Friday, March 29, 2024

Top 5 This Week

Related Posts

ପଞ୍ଚାୟତ ନିର୍ବାଚନ ପାଇଁ ପୁନଃ ତାଲିକା ପ୍ରକାଶ କରିବାକୁ ନିର୍ଦ୍ଧେଶ : ହାଇକୋର୍ଟ

ରିପୋର୍ଟ : ପ୍ରଣତି ସାବତ //
କାଶୀନଗର, (୨୨/୧୨) : ପଞ୍ଚାୟତ ନିର୍ବାଚନ ପାଇଁ ସରକାର ଗୋଟିଏ ପରେ ଗୋଟିଏ ପାଦ ଆଗେଇ ଚାଲିଥିବା ବେଳେ ଆଜି ଓଡ଼ିଶା ହାଇକୋର୍ଟ ଏହା ଉପରେ ରୋକ ଲଗାଇଛନ୍ତି ।

ପ୍ରକାଶ ଥାଉ କି ସରକାର ପଞ୍ଚାୟତ ନିର୍ବାଚନ ପାଇଁ ସଂରକ୍ଷଣ ତାଲିକା ପ୍ରକାଶ କରିବା ପରେ ଏହାକୁ ବିରୋଧ କରି ଓଡ଼ିଶା ହାଇକୋର୍ଟରେ ଏହି ସଂରକ୍ଷଣ ତାଲିକାରେ ଭୂଲ୍ ଭଟକା ରହିଛି ବୋଲି ଏକ ପିଟିସନରେ ଚାଲେଞ୍ଜ କରାଯାଇଛି । ପୁରୁଣା ବିଜ୍ଞପ୍ତି ଗ୍ରହଣୀୟ ନୁହେଁ ବୋଲି ହାଇକୋର୍ଟ କହିଛନ୍ତି । ସଂରକ୍ଷଣ ତାଲିକା ନୁଆରେ ରାଜ୍ୟ ସରକାର ଦେବାକୁ ନିର୍ଦ୍ଧେଶ ଦେଇଛନ୍ତି । ବିରେନ୍ଦ୍ର ଦାସ ନାମକ ଜଣେ ବ୍ୟକ୍ତି ଏହି ଚାଲେଞ୍ଜ କରିଥିଲେ । (୧୦) ୬ଏ ଙ୍କୁ ଚାଲେଞ୍ଜ କରାଯାଇଥିଲା ।

ଜନସଂଖ୍ୟାକୁ ଦୃଷ୍ଟିରେ ନ ରଖି ପଞ୍ଚାୟତ ରାଜ ସଚିବ ଏହି ବିଜ୍ଞପ୍ତି ପ୍ରକାଶ କରିଥିବାରୁ ଓଡ଼ିଶା ହାଇକୋର୍ଟ ଆଜି ଶୁଣାଣି କରି ଆଗାମୀ ମାର୍ଚ୍ଚ ୮ ସୁଦ୍ଧା ନିର୍ବାଚନ ପ୍ରକ୍ରିୟାକୁ ଶେଷ କରିବାକୁ କୁହାଯାଇଛି ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles