Related Contents

ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ମାତୃ କର୍ମଶାଳା ଅନୁଷ୍ଠିତ

ପଦ୍ମପୁର(ତ୍ରିବିକ୍ରମ ପ୍ରଧାନ): ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଶିଶୁ ବଟିକା ବିଭାଗର ମାତୃକାର୍ମଶାଳା ଅନୁଷ୍ଠିତ ହୋଇଯାଇଛି |

ଉକ୍ତ ଉତ୍ସବରେ ସ୍ଥାନୀୟ ସଭାପତି ଶ୍ରୀଯୁକ୍ତ ଦ୍ୱାଦଶ କୁମାର ପଧାନ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଶିଶୁ ବଟିକା ପାଠ୍ୟକ୍ରମ ଉପରେ ମାର୍ଗ ଦର୍ଶନ କରିଥିବା ବେଳେ ମାନନୀୟ ପ୍ରଧାନ ଆଚାର୍ଯ୍ୟ ଶ୍ରୀ ଯୁବରାଜ ପଧାନ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ | ପ୍ରାତଃ ପର୍ଯ୍ୟାୟ ପ୍ରମୁଖ ସୁଜାତା ତ୍ରିପାଠୀ ଗୁରୁମା କାର୍ଯ୍ୟକ୍ରମ ର ସଂଯୋଜନା କରିଥିଲେ | ଉପସ୍ଥିତ ମାତୃ ମଣ୍ଡଳୀ ମାନଙ୍କୁ ଶିଶୁ ବଟିକା ବିଭାଗର ୧୨ଟି ଶୈକ୍ଷିକ ବିକାଶ ଉପରେ ପ୍ରାୟୋଗିକ କାଳାନ୍ସ ଗୁଡିକ ପ୍ରଦର୍ଶନ କରାଯାଇଥିଲା | ସମାରୋପ କାର୍ଯ୍ୟକ୍ରମରେ ସମ୍ମାନୀୟ ଡ଼.ବାଞ୍ଛାନିଧି ପଣ୍ଡା(ପୂର୍ବ-କ୍ଷେତ୍ର ସଭାପତି) ଯୋଗ ଦେଇ ହିନ୍ଦୁ ଘରର ସଂକଳ୍ପନା ଉପରେ ଆଲୋକପାତ କରିଥିଲେ | ଦୀନବନ୍ଧୁ ଡେହେରି ଗୁରୁଜୀ ଧନ୍ୟବାଦ ଅର୍ପଣ କରିଥିଲେ | ଉକ୍ତ କାର୍ଯ୍ୟକ୍ରମରେ ୧୦୭ଜଣ ମା ମାନେ ଯୋଗ ଦାନ କରିଥିଲେ | ସମସ୍ତ ଗୁରୁଜୀ ଗୁରୁମା ଙ୍କ ସହଯୋଗରେ କାର୍ୟକ୍ରମଟି ସଫଳ ହୋଇଥିଲା |

Comments are closed.