Related Contents

ଅଜଣା ବ୍ୟକ୍ତିଙ୍କ ଶବ ଉଦ୍ଧାର- ଅତ୍ୟଧିକ ନିଶା ହିଁ ମୁଖ୍ୟ କାରଣ ଥାଇପାରେ

ରାଜଗାଙ୍ଗପୁର (ରାଜେଶ କୁମାର ଜେନା): ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ବ୍ଲକ ବାବା ତଲବଠାରେ ଗୋଟିଏ ଅଜଣା ବ୍ୟକ୍ତିଙ୍କର ଶବ ଉଦ୍ଧାର ହୋଇଛି।

ପଚାରା ଉଚରା ପରେ ସେଇଠାରୁ ଜଣା ପଡିଥିଲା ଯେ ସେହି ବ୍ୟକ୍ତି ଜଣକ ପାଖ ଅଂଚଳ କୁମ୍ବାରପରା ର ବାସିନ୍ଦା ନାରାୟଣ ଦାସ । ସିଏ ଗତ କାଲି ପ୍ରବଳ ମାତ୍ରା ରେ ନିଶା ଦ୍ରବ୍ୟ ସେବନ କରିଥିଲେ ଏବଂ ସେ ଗତକାଲି ଘରକୁ ଫେରି ନଥିଲେ । ତାଙ୍କ ଘର ଲୋକ ଖୋଜ ଖବର କରିଥିଲେ କିନ୍ତୁ ତାଙ୍କର କୋଣସି ଖବର ମିଳି ନଥିଲା । ଆଜି ଅପରାହ୍ନ ପ୍ରାୟ ୪.୦୦ଟା ସମୟରେ ତାଙ୍କ ଶବ ବାବା ତଲବ ଠାରେ ଭାସୁଥିବା ଦେଖି ପାଖ ଅଂଚଳର ଲୋକ ଶବ ଉଦ୍ଧାର କରିଥିଲେ । ଏବଂ ସଂଗେ ସଂଗେ ପୋଲିସ ଥାନାରେ ଏତଲା ଦେଇଥିଲେ । ରାଜଗାଙ୍ଗପୁର ପୋଲିସ ଆସି ପହଂଚି ଶବ ବ୍ୟବଛେଦ କରିଥିଲା । ଆଇ.ଏସ.ଆଇ ପ୍ରଦୀପ ଜେନା ସେହିଠାରେ ପହଂଚି ନିଜେ ତଦନ୍ତ ଜାରି ରଖିଛନ୍ତି ।

Comments are closed.