
ଜିଲ୍ଲା ଆଇନ ସେବା ପ୍ରାଧିକରଣ, ମାଲକାନଗିରି ଆନୁକୂଲ୍ୟରେ ମେଗା ରକ୍ତ ଦାନ ଶିବିର

ମାଲକାନଗିରି ଜିଲ୍ଲା ପ୍ରତିନିଧି (ଅସୀମ ବିଶ୍ୱାସ): ଆଜି ମାଲକାନଗିରି ଜିଲ୍ଲା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଓ ଯୁବ ରେଡ଼କ୍ରସରେ ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଉପଖଣ୍ଡିୟ ଦଣ୍ଡଅଧିକାରୀ କୋର୍ଟ ପରିସରରେ ସଭା ଗୃହରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଟିତ ହୋଇଯାଇଅଛି।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମାଲକାନଗିରି ଜିଲ୍ଲା ଜଜ ତଥା ଆଇନ ସେବା ପ୍ରାଧିକରଣ ଅଧକ୍ଷ୍ୟ ଶ୍ରୀ ମାନସ କୁମାର ମିଶ୍ର ସି.ଜେ.ଏମ ଶ୍ରୀ ଦେବାଶିଷ ପଣ୍ଡା, ରେଜିଷ୍ଟ୍ର ଶ୍ରୀ ହିମାଂଶୁ ଶେଖର ସିଂ, ସବ ଜର୍ଜ ଶ୍ରୀ ଜୀବଦାନନ୍ଦ ପାଢ଼ୀ, ସଚିବ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଶ୍ରୀ ଅମେରେଶ ନାୟକ, ଉପଖଣ୍ଡ ଦଣ୍ଡ ଅଧିକାରୀ ଶ୍ରୀମତୀ ସୁଚେତା କୃପାଳିନୀ, ଜେ.ଏମ.ଏ ଫ.ସି ମୋଟୁ ଶ୍ରୀ ଅସିତ କୁମାର ସିଂ, ବି.ଏସ.ଏଫ ୮୫ତମ ବଟାଲୀୟନର D.I.G ଶ୍ରୀ ବ୍ରଜେନ୍ଦ୍ର ସିଂ କମଣ୍ଡେଣ୍ଟ ଶ୍ରୀ ଅମରେନ୍ଦ୍ର କୁମାର ସିଂ, ଜଗଦୀପ ସିଂ ସାନ୍ଧୁ, ଜିଲ୍ଲା ଚିକିତ୍ସା ଅଧିକାରୀ ଶ୍ରୀ ଅଭିଜିତ ମହାନ୍ତି, ADMO ଶ୍ରୀ ଅମରେନ୍ଦ୍ର ମହାନ୍ତି, ଜିଲ୍ଲା ଯୁବ ରେଡ଼ କ୍ରୁସ ତଥା ଆବାହକ ଓ ସମ୍ପାଦକ ଡ଼. ରଞ୍ଜନ କୁମାର ସ୍ୱାଇଁ, ସଂଯୋଜକ ଶ୍ରୀ ଆଶିଷ ରାଥୋଡ଼, N.C.C ଅଫିସର ଶ୍ରୀ ସୁଶାନ୍ତ ମାଝୀ, ପରିବର୍ତ୍ତନ ସ୍ୱାସ୍ଛାସେବୀ ଅନୁଷ୍ଠାନ ମାଲକାନଗିରି ଓକିଲ ସଂଘ ସଭାପତି ଶ୍ରୀ ପ୍ରଫୁଲ୍ଲ କୁମାର ମହାପାତ୍ର ଓ ସମ୍ପଦକ ଶ୍ରୀ ଲମ୍ବୋଦର ତୁରୁକ ତଥା ମିଡ଼ିଆ ବନ୍ଧୁ ଓ କୋର୍ଟ ମେନଜର ଶ୍ରୀ ପ୍ରଣବ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ଏହା ସ୍ବେଚ୍ଛାକୃତ ରକ୍ତଦାନ ଶିବିରରେ ପ୍ରାୟ ଶହେରୁ ଉର୍ଦ୍ଧ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଆଇନ ସେବା ପ୍ରାଧିକରଣ, ବିଚାର ବିଭାଗୀୟ ଓ ଯୁବ ରେଡ଼କ୍ରସ ତରଫରୁ ଏହି ପ୍ରକାର ରକ୍ତଦାନ ଶିବିର ଜିଲ୍ଲାରେ ପ୍ରଥମ ଥର ହୋଇଛି ।