ବିଜୁ ଯୁବ ସଶକ୍ତି କରଣ ଯୋଜନା ମାଧ୍ୟମରେ ସଫଳ ଛାତ୍ର ଛାତ୍ରୀଙ୍କୁ ଲାପଟପ ବିତରଣ

ରାୟଗଡା ଜ଼ିଲ୍ଲା ପ୍ରତିନିଧି (ଅମୁଲ୍ୟ ନିଶଙ୍କ): ରାଜ୍ୟ ସରକାର ଶିକ୍ଷାର ଉନତି ନିମନ୍ତେ ବିଭିନ ପ୍ରକାରର ଉନତିମୂଳକ ଯୋଜନା ପ୍ରଣୟନ କରି ଥିବାବେଳେ ବିଜୁ ଯୁବ ସଶକ୍ତି କରଣ ଯୋଜନା ମାଧ୍ୟମରେ ୨୦୧୮ ମସିହା ବାର୍ଷିକ ଉଚ୍ଚ ମାଧ୍ୟମିକ ସ୍କୁଲର ସଫଳ ନିମନ୍ତେ ରାୟଗଡା ଜ଼ିଲ୍ଲାର ଛାତ୍ର ଛାତ୍ରୀଙ୍କୁ ଲାପଟପ ବିତରଣ ରାୟଗଡା ସ୍ୱୟଂ ଶାଶିତ ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି |

ସମଗ୍ର ଓଡ଼ିଶାରେ ୫୦୦୦ ହଜାର ଲାପଟପ ବିତରଣ କରାଯାଇଥିବା ବେଳେ ରାୟଗଡା ଜ଼ିଲ୍ଲାରେ ସର୍ବମୋଟ ୧୩୫ଟି ବିତରଣ କରାଯାଇଛି | ସେଥିମଧ୍ୟରୁ ସାଧାରଣ ବର୍ଗ ଛାତ୍ରଙ୍କୁ ୩୧, ଛାତ୍ରୀଙ୍କୁ ୨୯, ସେହିପରି ଏସ ଟି ଛାତ୍ରଙ୍କୁ ୧୫, ଛାତ୍ରୀଙ୍କୁ ୧୪ ଓ ଆଦିବାସୀ ଛାତ୍ରଙ୍କୁ ୨୯, ଛାତ୍ରୀଙ୍କୁ ୧୭ ଏହିପରି ସର୍ବମୋଟ ଛାତ୍ର ୭୫, ଛାତ୍ରୀ ୬୦ ଜଣଙ୍କୁ ରାୟଗଡା ଜ଼ିଲ୍ଲାର ୧୭ ଗୋଟି ଉଚ୍ଚ ମାଧ୍ୟମିକ ସ୍କୁଲର ଛାତ୍ର ଛାତ୍ରୀ ମୋନାନୀତ ହୋଇଛନ୍ତି | ରାୟଗଡା ଉଚ୍ଚ ମାଧ୍ୟମିକ ସ୍କୁଲ ସର୍ବାଧିକ ୩୭ଟି ପାଇଁ ପ୍ରଥମ ସ୍ଥାନ ପାଇଥିବା ବେଳେ ଗୁଣୁପୁର ମହର୍ଷି ଗୁରୁକୁଳ +୨ ବିଜ୍ଞାନ କଲେଜ ୨୫ ଟି ପାଇଁ ୨ନ , ଲକ୍ଷ୍ମୀ ପତିସିଂଘାଣିଆ ଉଚ୍ଚ ମାଧ୍ୟମିକ ସ୍କୁଲ ,ଜେ କେ ପୁର ୧୧, ସରକାର ଏସ ଏସ ଡି ଉଚ୍ଚ ମାଧ୍ୟମିକ ସ୍କୁଲ ଆମ୍ବଦୋଳା ୦୯, ଗୁଣୁପୁର ଉଚ୍ଚ ମାଧ୍ୟମିକ ସ୍କୁଲ୦୮, ତ୍ରିବେଣୀ ବିଜ୍ଞାନ +୨ ଉଚ୍ଚ ମାଧ୍ୟମିକ ସ୍କୁଲ୦୮,ଉଗ୍ରତାରା ଉଚ୍ଚ ମାଧ୍ୟମିକ ସ୍କୁଲ କମତଳପେଟା୦୭,ଶାନ୍ତିନିକେତନ ଉଚ୍ଚ ମାଧ୍ୟମିକ ସ୍କୁଲ ଗୁଣୁପୁର ୦୭, ବିଷମକଟକ ମାର୍କମା ଉଚ୍ଚ ମାଧ୍ୟମିକ ସ୍କୁଲ୦୫, ଆର ଜି ଉଚ୍ଚ ମାଧ୍ୟମିକ ସ୍କୁଲପଦ୍ମପୁର ୦୪, ସରକାର ଏସ ଏସ ଡି କୈଳାଶପୁର ୦୩, ଜିତମ ଆବାସିକ +୨ ଉଚ୍ଚ ମାଧ୍ୟମିକ ସ୍କୁଲ୦୩, ଡମ୍ବସର ଉଚ୍ଚ ମାଧ୍ୟମିକ ସ୍କୁଲ୦୧, ମାଣିକେଶ୍ବରୀ ଉଚ୍ଚ ମାଧ୍ୟମିକ ସ୍କୁଲ କାଶୀପୁର ୦୧, ଭାରତ ବିଜ୍ଞାନ ଉଚ୍ଚ ମାଧ୍ୟମିକ ସ୍କୁଲ କମତଳପେଟ୦୧ , ଗୁଣୁପୁର ଥାୟରାମ ମହିଳା ଉଚ୍ଚ ମାଧ୍ୟମିକ ସ୍କୁଲ ୦୧, ରାମେଶ୍ୱର ସଂସ୍କୃତ ବିଦ୍ୟାଳୟ ୦୪, ରାୟଗଡା ଜ଼ିଲ୍ଲାପାଳ ଶ୍ରୀମତୀ ଗୁହା ପୂନମ ତାପଶ କୁମାର ଆଇଏ ଏସ ଲାପଟପ ବିତରଣ କମିଟି ଅଧକ୍ଷ ଥିବାବେଳେ ରାୟଗଡା କଲେଜ ଅଧକ୍ଷ ପ୍ରଫେସର ଏସ ଏନ ତ୍ରିପାଠୀ କନ୍ଭେନର ଓ ପ୍ରଫେସର କାର୍ତିକ ଚନ୍ଦ୍ର ମିଶ୍ର ଅଧ୍ୟାପକ ପଦାର୍ଥ ବିଜ୍ଞାନ ରାୟଗଡା ମହାବିଦ୍ୟାଳୟ ଲାପଟପ ବିତରଣ ଉତ୍ସବର ଅଧିକାରୀ ଥିବାବେଳେ ରାୟଗଡା ବିଧାୟକ ଲାଲ ବିହାରୀ ହିମ୍ରିକା ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃତି ଛାତ୍ର ଛାତ୍ରୀଙ୍କୁ ଲାପଟପ ବିତରଣ କରିଥିଲେ | ରାୟଗଡା ମୁନିସିପାଲ ପୂର୍ବତନ ଉପଧାକ୍ଷ ନିରଞ୍ଜନ ବକ୍ସଇପାତ୍ର ବିଶିଷ୍ଟ ସମାଜ ସେବି ଜୟରାମ ଜେନା ଉପସ୍ଥିତ ଥିଲେ |

Comments are closed.