ବିଭିନ୍ନ ଦାବିରେ ବେନ୍ଦ୍ରା ସ୍ଵାସ୍ଥ୍ୟ କେନ୍ଦ୍ରରେ ତାଲା ପକାଇଲେ ଗ୍ରାମବାସୀ

ଲୋଇସିଂହା(ବିମଳେନ୍ଦୁ ସାହୁ): ଲୋଇସିଂହା ଥାନା ତଥା ଆଗଲପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅନ୍ତର୍ଗତ ବେନ୍ଦ୍ରା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ରେ ଆଜି ସନ୍ଧ୍ୟାରେ ସ୍ଥାନୀୟ ଗ୍ରାମବାସୀ ତାଲା ପକାଇ ଦେଇଛନ୍ତି ।

ଏଥି ସହିତ ପ୍ରାୟ ସାତ ଜଣ କର୍ମଚାରୀଙ୍କୁ ଡାକ୍ତରଖାନା ପରିସର ମଧ୍ୟରେ ଅଟକ ରଖିଥିବା ଜଣାଯାଇଛି । ବେନ୍ଦ୍ରା ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଜଣକ ଡାକ୍ତରଖାନାକୁ ଆସୁନଥିବା ବେଳେ ଫାର୍ମାସିଷ୍ଟ ହି ଏଠାରେ ରୋଗୀଙ୍କ ଚିକିତ୍ସା କରୁଥିବା ଅଭିଯୋଗ ହୋଇଛି । ଏଥି ସହିତ ଡାକ୍ତରଖାନାର କର୍ମଚାରୀ ମାନେ ମଧ୍ୟ ନିୟମିତ ଭାବେ ଡାକ୍ତରଖାନାକୁ ଆସୁନଥିବା ଯୋଗୁଁ ରୋଗୀ ତଥା ତାଙ୍କ ପରିଜନ ହଇରାଣ ହରକତ ହେଉଛନ୍ତି । ଫଳରେ ଆଜି ବେନ୍ଦ୍ରା ସ୍ୱାସ୍ଥ୍ୟକେନ୍ଦ୍ରର କିଛି କର୍ମଚାରୀଙ୍କୁ ସ୍ଥାନୀୟ ବାସିନ୍ଦା ଡାକ୍ତରଖାନାରେ ଅଟକ ରଖିଥିଲେ । ଖବର ପାଇ ନିକଟସ୍ଥ ଆଗଲପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର କିଛି କର୍ମଚାରୀ ଘଟଣାର ସମାଧାନ ପାଇଁ ବେନ୍ଦ୍ରା ଆସିଥିବାବେଳେ ସେମାନଙ୍କୁ ମଧ୍ୟ ଉତ୍ୟକ୍ତ ଗ୍ରାମବାସୀ ଡାକ୍ତରଖାନା ପରିସରରେ ଅଟକ ରଖିଥିବା ଜଣାଯାଇଛି । ଖବର ଲେଖାଯିବା ପର୍ଯ୍ୟନ୍ତ(ରାତି ସାଢ଼େ ସାତ)ଘଟଣାର କୌଣସି ସମାଧାନ ହୋଇନଥିବା ଜଣାଯାଇଛି ।

Comments are closed.