Related Contents

ବିଶ୍ୱ ମହିଳା ସାଂସଦ ସମ୍ୱିଲ୍ଲଣୀରେ ଯୋଗଦେଇ ଫେରିଲେ କନ୍ଧମାଳ ସାଂସଦ

ବାଲିଗୁଡା (ବିଭୁତି ଲହରିୟା): କନ୍ଧମାଳ ସାଂସଦ ଶ୍ରୀମତୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ବିଶ୍ୱ ମହିଳା ସାଂସଦ ସମ୍ମିଳନୀରେ ଯୋଗଦେଇ ଫେରିଛନ୍ତି |

ଚଳିତ ମାସ ୧୫ତାରିଖରୁ ୧୮ତାରିଖ ପର୍ଯ୍ୟନ୍ତ ସ୍ୱିଜରଲାଣ୍ଡ ର ରାଜଧାନୀ ଜେନେଭା ଠାରେ ଆୟୋଜିତ ଏହି ଅନ୍ତର୍ଜାତୀୟ ସମ୍ମିଳନୀରେ ବିଶ୍ୱରେ ମହିଳାମାନଙ୍କ ସ୍ଥିତି ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା | ଏଥିରେ ସାଂସଦ ଶ୍ରୀମତୀ ସିଂ ନିଜର ବକ୍ତବ୍ୟରେ ବିଶ୍ୱ ତଥା ଭାରତରେ ମହିଳା ନିର୍ଯ୍ୟାତନା, ଶିଶୁ ଶ୍ରମିକ ପ୍ରଥା ଏବଂ ମହିଳା ମାନଙ୍କର ସାମାଜିକ ସମ୍ମାନ ର ଆବଶ୍ୟକତା ସମ୍ପର୍କରେ ମତ ରଖିଥିଲେ | ବିଶେଷ କରି ଓଡିଶା ଭଳି ପଛୁଆ ରାଜ୍ୟ ମାନଙ୍କରେ ମହିଳା ମାନଙ୍କର ସାମାଜିକ ସ୍ଥିତି ସମ୍ପର୍କରେ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ଙ୍କ ବକ୍ତ୍ୟବ୍ୟ କୁ ବିଶ୍ୱ ମହିଳା ସାଂସଦ ସମ୍ମିଳନୀରେ ଶ୍ରୋତା ମାନଙ୍କୁ ଆକର୍ଷିତ କରିଥିଲା | ମିଳିତ ଜାତିସଂଘ ଦ୍ୱାରା ଆୟୋଜିତ ଏହି ସମ୍ମିଳନୀରେ ବିଶ୍ୱର ୧୭୦ ଦେଶର ପ୍ରତିନିଧି ଯୋଗ ଦେଇଥିଲେ | ଏଥିରେ ଭାରତର ୧୧ଜଣ ସାଂସଦ ଯୋଗଦେଇଥିବା ବେଳେ ଓଡ଼ିଶାର ଏକମାତ୍ର କନ୍ଧମାଳ ସାଂସଦ ପ୍ରତିନିଧି ଭାବେ ଯୋଗଦେଇଥିଲେ | ଏଥିରେ ଲୋକସଭା ବାଚସ୍ପତି ଙ୍କ ନେତୃତ୍ୱରେ ୧୦ଜଣିଆ ପ୍ରତିନିଧି ମଣ୍ଡଳୀ ଜେନେଭା ଗସ୍ତ କରିଥିଲେ |

Comments are closed.