ମାଲକାନଗିରି ରେ ଏକ ଦିବସୀୟ କୃଷକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ମାଲକାନଗିରି ଜିଲ୍ଲା ପ୍ରତିନିଧି(ଅସୀମ ବିଶ୍ୱାସ): ମାଲକାନଗିରି ଏସ୍ ଏଲ୍ ଏନ୍ ଡ଼ି ଏସ୍ ସମ୍ମିଳନୀ କକ୍ଷରେ ଏକ ଦିବସୀୟ କୃଷକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି |

ସମାଜସେବୀ ଭାସ୍କର ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶିବିରରେ ପିଡି ଡି ଆର୍ ଡି ଏ ଲିଗଂରାଜ ପଣ୍ତା, ନାବାଡ୍ ଡି ଡି ଏମ୍ ସୁବାସ ମଗଂରାଜ, କେ ବି କେ ଅଧ୍ୟକ୍ଷ ଡ଼.ସମିର ଦାସ୍, ଉଦ୍ୟାନ ବିଭାଗ ଉପନିର୍ଦେଶକ ଡ଼ମ୍ବରୁଧର ରାଓ, କେବିକେ ବରିଷ୍ଠ ବୈଜ୍ଞାନିକ ନିଗମାନନ୍ଦ ବେହେରା, ରାଜ୍ୟ ନର୍ସରୀ ସଂଘ ସଭାପତି ରବିନ୍ଦ୍ର ଜେନା, ଡି ଆର୍ ଡି ଏ ର ଦିବ୍ୟାପଟନାୟକ, ନିତି ଆୟୋଗ କର୍ମକର୍ତ୍ତା, ପ୍ରମୁଖ ଯୋଗଦାନକରି ବାଡ଼ି ପ୍ରକଳ୍ପରେ ଅନ୍ତଫସଲ ଭାବେ ଉନ୍ନତ ଶଙ୍କର ଯାତୀୟ ପନିପରିବା ଡାଲିଯାତୀୟ ଫସଲ, ବୀହନବିଷୋଧନ ,ରୋଗପୋକ ନିୟନ୍ତ୍ରଣ, ଜଳସେଚନ ଉପରେ ଥିବା ସରକାରୀ ଯୋଜନା ଉପରେ ବୁଝାଇଥିଲେ | ଏଥିରେ ଶିଖପାଲୀ,ଶିଗଂରାଜ୍ ଖୁଣ୍ଟା ପାଲକୋଣ୍ଡା,ଗ୍ରାମର ସତାଧିକ ଚାଷୀ ଅଧ୍ୟାପକ ଡ଼ ରଞନକୁମାର ସ୍ବାଇଁ,ଆମ ଜିଲ୍ଲା ରେ ଭିତ୍ତିଭୂମି ଅଛି କିନ୍ତୁ ଆମେ ପଡୋସି ରାଜ୍ୟ ଉପରେ ନିର୍ଭର କରୁଥିବା ଦୃଭାଗ୍ୟଜନକ ବୋଲି କହିଥିଲେ, ଦିବାକରସେଠି ଧନ୍ୟବାଦ ଦେଇଥିଲେ |

Comments are closed.