ଜିଲ୍ଲା ବିଜେପି ପକ୍ଷରୁ ବିଭିନ୍ନ ଦାବି ନେଇ ନବରଙ୍ଗପୁର ବ୍ଲକ ଘେରାଉ

ନବରଙ୍ଗପୁର ଜିଲ୍ଲା ପ୍ରତିନିଧି (ଏ. ସତୀଶ): ନବରଙ୍ଗପୁର ଜିଲ୍ଲା ବିଜେପି ସଭାପତି ଗୋବିନ୍ଦ ଜୈନ ନେତୃତ୍ୱରେ ବିଭିନ୍ନ ଦାବି ନେଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟ ରେ ଏକ ଦାବି ପତ୍ର ନବରଙ୍ଗପୁର ବିଡ଼ିଓଙ୍କୁ ପ୍ରଦାନ କରାଯାଇଛି।

ସ୍ଥାନୀୟ ଚାମୁରିଆଗୁଡା ଠାରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ବ୍ଲକ କାର୍ଯ୍ୟାଳୟରେ ଦଳୀୟ ନେତା ଓ କର୍ମୀ ପହଞ୍ଚି ମୁଖ୍ୟ ଫାଟକ ସମ୍ମୁଖରେ ଧାରଣା ଦେଇଥିଲେ।ନବରଙ୍ଗପୁର ବ୍ଲକରେ ସ୍ୱଚ୍ଛ ଭାରତ ଯୋଜନାରେ ବ୍ୟକ୍ତିଗତ ପାଇଖାନା ନିମ୍ନମାନ କାମ ହେଉଥିବା ସହ ନିର୍ମାଣ ପାଇଖାନା ବିଲ ପାଇଁ ୨ ହଜାର ଟଙ୍କା ଲାଞ୍ଚ ମାଗୁଥିବା , ବ୍ଲକରେ ଗୁହାଳ ଯୋଜନାରେ ଗୋଟିଏ ବି ହିତାଧିକାରୀ ଉପକୃତ ହୋଇନ ଥିବା ,ପ୍ରଧାନମନ୍ତ୍ରୀ ଆବାସ ଓ ବିଜୁ ପକ୍କାଘର ଯୋଜନାରେ ହିତାଧିକାରୀ, ସରପଞ୍ଚ ,ସମିତି ସଭ୍ୟ ଓ ୱାର୍ଡ ମେମ୍ବର ମାନଙ୍କ ଦ୍ୱାରା କମିଟି ଗଠନ କରି ଚୟନ , ଆମ ଗାଁ ଆମ ବିକାଶ ହେଉଥିବା କାର୍ଯ୍ୟ ଗୁଡିକ ଟେଣ୍ଡେର ମାଧ୍ୟମରେ କରାଯିବା ,ପ୍ରତି ପଞ୍ଚାୟତରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ , ଶିକ୍ଷା ଓ ସ୍ୱାସ୍ଥ୍ୟ ସେବାର ସୁବ୍ୟବସ୍ତା ,ପଞ୍ଚାୟତ ସମିତି କାର୍ଯ୍ୟଳୟ ରେ ହେଉଥିବା ପିସି ଓ ଅର୍ଥ ଆଦାୟ ବନ୍ଦ କରାଯିବା ଓ ବ୍ଲକ କାର୍ଯ୍ୟାଳୟ ପରିସର ମଧ୍ୟରେ ବିଶ୍ରାମ ଗୃହ ନିର୍ମାଣ କରାଯିବ ପାଇଁ ବିଜେପି ପକ୍ଷରୁ ଦାବି କରାଯାଇଛି।ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ସଭାପତି ଗୋବିନ୍ଦ ଜୈନ ,ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି କାହ୍ନୁ ଦାସ , ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କୁଞ୍ଜ ବିହାରୀ ଦାସ ,ଦିବାକର ପୂଜାରୀ ,ବିରେନ୍ଦ୍ର ପୂଜାରୀ ,ପୂର୍ବତନ ମନ୍ତ୍ରୀ ଡମ୍ବରୁ ମାଝୀ , ଅରୁଣ ପୂଜାରୀ , ଜିଲ୍ଲା ସମ୍ପାଦକ ମୂର୍ତଞ୍ଜୟ ଦାଶ , ମନୋଜ ମହାଙ୍କୁଡ଼ ,ମୃତଞ୍ଜୟ ମହାରଣା , ରାଜେନ୍ଦ୍ର କୁମାର ତ୍ରିପାଠୀ , ଦୈତାରୀ ମାଝୀଙ୍କ ସମେତ ଶତାଧିକ ବିଜେପି କର୍ମୀ ଯୋଗ ଦେଇଥିଲେ ।

Comments are closed.