ବୈପାରୀଗୁଡା ଥାନା ପକ୍ଷରୁ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ବୈପାରୀଗୁଡା(ଏନ. ସନ୍ତୋଷ କୁମାର): ବୈପାରୀଗୁଡା ଥାନା ଅନ୍ତର୍ଗତ କୋଟାଛକ ଠାରେ ଶୃଙ୍ଖଳା ଓ ସୁସ୍ଥ ପରିବେଶ ସହ ଲୋକଙ୍କ ସୁରକ୍ଷା ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |

ଉକ୍ତ କାର୍ଯ୍ୟକ୍ରମ ରେ ବୈପାରୀଗୁଡା ଥାନା ଅଧିକାରୀ ଅମିତାଭ ଦାସ ଯୋଗ ଦେଇ ଉପସ୍ଥିତ ସ୍ଥାନୀୟ ଦୋକାନୀ ମାନଙ୍କୁ ଶୃଙ୍ଖଳା ଓ ସୁସ୍ଥ ପରିବେଶ ବିଷୟରେ ଆଲୋକପାତ କରିଥିଲେ ଏବଂ ଉପସ୍ଥିତ ଦୋକାନୀ ମାନଙ୍କ ସୁରକ୍ଷା ପାଇଁ ଥାନା ତରଫରୁ ମୋବାଇଲ ନମ୍ବର ବଣ୍ଟନ କରାଯାଇଥିଲା | କୋଟାଛକ ଠାରୁ ବୈପାରୀଗୁଡା ଥାନା ୧୦ କିମି ଦୂର ହେତୁ ଆବଶ୍ୟକ ସ୍ଥଳେ ଲୋକେ ପୋଲିସ କୁ ଯୋଗାଯୋଗ କରିପାରୁ ନ ଥିବା ବେଳେ ଦୁର୍ବୁତ୍ତ ମାନଙ୍କ ଅଡ୍ଡା ସ୍ଥଳୀ ହୋଇ ଅସାମାଜିକ କାର୍ଯ୍ୟ ବଢ଼ିବାରେ ଲାଗିଛି | ଏଣୁ ଏହିପରି ପଦକ୍ଷେପ ନଇଁଯାଇଛି ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି | ସ୍ଥାନୀୟ ଦୋକାନୀ ମଧ୍ୟରୁ ସଦା ପରଜା , କେଦାର ଗୌରୀ ଦାସ, ବିଚିତ୍ର ପାଣିଗ୍ରାହୀ,ଧାନ ଗାଲେରୀ, ଗୋବିନ୍ଦ ଗୌଡ଼, ଶ୍ୟାମ ବିଷେଇ,ସହ ସମସ୍ତ ଦୋକାନୀ ଓ ଅଂଚଳ ବାସି ଥାନାବାବୁଙ୍କ ପଦକ୍ଷେପକୁ ପ୍ରଶଂସା କରିଥିଲେ |

Comments are closed.