ନୂତନ ପି ଡ଼ି ଙ୍କ କାର୍ଯ୍ୟରେ ଯୋଗଦାନ,ରାୟଗଡାର ଉନ୍ନତି ମୋର ଏକମାତ୍ର ଲକ୍ଷ୍ୟ

ରାୟଗଡା ଜ଼ିଲ୍ଲା ପ୍ରତିନିଧି (ଅମୂଲ୍ୟ ନିଶଙ୍କ): ରାୟଗଡା ଜ଼ିଲ୍ଲାର ନୂତନ ଜ଼ିଲ୍ଲା ଗ୍ରାମ୍ୟ ଉନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ଭାବେ ଯୁବ ଆଇ ଏ ଏସ ଅଧିକାରୀ ଅମ୍ରିତ ଋତୁରାଜ ଦାଇତ୍ୱ ଗ୍ରହଣ କରିଛନ୍ତି |

ଏହି ପରିପେକ୍ଷୀରେ ଅଫିସର କର୍ମଚାରୀ ଗଣ ପୁଷ୍ପଗୁଛ ଦେଇ ସ୍ୱାଗତ ଜଣାଇଥିଲେ | ଏଥି ପୂର୍ବରୁ ଶ୍ରୀ ରିତୁରାଜ ଗୁଣୁପୁର ଉପଜ଼ିଲ୍ଲାପାଳ ରୂପେ ଗତ ୨୦୧୭ମସିହାରେ କାର୍ଯ୍ୟରେ ଯୋଗଦାନ କରିବା ଗୁଣୁପୁର ଅଂଚଳର ବହୁ ସମସ୍ୟା ସମାଧାନ କରିବା ସହିତ ଜନସାଧାରଣଙ୍କ ଅତି ଆପଣାର ହୋଇପାରିଥିଲେ | ପୂର୍ବତନ ପି ଡ଼ି ସୁକାନ୍ତ ତ୍ରିପାଠୀଙ୍କ ସମ୍ବଲପୁର ବଦଳି ପରେ ଶ୍ରୀ ରିତୁରାଜଙ୍କୁ ପି ଡ଼ି ଦାଇତ୍ୱ ଦିଆଯାଇଥିଲା କିନ୍ତୁ ଆର୍ଥିକ କ୍ଷମତା ଦିଆଯାଇନଥିବାରୁ ଅଫିସ କାମରେ ବାଧା ସୃଷ୍ଟି ହେଉଥିଲା, ନିକଟରେ ରାଜ୍ୟ ସରକାର ଶ୍ରୀ ରିତୁରାଜଙ୍କୁ ପଦ ଉନ୍ନତି ଦେଇ ପି ଡ଼ି ଭାବେ ଅବସ୍ଥାପିତ କରିବାପରେ ସେ ଦାଇତ୍ୱ ଗ୍ରହଣ କରିଛନ୍ତି | ସୂଚନା ଯୋଗ୍ୟ ରାୟଗଡା ଜ଼ିଲ୍ଲା ପୁନର୍ଗଠନ ପରେ ପ୍ରଥମ କରିବା ଜଣେ ଆଇ ଏ ଏସ ଅଧିକାରୀ ପି ଡ଼ି ଭାବେ ଯୋଗଦାନ କରିଛନ୍ତି | ରାୟଗଜ଼ିଲ୍ଲାବାସୀ ଯୁବ ଅଧିକାରିଙ୍କ ଠାରୁ ଏହି ଜ଼ିଲ୍ଲାର ଉନ୍ନତି ନିମନ୍ତେ ବହୁ ଆଶା ରଖିଛନ୍ତି, ନୂତନ ଭାବେ କାର୍ଯ୍ୟରେ ଯୋଗଦାନ କରିବା ପରେ ଓଡିଶା ନ୍ୟୁଜ୨୪କୁ କହିଛନ୍ତି ଦଳମତ ନିର୍ବିଶେଷରେ ରାୟଗଡାର ଉନ୍ନତି ମୋର ଏକମାତ୍ର ଲକ୍ଷ୍ୟ |

Comments are closed.