୫୦ଶଯ୍ୟା ବିଶିଷ୍ଟ କ୍ରୀଡା ଛାତ୍ରୀନିବାସର ଶିଳାନ୍ୟାସ କଲେ ମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା

ମାଲକାନଗିରି ଜିଲ୍ଲା ପ୍ରତିନିଧି (ଅସୀମ ବିଶ୍ୱାସ): ମାନ୍ୟବର ଓଡିଶା ସରକାରଙ୍କ କ୍ରୀଡା ଓ ଯୁବସେବା,ସୂଚନା ଏବଂ ପ୍ରଯୁକ୍ତି ବିଦ୍ୟା ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ଚନ୍ଦ୍ର ସାରଥୀ ବେହେରା ମାଲକାନଗିରି ଜିଲ୍ଲା ୨ଦିନିଆ ଗସ୍ତରେ ଆସିଛନ୍ତି |

ଗତକାଲି ମାଲକାନଗିରି ସଦର ଷ୍ଟାଡିୟମ ଠାରେ ୫୦ଶଯ୍ୟା ବିଶିଷ୍ଟ କ୍ରୀଡା ଛାତ୍ରୀ ନିବାସର ଶୁଭ ଶିଳାନ୍ୟାସ ମାନ୍ୟବର ମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରାଙ୍କ କରକମଳରେ ସ୍ଥାପନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ମାନ୍ୟବର ବିଧାୟକ ମାନସ ମାଡକାମି ,ଜିଲ୍ଲାପାଳ ମନୀଷ ଅଗ୍ରୱାଲ ଓ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଅରୁଣ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.