ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଛାତ୍ରଛାତ୍ରୀ ମାନଙ୍କୁ ଲେପଟପ ବଣ୍ଟନ

ମାଲକାନଗିରି ଜିଲ୍ଲା ପ୍ରତିନିଧି (ଅସୀମ ବିଶ୍ୱାସ): ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ମାଲକାନଗିରି ଛାତ୍ରଛାତ୍ରୀଙ୍କୁ ଲେପଟପ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା |

ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ପରିସରରେ ଥିବା ଓସ୍ବାନ କେନ୍ଦ୍ରରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଆଜି ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ସଫଳତା ପାଇଥିବା ଛାତ୍ର ଛାତ୍ରୀ ଓ ଭାଷା ବୃତ୍ତି ସଫଳ ଶିକ୍ଷକ ଅବିଭାବକ ମାନଙ୍କୁ ପୁରସ୍କାର ମାଲକାନଗିରି ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟ ଛାତ୍ର ଛାତ୍ରୀ ମାନଙ୍କୁ ଲେପଟପ ବଣ୍ଟନ କ୍ରାର୍ଯ୍ୟକ୍ରମକୁ ମୂଖ୍ୟମନ୍ତ୍ରୀ ଭିଡ଼ିଓ କନଫ୍ରେସିଗଂ ଜରିଆରେ ଉଦଘାଟନ କରିଥିଲେ | ଏହି କ୍ରାର୍ଯ୍ୟକ୍ରମରେ ମାଲକାନଗିରି ବିଧାୟକ ମାନସ୍ ମାଡ଼କାମୀ, ସୁଚନା ଲୋକସମ୍ପର୍କ ଅଧିକାରୀ ମାନସ୍ ମିଶ୍ର, ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଦୁଷ୍ମନ୍ତ ଜେନା, ଉପଜିଲ୍ଲାପାଳ ରମେଶ ଚନ୍ଦ୍ର ପ୍ରଧାନ, ମହାବିଦ୍ୟାଳୟ ଅଧ୍ୟକ୍ଷ ଅଶୋକ କୁମାର ଷଡ଼ଙ୍ଗୀ, ଜିଲ୍ଲା ଶିକ୍ଷା ଅଧିକାରୀ ରମେସ ଚନ୍ଦ୍ର ସେଠି, ଅଧ୍ୟାପକ ଡ଼. ରଞନକୁମାର ସ୍ବାଇଁ, ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ଭାସ୍କର ବେହେରା ପ୍ରମୁଖ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଲେପଟପ ପ୍ରଦାନ କରିଥିଲେ |

Comments are closed.