ଇମ୍ଫା, ଥେରୁବାଲି ଠାରେ ରକ୍ତ ଦାନ ଶିବିରି ଅନୁଷ୍ଠିତ

ରାୟଗଡା ଜିଲ୍ଲା ପ୍ରତିନିଧି (ଅମୁଲ୍ୟ ନିସଙ୍କ): ରାୟଗଡା ଜିଲ୍ଲା କୋଲନରା ବ୍ଲକ ଥେରୁବାଲି ସ୍ଥିତ ଇମ୍ଫା କାରଖାନା ତରଫରୁ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି |

ଏହି ଶିବିରକୁ ଇମ୍ଫା କାରଖାନା ର ବରିଷ୍ଠ ମହାପ୍ରବନ୍ଧକ ଶ୍ରୀ କେ ଭି ରାଓ, ଥେରୁବାଲି ଗ୍ରା.ପ. ସରପଞ୍ଚ ଶ୍ରୀମତୀ କମଳା ହିକକା, ରାୟଗଡା ଜିଲ୍ଲା ବରିଷ୍ଠ ସାମ୍ବାଦିକ ଶ୍ରୀ ଗୋପାଳ ସିଂ ଅଧିକାରୀ କୋଲନରା ବ୍ଲକ ବିଜେଡି ସଭାପତି ଶ୍ରୀ ପିରୱାକ ବିକ୍ରମ, ସ୍ବେଚ୍ଛାସେବୀ ଶ୍ରୀ ସଦାନନ୍ଦ ପାଣି ପ୍ରଦୀପ ପ୍ରଜ୍ବଳନ କାର୍ଲି ଉଦଘାଟନ କରିଥିଲେ | ଏହି ଶିବିରରେ ସ୍ବେଚ୍ଛାକୃତ ଭାବେ ମୁନସିଂ କେ ବି ଏସ କଲେଜ ର ଛାତ୍ରଛାତ୍ରୀ, ଥେରୁବାଲି ଆଇଟିଆଇ ର ଛାତ୍ରଛାତ୍ରୀ ବିଆଇପିଏଫ ଇମ୍ଫାର ଯେ କେ ପୁର ସ୍ଥିତ ସ୍କିଲ ସେଣ୍ଟର ଛାତ୍ରଛାତ୍ରୀ, ଇମ୍ଫା କର୍ମଚାରୀ ତଥା ଥେରୁବାଲି ଅଂଚଳର ଯୁବକ ମାନେ ରକ୍ତ ଦାନ କରିଥିଲେ | ଏହି ଶିବିରରେ ୫୨ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା | ଇମ୍ଫା ଲୋକ ସମ୍ପର୍କ ବିଭାଗର ପରିଚାଳକ ଶ୍ରୀ ଶକ୍ତି ପ୍ରସାଦ ପାଣିଗ୍ରାହୀ ଏହି ଶିବିରର ପରିଚାଳନା କରିଥିଲେ | ଶ୍ରୀ ସୁଶୀଲ କୁମାର ପରିଡା, ଶ୍ରୀ କେ ଅପନା, ଶ୍ରୀ ଅଶୋକ ମିଶ୍ର ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ | ରାୟଗଡା ଜିଲ୍ଲା ଚିକିତ୍ସାଳୟ ରକ୍ତ ଭଣ୍ଡାର ର ଅଧିକାରୀ ପାରା ମେଡିକାଲ କର୍ମଚାରୀ ରକ୍ତ ସଂଗ୍ରହ କରିଥିଲେ | ଇମ୍ଫା ର ବରିଷ୍ଠ ମହାପ୍ରବନ୍ଧକ ଶ୍ରୀ କେଭିରାଓ ମାନବ ସମ୍ବଳ ଓ ପ୍ରଶାସନ ବିଭାଗର ଡିଜିଏସ ଶ୍ରୀ ଏ କେ ବେହୁରିଆ, ଲୋକ ସମ୍ପର୍କ ପରିଚାଳକ ଶ୍ରୀ ଶକ୍ତି ପ୍ରସାଦ ପାଣିଗ୍ରାହୀ ପ୍ରମୁଖ ରକ୍ତ ଦାନ କରିଥିଲେ | ଏହି ମହତ କାର୍ଯ୍ୟ ସକାଶେ ଥେରୁବାଲି ଅଂଚଳ ବସି ଇମ୍ଫା କର୍ତୃପକ୍ଷକୁ ସାଧୁବାଦ ଜଣାଇଛନ୍ତି |

Comments are closed.