ଅସହ୍ୟ ଶୀତ,ଥଣ୍ଡା ପବନ ଆଉ ଘନ କୁହୁଡ଼ିରେ ଅସ୍ତବ୍ୟସ୍ତ ଵିଷମକଟକ ଜନଜୀବନ

0
192

ରିପୋର୍ଟ : ନରତ୍ତମ ପାଢୀ //
ଵିଷମ କଟକ, ତା (୨୨/୧୨) : ରାୟଗଡା ଜିଲ୍ଲା ର ଘଞ୍ଚ ଜଙ୍ଗଲ ଆଉ ନିୟମଗିରି ପର୍ବତମାଳା ପରିବେଷ୍ଟିତ ବିଷମକଟକ ଅଂଚଳରେ ଅସହ୍ୟ ଶୀତ ଅନୁଭୂତ ହେଉଥିବା ବେଳେ ଥଣ୍ଡା ଲହର ଆଉ ଘନ କୁହୁଡି ଆଚ୍ଛାଦିତ ପରିବେଶ ଜନ ଜୀବନକୁ ଅସ୍ତବ୍ୟସ୍ତ କରିଦେଉଛି ।5874e236 0362 4c28 80c6 5f103cb2e3ef ଅସହ୍ୟ ଶୀତ,ଥଣ୍ଡା ପବନ ଆଉ ଘନ କୁହୁଡ଼ିରେ ଅସ୍ତବ୍ୟସ୍ତ ଵିଷମକଟକ ଜନଜୀବନ

ଏହି ପାହାଡ଼ି ବ୍ଲକର ଅନେକ ଅଞ୍ଚଳରେ ପାରଦ ୬/୭ ଡିଗ୍ରୀ ମଧ୍ୟରେ ରହୁଥିବା ବେଳେ ୩ ଦିନ ହେବ ସକାଳ ୯ଟା ୪୫ ପର୍ଯ୍ୟନ୍ତ ଲୋକମାନେ ଘରୁ ପଦାକୁ ବାହାରି ପାରୁନଥିବା ବେଳେ ଅପରାହ୍ନ ୪-୩୦ ରୁ ଲୋକମାନେ ଅସହ୍ୟ ଶୀତ ଓ ଥଣ୍ଡା ପବନ କୋପରେ ନିବୁଜ ଘରେ ପସି ରହୁଛନ୍ତି । ଅନୁସୂଚିତ ଜାତି ଓ ଜନଜାତି ଅଧ୍ୟୁସିତ ତଥା ବହୁ ଗରିବ ଶ୍ରେଣୀ ଖଟିଖିଆ ଦିନ ମଜୁରିଆ ଲୋକମାନେ ଦିନ ହେବ ପଦାକୁ ବାହାରିବା ଅସମ୍ଭବ ହୋଇ ପୁଡୁଥିବାରୁ ସେମାନଙ୍କ ଜୀବନ ଜୀବିକା ଉପରେ ଅନେକ ପ୍ରଭାବ ପଡୁଛି ।

ଅସହ୍ୟ ଶିତ ଦାଉରୁ ରକ୍ଷା ପାଇବା ପାଇଁ ଧନୀ ଗରିବ ସମସ୍ତେ ନିଆଁ ଜାଳି ସେକି ହେଉଥିବା ବେଳେ ଵିଷମକଟକ ସର୍ବ ସାଧାରଣ ସ୍ଥାନରେ କାଠ ଜାଳି ନିଆଁ ପୂଉଁଥିବାର ଦୃଶ୍ୟ ଦେଖିବାକୁ ମିଳୁଛି । ଅଧିକାଂଶ ଲୋକ ଶୀତ ଭୟରେ ଗାଧଉ ନ ଥିବା ବେଳେ ଦିନରାତି ଶୀତ ବସ୍ତ୍ର ଓହ୍ଲାଉ ନଥିବା ଦେଖିବାକୁ ମିଳୁଛି । ଶୀତ ସକାଳର କାକରଭିଜା ପରିବେଶରେ ପ୍ରାତଃ ଭ୍ରମଣ ଓ ଯୋଗାଭ୍ୟାସ ଆଦି ଶରୀର ଫିଟ ରଖିବାଭଳି ବାୟାମ ପ୍ରଭାତ ପଥଚାରି ଲୋକମାନେ କରୁଥିବା ବେଳେ ବୃଦ୍ଧବୃଦ୍ଧାମାନେ ଘରୁ ପଦାକୁ ବାହାରୁ ନଥିବା ଜଣା ଯାଉଛି । ଅନେକ ସ୍ଥାନରେ ବୁଲା ଗୋରୁଗାଈ ଶୀତ ପ୍ରକୋପରୁ ରକ୍ଷା ପାଇବା ପାଇଁ ନିଆଁରେ ସେକିହେଉଥିବା ମଣିଷଙ୍କ କଡରେ ଜାକିହୋଇ ପିଠି ଦେଖାଉଛନ୍ତି ।e06dd103 d660 47f0 bc96 a8b4ff54ff2a ଅସହ୍ୟ ଶୀତ,ଥଣ୍ଡା ପବନ ଆଉ ଘନ କୁହୁଡ଼ିରେ ଅସ୍ତବ୍ୟସ୍ତ ଵିଷମକଟକ ଜନଜୀବନ

ମୁଖ୍ୟତଃ ଗରିବ ଶ୍ରେଣୀର ଲୋକମାନଙ୍କ ପାଇଁ କମ୍ବଳ, ଶୀତବସ୍ତ୍ର ଓ ଦୂର ଦୁରାନ୍ତ ଯାତ୍ରା ପାଇଁ ଅପେକ୍ଷିତ ଯାତ୍ରୀମାନଙ୍କ ନିମନ୍ତେ ବସଷ୍ଟାଣ୍ଡ ଏବଂ କ୍ରିଷ୍ଟିଆନ ମେଡିକାଲରେ ଉଷୁମ ପାଣି ଓ ଶିତରୁ ରକ୍ଷା ପାଇବା ପାଇଁ ଆବଶ୍ୟକ ଘର ଯୋଗାଇଦେବାର ବ୍ୟବସ୍ଥା ପାଇଁ ସାଧାରଣରେ ଚର୍ଚ୍ଚା ହେଉଛି । ଏଣୁ ଶୀତର ଏହି କୋପରୁ ସାଧାରଣ ଲୋକଙ୍କୁ ଉଦ୍ଧାର ସହିତ ଜୀବିକାକୁ ଚଳ ଚଞ୍ଚଳ କରିବାର ଆବଶ୍ୟକତା ଅନିର୍ବାର୍ୟ୍ଯ ହୋଇପଡିଛି । ପ୍ରଶାସନ ଦୃଷ୍ଟି ଦେବାକୁ ଅଞ୍ଚଳବାସୀଙ୍କ ଅନୁରୋଧ । ଡ୍ରାଇଭର ସଂଘ ତରଫରୁ ପପୁ ଭିି ତାଙ୍କ ର ମତ ପ୍ରକାଶ କରିଛନ୍ତି ।