Advertisements

କଲ୍ୟାଣସିଂହପୁରରେ ଆଦିବାସୀ ଓ ହରିଜନ ମଧ୍ୟରେ ଗୋଷ୍ଠୀ ସଂଘର୍ଷ

କଲ୍ୟାଣ ସିଂହପୁର(ଅକ୍ଷୟ ପୀଡ଼ିସିକା): କଲ୍ୟାଣ ସିଂହପୁର ବ୍ଲକ ଶିକରପାଇ ଗ୍ରାମ ପଞ୍ଚାୟତର କଟଲାଙ୍ଗ ଗ୍ରାମ ରେ ଗତ ୨୫.୧୨.୨୦୧୭ ମସିହାରେ ଆଦିବାସୀ ଓ ହରିଜନ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା |

ସଂଘର୍ଷ କାରଣ ଥିଲା ଆଦିବାସୀ ମାନଙ୍କ ପଟ୍ଟାଜମିରେ ଘର ତିଆରି ଏବଂ ଗାଁଲୋକ ମାନଙ୍କୁ ଟଙ୍କା ମାଗି ନ ଫେରାଇବା ସଂପର୍କରେ ଗୋଣ୍ଡଗୋଳ ହୋଇଥିଲା | ସେହି ଗୋଣ୍ଡଗୋଳକୁ ସମାଧାନ କରିବା ପାଇଁ ଗତ ତା-୧୨.୩.୧୮ ରିଖରେ କଲ୍ୟାଣସିଂହପୁର ଥାନାରେ ଏକ ମିଟିଂ ବସି ଗୋଟିଏ ଲିଖିତ ରାଜିନାମା ଦେଇ ଶାନ୍ତିରେ ଥିବା ବେଳେ ପୁଣି ଆଜି ଏକ ଶାନ୍ତିପୂର୍ଣ୍ଣ ବୈଠକ ରଖି ଗ୍ରାମବାସୀ ମାନଙ୍କୁ ବୁଝାଇବାପାଇଁ ସ୍ଥାନୀୟ ସରପଞ୍ଚ, ବ୍ଲକ ଅଧ୍ୟକ୍ଷ, ଗୋଷ୍ଠୀଉନୟନ ଅଧିକାରୀ, ତହସିଲ୍ ଦାର, ଆଡିସିନାଲ ତହସିଲଦାର, ଆଇଆଇସି, ଏଏସଆଇ,ଏବଂ ପଂଚାୟତ କିଛି ଭଦ୍ରବ୍ୟକ୍ତି ଉପସ୍ଥିତରେ ଆଲୋଚନା କରାଯାଇ ଆସନ୍ତା ୧୫.୧୧.୧୮ରିଖରେ ବକେୟା ଥିବା ଫେରାଇ ପଟ୍ଟାଜମିରୁ ଉଠି ଯିବାକୁ ହରିଜନମାନେ ଲେଖିଦେଲେ |

Advertisements

Comments are closed.