ଗାଧୋଇବାକୁ ଯାଇ ନଦୀରେ ବୁଡି ଦୁଇ ଛାତ୍ର ମୃତ

ବରୀ, ଯାଜପୁର (ସତ୍ୟଜିତ ବାରିକ): ଆଜି ସକାଳେ ସବୁଦିନ ପରି ଆଜି ୫ଜଣ ସାଙ୍ଗ ଗାଧୋଇବା ପାଇଁ ପାଖ ବ୍ରାହ୍ମଣୀ ନଦୀକୁ ଯାଇଥିଲେ |

ସେମାନଙ୍କ ମଧ୍ୟରୁ ହଠାତ ଗୋଡ ଖସି ଯିବାରୁ ଦୁଇଜଣ ବୁଡି ଯାଇଥିଲେ । ସ୍ଥାନୀୟ ଲୋକଙ୍କ ସହ ବରୀ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ମିଶି ଉକ୍ତ ଦୁଇ ଛାତ୍ରଙ୍କୁ ଉଦ୍ଧାର କରି ବରୀ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ମାତ୍ର ଡାକ୍ତର ହିମାଂଶୁ ଶେଖର ନାଥଶର୍ମା ମୃତ ଘୋଷଣା କରିଥିଲେ। ସୂଚନା ଅନୁସାରେ ମୃତ ଛାତ୍ର ସାହୁପଡା ଗ୍ରାମର ରାଜୀବ ବାରିକଙ୍କ ପୁଅ ରାହୁଲ ବାରିକ ବୟସ୧୩ । ଦ୍ୱିତୀୟ କାର୍ତିକ ବାରିକ ।

Comments are closed.