଳିତ ମାସ ୨, ୩, ୪ ତାରିଖ ୩ ଦିନ ଧରି ଭୁବନେଶ୍ୱର ସି ଆର ପି ଏଫ ଛକ ନିକଟସ୍ଥ କେନ୍ଦ୍ରୀୟ ବିଦ୍ୟାଳୟ ନ.୨ଠାରେ ଅନୁଷ୍ଠିତ ହୋଇଯାଇଥିବା ୨୬ ତମ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ ପ୍ରତିଯୋଗିତାରେ ରାୟଗଡା ଜ଼ିଲ୍ଲା କେନ୍ଦ୍ରୀୟ ବିଦ୍ୟାଳୟ ବରିଷ୍ଠ ବିଭାଗରେ ଅଂଶ ଗ୍ରହଣ କରି ଶିବାଙ୍ଗି ରାଜ୍ୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି |

ରାୟଗଡା କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର ପରିଚାଳନା କମିଟି ଅଧ୍ୟକ୍ଷ ତଥା ରାୟଗଡା ଜ଼ିଲ୍ଲାପାଳ ଶ୍ରୀମତୀ ଗୁହା ପୂନମ ତାପସ କୁମାର ଆଇଏ ଏସ ଶିବାଙ୍ଗିଙ୍କୁ ଅଭିନନ୍ଦନ ସହ ଶୁଭେଚ୍ଛା ଜଣାଇଛନ୍ତି | ତା ସହିତ ତାଙ୍କର ଉତ୍ତୋରତ୍ତର ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି | ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଦୁର୍ଗା ପ୍ରସାଦ ପଣ୍ଡା ଓ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ସମସ୍ତ କର୍ମଚାରୀ ମଧ୍ୟ ଶିବାଙ୍ଗିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି | ଆସନ୍ତା ମାସ ଡ଼ିସେମ୍ବର ପ୍ରଥମ ସପ୍ତାହରେ କାନପୁର ଠାରେ ଆଇ ଆଇ ଟି ଠାରେ ୨୬ ତମ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ ପ୍ରତିଯୋଗିତା ଅନୁଷ୍ଠିତ ହେବ | ଜାତୀୟ ସ୍ତରର ପ୍ରତିଯୋଗିତାରେ ଓଡିଶା କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ପକ୍ଷରୁ ଶିବାଙ୍ଗି ପ୍ରତିନିଧିତ୍ବ କରିବେ | ଏହି ପ୍ରତିଯୋଗିତାରେ ଗାଇଡଭାବେ ପିଜିଟି ବାୟୋଲୋଜି ବିଭାଗର ଶିକ୍ଷକ ରାମ ଇସଃ କୁମାର ସୂଚନା ଦେଇଛନ୍ତି |

Advertisements

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ନାଗାବଳୀ ନଦୀରେ ଯୁବତୀର ମୃତ ଦେହ ଉଦ୍ଧାର କଲା ପୁଲିସ

ରିପୋର୍ଟ: ଅକ୍ଷୟ କୁମାର ପିଡ଼ିସିକା //କଲ୍ୟାଣସିଂହପୁର (ତା ୯/୭): ରାୟଗଡ଼ା ଜିଲ୍ଲା କଲନରା ବ୍ଳକ ଅନ୍ତର୍ଗତ ବୁଡ଼ାଗୁଡା ସଦର ଗାଁ ସାଙ୍ଗାନା ପ୍ରାସ୍କା ଙ୍କ ଝିଅ ସଂଯୁକ୍ତା ପ୍ରାସ୍କା...

ଜାମ୍ମୁ କାଶ୍ମୀର ବିଜେପି ନେତା ଶେଖ ୱାସିମ ବରୀ, ତାଙ୍କ ପିତା ଏବଂ ଭାଇଙ୍କୁ ଆତଙ୍କବାଦୀ ହତ୍ୟା କରିଥିବା ସୂଚନା

ଶ୍ରୀନଗର (ଓଡିଶା ନ୍ୟୁଜ୨୪ ବ୍ୟୁରୋ): ବୁଧବାର ରାତିରେ ଜାମ୍ମୁ-କାଶ୍ମୀର ବିଜେପି ନେତା ଶେଖ ୱାସିମ ବରୀ ଏବଂ ତାଙ୍କ ପରିବାରର ଦୁଇଜଣ ସଦସ୍ୟଙ୍କୁ ହତ୍ୟା କରିବା ପରେ ପରିବାରର...

କାନପୁର ଗୁଳି କାଣ୍ଡ ର ମାଷ୍ଟର ମାଇଣ୍ଡ ବିକାଶ ଦୁବେ ଗିରଫ

ନୂଆଦିଲ୍ଲୀ (୦୯/୦୭): ଗତ ସପ୍ତାହରେ ଆଠ ଜଣ ପୋଲିସ କର୍ମଚାରୀଙ୍କୁ ହତ୍ୟା କରିଥିବା କାନପୁର ଗୁଳିରେ ଉତ୍ତରପ୍ରଦେଶ ଗ୍ୟାଙ୍ଗଷ୍ଟର ବିକାଶ ଦୁବେଙ୍କୁ ମଧ୍ୟପ୍ରଦେଶରେ ଗିରଫ କରାଯାଇଛି।

ଆଜି କରୋନାରେ ମୃତ୍ୟୁ ସଂଖ୍ୟା ୪ ସହ ୫୨କୁ ବୃଦ୍ଧି

ଭୁବନେଶ୍ୱର (୦୯/୦୭): ରାଜ୍ୟରେ କୋରୋନା ନେଲା ଆଉ ୪ ଜୀବନ, ଭଦ୍ରକରେ କୋରୋନାରେ ପ୍ରଥମ ମୃତ୍ୟୁ, ଗଞ୍ଜାମରେ କୋରୋନାରେ ୩ ଜଣଙ୍କ ମୃତ୍ୟୁ, ଗଞ୍ଜାମରେ କୋରୋନା ମୃତ୍ୟୁ ସଂଖ୍ୟା...

Recent Comments

%d bloggers like this: