ନବରଙ୍ଗପୁର ଜିଲ୍ଲା ଆଇନଜୀବୀ ସଙ୍ଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଲିକା ଦାହ

ନବରଙ୍ଗପୁର ଜିଲ୍ଲା ପ୍ରତିନିଧି (ଏ ସତୀଶ): ଓଡିଶା ଉଚ୍ଚ ନ୍ୟାୟାଳୟର ଆଇନଜୀବୀ ଦେବୀ ପ୍ରସାଦ ପଟ୍ଟନାୟକଙ୍କୁ ଅଗଷ୍ଟ ୨୮ରେ ପୋଲିସ ଦୁର୍ବ୍ୟବହାର କରିଥିବା ପ୍ରତିବାଦରେ ହାଇକୋର୍ଟ ବାର ଅନୁରୋଧ କ୍ରମେ ନବରଙ୍ଗପୁର ଜିଲ୍ଲା ସମସ୍ତ କୋର୍ଟ ଗତ ସେପ୍ଟେମ୍ବର ୧୦ତାରିଖରୁ ବନ୍ଦ କରି ଜିଲ୍ଲାର ଆଇନଜୀବୀ ମାନେ କାର୍ଯ୍ୟରୁ ବିରତ ରହିଛନ୍ତି ।

ରାଜ୍ୟ ସରକାର ପୋଲିସ ଓ ଆଇନଜୀବୀ ମାନଙ୍କ ସମସ୍ୟାର ସମାଧାନ କରିବା ପରିବର୍ତ୍ତେ ବିଜୁ ଆଇନ ସାମ୍ମୁଖ୍ୟ ଏହି ଆନ୍ଦୋଳନରୁ ଓହଁରିଯିବା ଦ୍ୱାରା ଆଇନଜୀବୀ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।ଏହି ଆନ୍ଦୋଳନକୁ ଦୁଇ ମାସ ହେବାକୁ ଥିବାବେଳେ ସରକାର କୌଣସି ଦୃଡ଼କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାରୁ ଏହି ଆନ୍ଦୋଳନ ଅଧିକ ତୀବ୍ରତର ହେବାରେ ଲାଗିଛି । ଓଡିଶା ହାଇକୋର୍ଟ ବାର ଅନୁରୋଧ କ୍ରମେ ସାରା ରାଜ୍ୟ ସହ ନବରଙ୍ଗପୁର ଜିଲ୍ଲା ବାର ସଦସ୍ୟ ମାନେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶ ପୁତ୍ତଲିକା ଦାହ କରିଛନ୍ତି।ନବରଙ୍ଗପୁର ଜିଲ୍ଲା ଓ ଦୌରା ଜର୍ଜଙ୍କ ଅଦାଲତ ସମ୍ମୁଖରେ ଆଇନଜୀବୀ ମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିରୋଧରେ ବିଭିନ୍ନ ସ୍ଲୋଗାନ ଦେଇ କୁଶପୁତ୍ତଲିକା ଦାହ କରି ପ୍ରତିବାଦ କରିଥିଲେ । ଏହି କାର୍ଯ୍ୟକ୍ରମରେ ସରକାର ଦ୍ୱାରା ନିଯୁକ୍ତ ହୋଇଥିବା ସରକାରୀ ଓକିଲ ମାନେ ଯୋଗ ଦେଇ ନ ଥିଲେ । ଆଇନଜୀବୀଙ୍କ ସମ୍ମାନ ଓ ମର୍ଯାଦାର ସୁରକ୍ଷା ପ୍ରତି ରାଜ୍ୟ ସରକାର ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ଅଭିଯୋଗ କରିଥିଲେ । ସଭାପତି ନରସିଂହ ତ୍ରିପାଠୀ ଓ ସମ୍ପାଦକ ରାମ ପ୍ରସାଦ ପାତ୍ରଙ୍କ ନେତୃତ୍ୱରେ ଉପସଭାପତି ହରି ନାରାୟଣ ବେହେରା, ସହ ସମ୍ପାଦକ ଦାମଧର ତ୍ରିପାଠୀ, କୋଷାଧ୍ୟକ୍ଷ ସୀମାଞ୍ଚଳ ପାତ୍ର, ଆଇନଜୀବୀ ଉମା ଶଙ୍କର ତ୍ରିପାଠୀ, ସମରେଶ ଗନ୍ତାୟତ, ନରେନ୍ଦ୍ର ମହାପାତ୍ର, ରବିନ୍ଦ୍ର ପ୍ରସାଦ ପାଢ଼ୀ, ସିରାଜୁଦିନ ଅହମ୍ମଦ, ମାନସ ତ୍ରିପାଠୀ, ଜେନିପର ସୁନା, ସ୍ବେହ୍ନଲତା ଦେବୀ, ପ୍ରଶାନ୍ତ ପଟନାୟକ, ଦିଲ୍ଲୀପ ବେହେରା, ଶ୍ରୀନିବାସ ପାତ୍ର, ପ୍ରଫୁଲ ସିଂ, କିଶୋର ପଟନାୟକ, ଏ. ସତୀଶ, ବିରେନ୍ଦ୍ର ନାୟକ, ବିଦୁ ଶେଖର ତ୍ରିପାଠୀ, ଗୋପାଳ ଶତପଥୀ, ଗୋପାଳ ପାଣିଗ୍ରାହୀ, ବରୁଣ ନାୟକ , ମିନ କେତନ ପୂଜାରୀ, ଅନୀଲ ଦୀନବନ୍ଧୁ, ସନ୍ତୋଷ ନାୟକ, ସଂଜୟ ସୁନା, ସାଇ ରାମ ସାମନ୍ତରାୟ, ଶଙ୍କର ନାରାୟଣ ବେହେରା ସହ ବହୁ ଆଇନଜୀବୀ ଯୋଗ ଦେଇଥିଲେ।

Comments are closed.