ରାୟଗଡା କେନ୍ଦ୍ରୀୟ ବିଦ୍ୟାଳୟର ୪ଛାତ୍ରୀ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସରେ ଯୋଗଦେବେ

ରାୟଗଡା ଜ଼ିଲ୍ଲା ପ୍ରତିନିଧି(ଅମୂଲ୍ୟ ନିଶଙ୍କ): ଭୁବନେଶ୍ୱରଠାରେ ଆସନ୍ତା ନଭେମ୍ବର ୨,୩, ୪ ତାରିଖରେ ଅନୁଷ୍ଠିତ ହେବାକୁଥିବା ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ ପ୍ରତିଯୋଗିତାରେ ଯୋଗ ଦେବା ନିମନ୍ତେ ରାୟଗଡା କେନ୍ଦ୍ରୀୟ ବିଦ୍ୟାଳୟର ବରିଷ୍ଠ ଓ କନିଷ୍ଟ ବିଭାଗର ୪ ଜଣ ଛାତ୍ରୀ ମୋନନୀତ ହୋଇଛନ୍ତି |

ଜ଼ିଲ୍ଲାପାଲଙ୍କ କାର୍ଯ୍ୟାଳୟରେ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଓ ଜ଼ିଲ୍ଲା ପ୍ରସାଶନ ପକ୍ଷରୁ ଏକ ବୈଠକ ଜ଼ିଲପାଳଙ୍କ କାର୍ଯ୍ୟାଳୟ ଅନ୍ତର୍ଗତ ସଦଭାବନା ଗୃହରେ ଅନୁଷ୍ଠିତ ହୋଇଯାଇଛି | ରାୟଗଡା ଜ଼ିଲ୍ଲାପାଳ ତଥା କେନ୍ଦ୍ରୀୟ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଗୁହା ପୂନମ ତାପସ କୁମାରଙ୍କ ଅଧକ୍ଷତାରେ ଅନୁଷ୍ଠିତ ବୈଠକରେ ୨୬ତମ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବାକୁ ଯାଉଥିବା ବରିଷ୍ଠ ଏକାଦଶ ଶ୍ରେଣୀ ଛାତ୍ରୀ ଐଶ୍ଵରିଆ ମିଶ୍ର ଓ କନିଷ୍ଟ ବିଭାଗର ଅଷ୍ଟମ ଶ୍ରେଣୀ ଛାତ୍ରୀ ଚିନ୍ମୟୀ ରଥ ମୁଖ୍ୟ ଭୂମିକା ଗ୍ରହଣ କରିବେ | ତାଙ୍କୁ ସହଯୋଗ କରିବେ ବରିଷ୍ଠ ବିଭାଗରେ ଏକାଦଶ ଛାତ୍ରୀ ଶିବଙ୍ଗୀ ବକ୍ସିପାତ୍ର ଓ କନିଷ୍ଟ ବିଭାଗରେ ଅଷ୍ଟମ ଶ୍ରେଣୀ ଛାତ୍ରୀ ପାୟଲ ବେହେରା | କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଦୁର୍ଗା ପ୍ରସାଦ କହିଛନ୍ତି ଯେ ରାୟଗଡା ଜ଼ିଲ୍ଲାର ଆଦିବାସିଙ୍କ ଠାରେ ପ୍ରତିରୋଧକ ଓ ପୃଷ୍ଟିକର ଖାଦ୍ୟର ମୂଲ୍ୟ ବୋଧକ ଓ ପରିବେଶ ସନ୍ତୁଳନ ନୂତନ ଭାବେ ଇକୋ ସିଷ୍ଟମ ପ୍ରଭାବ ସୃଷ୍ଟି କରିବା | ଏହି ବୈଠକରେ ଜ଼ିଲ୍ଲା ବୈଠକ ଅଧିକାରୀ ଦେବରଚନ ବେହେରା ହିନ୍ଦୀ ଶିକ୍ଷକ ଏସ ଏ ନ ସିଂହ ଯୋଗଦେଇଥିଲେ ଓ ଅଭିଭାବକ ମାନେ ଯୋଗଦେଇଥିଲେ | ଭୁବନେଶ୍ୱରଠାରେ ଅନୁଷ୍ଠିତ ପ୍ରତିଯୋଗିତାରେ ଛାତ୍ରୀମାନଙ୍କୁ ଗାଇଡ଼ କରିବେ ବିଦ୍ୟାଳୟର ଶିକ୍ଷକ ଡ଼କ୍ଟର ରମେଶ କୁମାର ସାହୁ |

Comments are closed.