ରାଜ୍ୟର ଯୁବକଯୁବତୀଙ୍କୁ ନିଯୁକ୍ତି ଦାବିରେ କେନ୍ଦ୍ର ସରକାର ବିରୋଧରେ ବିକ୍ଷୋଭ

ଜୟପୁର (ସୌମ୍ୟରଂଜନ ସାହୁ): ବର୍ଷକୁ ଭାରତର ଦୁଇ କୋଟି ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବାପାଇଁ ଯେଉଁ ମିଛ ପ୍ରତିସୃତି ଦେଇଥିଲେ କେନ୍ଦ୍ରର ମିଛୁଆ ବିଜେପି ମୋଦି ସରକାର, ଆଜି ସାଢେ ଚାରି ବର୍ଷ ହେବାକୁ ଯାଉଛି ଭାରତ ବର୍ଷ ଛାଡ଼ନ୍ତୁ ଆମ ରାଜ୍ୟରେ ୩୬ଲକ୍ଷ ଯୁବକ ନିଯୁକ୍ତି ପାଇବା କଥା କିନ୍ତୁ ମିଛ ଭଣ୍ଡ ସରକାର କାହାକୁ ଵି ନିଯୁକ୍ତି ଦେଇ ନାହାନ୍ତି ତାହା ବଦଳ ରେ ନୋଟବନ୍ଦୀ କାରଣରୁ ଅନେକ ଯୁବକ ଯୁବତୀ ଚାକିରୀରୁ ବିଛେଦ ହଇଗଲେ ବୋଲି ଅଭିଯୋଗ କରିଛି ବିଜେଡି |

ଆମ ମାଟି ପାଣି ପବନ ଖଣିଜ ସମ୍ପଦ ନେଇଁ ଆମ ଲୋକଙ୍କ ରକ୍ତ ମାଂସରେ ଠିଆ ହୋଇ ରହିଛି HAL ଓ NALCO କିନ୍ତୁ ଆମ ଲୋକଙ୍କୁ ବିସ୍ଥାପିତ କରି ଆମ ଯୁବକ ଯୁବତୀଙ୍କୁ ନିଯୁକ୍ତି ନ ଦେଇ ବାହାର ରାଜ୍ୟ ର ଲୋକଙ୍କୁ ନିଯୁକ୍ତି ଦେଉଛନ୍ତି, ଏଇ କେନ୍ଦ୍ର ନେତା ମନ୍ତ୍ରୀ ମାନଙ୍କ ସିଫାରିଶରେ | ଏଥି ଯୋଗୁଁ ରାଜ୍ୟ ବିଜୁ ଜନତା ଦଳ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ HAL ଓ NALCO ଘେରାଉ କରିଥିଲା ଯୁବ ବିଜୁ ଜନତା ଦଳ| ଏଥିରେ ଜିଲ୍ଲା ସଭାପତି ଶ୍ରୀ ଈଶ୍ୱର ପାଣିଗ୍ରାହୀ, ରାଜ୍ୟ ଖଦିବାର୍ଡ ଅଧକ୍ଷ ଶ୍ରୀ ତେଜେଶ୍ୱର ପରିଡା, ପୂର୍ବତନ ବିଧାୟକ ଶ୍ରୀ ଗୁପ୍ତ ପ୍ରସାଦ ଦାଶ, ପୂର୍ବତନ ବିଧାୟକ ଶ୍ରୀ ରଘୁରମ ପୋଡଲ, ଗତ ନିର୍ବାଚନର ବିଧାୟକ ପ୍ରାର୍ଥୀ ଶ୍ରୀ ରଘୁରମ ମାଛ, ଜିଲ୍ଲା ଉପସଭାପତି ଶ୍ରୀ ତ୍ରିପୁରା ଗରଡ଼ା ଙ୍କ ସହ ମହିଳା ନେତ୍ରୀ ମାନେ ସାମିଲ ହୋଇଥିଲେ | ସଭାପତିତ୍ୱ କରୁଥିଲେ ଯୁବ ବିଜୁ ଜନତା ଦଳର ସଭାପତି ଅମିତ ଅଗ୍ରୱାଲ ଏବଂ ଯୁବ ବିଜୁ ଜନତା ଦଳ ରାଜ୍ୟ ସାଧାରଣ ସମ୍ପାଦକ | ଓଡିଶାର ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବା ଆମର ଦାବି ବୋଲି ବିଜେଡି ବିଷୋଭ ପ୍ରଦର୍ଶନ କରିଥିଲା |

Comments are closed.