କାଳିଆଝୋଲି ପୋଲ ଅନାଥ ପରି ପଡ଼ିରହିଛି- ପ୍ରଶାସନ ଚୁପ

ବୈପାରୀଗୁଡା(ଏନ ସନ୍ତୋଷ କୁମାର): ଗ୍ରାମାଞ୍ଚଳର ବିକାଶ ସହ ମୁଖ୍ୟ ସ୍ରୋତରେ ଲୋକଙ୍କୁ ଯୋଡିବା ପାଇଁ ସରକାରଙ୍କ ବିଭିନ୍ନ ଯୋଜନା କରୁଥିବା ବେଳେ କେବଳ କାଗଜ କଲମରେ ସୀମିତ ରହି ଯାଉଥିବାର ଜଣାପଡିଛି |

ସେହିପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ଦଣ୍ଡା ବାଡ଼ି ପଞ୍ଚାୟତର କାଳିଆଝୋଲି ନାଳ ନିକଟରେ ଥିବା ପୋଲ | ଲାଗାଁ ବର୍ଷ ଯୋଗୁଁ ପାଞ୍ଚ ବର୍ଷ ପୂର୍ବେ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି | ଆଜି ପର୍ଯ୍ୟନ୍ତ ଏହି ପୋଲଟିକୁ ଅନାଥ ପରି ଛାଡି ଚୁପ ରହିଛନ୍ତି ସରକାରୀ ବାବୁ ମାନେ | ଏଥିଲାଗି କିଲପାତ୍ରଲି, କଦଳୀ ପଦର, ବତୀ ଲିଟରଲି, ବଙ୍ଗରାଜଯୋଡି, ଧବଅଟlଳ ସହ ଚିପାକୁର ପଂଚାୟତବାସୀଙ୍କ ଦୁଃଖ କଷ୍ଟ କହିଲେ ନ ସରେ | ଜରୁରୀ କାଳୀନ ପରିସ୍ଥିତିରେ ଆମ୍ବୁଲାନ୍ସ ଆସିପାରେ ନାହିଁ | ବାଧ୍ୟତା ମୂଳକ ଖଟିଆରେ ବୋହି ରୋଗୀ ଆଣିଥାନ୍ତି ନିକଟସ୍ଥ ରାମଗିରି ମେଡିକାଲକୁ | ଛୋଟ ସ୍କୁଲ ପିଲା ବିଦ୍ୟାଳୟକୁ ଯାଇପାରନ୍ତି ନାହିଁ | ବର୍ଷ ଋତୁରେ ଜଳବନ୍ଦୀ ହୋଇ ରହିଥାନ୍ତି ଏହି ଅଂଚଳର ଲୋକମାନେ | ନୂତନ ଭାବେ ପୋଲ ନିର୍ମାଣ ପାଇଁ ସ୍ଥାନୀୟ ଲୋକେ ବହୁଥର ଦାବି କରିଛନ୍ତି କିନ୍ତୁ ପ୍ରଶାସନ ର ଆନ୍ତରିକତା ଅଭାବ ଯୋଗୁଁ ଦୁଃଖ ଦୁର୍ଦ୍ଧଶା ଭୋଗୁଛନ୍ତି ବୋଲି ଅଭିଯୋଗ କରିଥିଛନ୍ତି ସ୍ଥାନୀୟ ଗ୍ରାମବାସୀ |

Comments are closed.