Related Contents

ଘେଁସ ଦଶହରା ଓ ଶାରଦୀୟ ଦୁର୍ଗାପୂଜା ମହୋତ୍ସବ

ଘେଁସ, ସୋହେଲା (ଜଗବନ୍ଧୁ ସାହୁ): ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ଅନ୍ତର୍ଗତ ଘେଁସ ଠାରେ ପ୍ରସିଦ୍ଧ ଦଶହରା ପର୍ବ ଓ ଦୁର୍ଗାପୂଜା ତଥା ରାବଣ ପୋଡି ମହୋତ୍ସବ ସମାରୋହରେ ପାଳିତ ହୋଇଯାଇଛି | ଦୀର୍ଘ ପାଞ୍ଚଦିନ ଧରି ପାଳିତ ଏହି ପୂଜାରେ ଘେଁସ ଜମିଦାର ସହିତ ମାଧୋସିଂ ଙ୍କ ଦ୍ୱାରା ପୂଜିତ ଛ କୋର ଚୌରାଶି, ବୁଢାରଜା,ପାଟମେଶ୍ୱରୀ ଏଭଳି ବହୁ ଦେବାଦେବୀଙ୍କୁ ବିଧି ପୂର୍ବକ ପୂଜାର୍ଚ୍ଚନା କରାଯାଇଛି |

ସୂଚନାଯୋଗ୍ୟଯେ ପୂର୍ବରୁ ଏଠାରେ ପୋଢ଼ ବଳି ପରି ପଶୁ ବଳିର ପ୍ରଥାରେ ପୂଜାର୍ଚ୍ଚନା କୁ ଉଚ୍ଛେଦ କରାଯାଇ ତା ବଦଳରେ ନଡ଼ିଆ, ଯୁଗାର, ଗୁଆକୁ ଭୋଗ ଲଗାଇ ପୂଜା ଚାଲିଛି | ଏନେଇ ଘେଁସ ରାଜମାତା ମମତା ସିଂ ବରିହା କହିଛନ୍ତି ଯେ ସୃଷ୍ଟି କର୍ତ୍ତା ଦେବୀ ଦେବତା ତାଙ୍କରି ସନ୍ତାନ ସନ୍ତତିଙ୍କ ରକ୍ତ ଭୋଗ କରିବା ଭଳି ଅନ୍ଧବିଶ୍ୱାସକୁ ବାଦ ଦେଇ ମଣିଷ ଭିତରେ ଥିବା ହିଂସ୍ର ପଶୁ ଭଳି ବ୍ୟବହାର ଓ କର୍ମକୁ ବଳିଦେଇ ଶାନ୍ତି ପ୍ରତିଷ୍ଠା ରଖିବା ଭାଇଚାରା ଓ ସଦ୍ଭାବନା ସମ୍ପର୍କ ସୃଷ୍ଟି କରିବା ଯାତ୍ରାର ମୂଳ ଲକ୍ଷ | ପଣ୍ଡିତ ସୁଶାନ୍ତ କୁମାର ମିଶ୍ର ଦୁର୍ଗା ପୂଜା ଉପରେ କିଛି ଟିପ୍ପଣୀ ରଖି କହିଛନ୍ତି ଯେ ଘେଁସ ଦଶହରା ଓ ଦୁର୍ଗାପୂଜା ଏକ ଐତିହାସିକ ପୂଜାରୀ ଦେଶ ମାଟି ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ସେହି ବୀରପୁତ୍ର ସହିଦ ମାଧୋସିଂ ଓ ତାଙ୍କ ଚାରିପୁଟର କୁଞ୍ଜଳ ସିଂହ, ହଟେ ସିଂ, ବୈରୀ ସିଂ ଓ ଅଇରି ସିଂ ଙ୍କ ବଲ୍ରୁ ପୁଜାଟି ପ୍ରାରମ୍ଭ ହୋଇଥିବାର ଜଣାପଡେ | ତାଙ୍କରି ପଣ୍ଡିତ କାର୍ଯ୍ୟ ତୁଳାଉଥିବା ୧୫ବର୍ଷ ମଧ୍ୟରେ ଘେଁସ ଭଳି ବୀରମାଟିରେ ଅଂଚଳ ତଥା ଦୂରଦୂରାନ୍ତରୁ ଜନସମାଗମ ହୋଇଥିବା ଓ ମନୋକାମନା ପୂର୍ଣ୍ଣ ହେଉଥିବା ହେତୁ ଭକ୍ତଙ୍କ ଭିଡ ଜମି ଲାଗି ରହିଥିବାର କହିଛନ୍ତି | ପୁଜାଟିକୁ ବେଶ ମନୋରଞ୍ଜନ ଧର୍ମୀ କରିବା ଉଦ୍ଦେଶ୍ୟରେଏଇ କିଛି ବର୍ଷ ଭିତରେ ରାବଣ ରାଜ, ରାବଣ ପୋଡି, ରାମ ରାଜ୍ୟ ଶାସନ ଭଳି ଖୋଲା ମଞ୍ଚର ରଂଗମଂଚ କାର୍ଯ୍ୟକ୍ରମକୁ ବେଶ ଆଡମ୍ବର ସହ କରାଯାଉଛି |

ଗତ ୧୫ତାରିଖ ରୁ ୧୯ ତାରିଖ ପର୍ଯ୍ୟନ୍ତ ଚାଲିଥିବା କାର୍ଯ୍ୟକ୍ରମରେ ସୀତା ସ୍ଵୟମ୍ବର ଓ ପର୍ଶୁରାମ ଗଞ୍ଜନ, ନୌବିହାର, ସୀତା ଚୋରି,ପଦ୍ମଶ୍ରୀ ହଳଧର ନାଗ ଲଙ୍କେଶ୍ୱରୀ ଭୂମିକାରେ ନଗର ପରିକ୍ରମା ଓ ରାବଣ କୁ ଲଙ୍କାର ବିନାଶ ସୂଚନା ପ୍ରଦାନ ଭଳି କାର୍ଯ୍ୟକ୍ରମ ଦର୍ଶକ ଙ୍କ ହୃଦୟ ସ୍ପର୍ଶି ହୋଇଥିଲା | ରାବଣ ମହାରାଜଙ୍କ ନଗର ପରିଭ୍ରମଣ ରଙ୍ଗସଭା, କୁମ୍ଭକର୍ଣ୍ଣଙ୍କ ନିଦ୍ରା ଭଙ୍ଗ ଓ ବଧ, ତଥା ରାବଣ ପୋଡି ରେ ଆତସ ବାଜିର କାର୍ଯ୍ୟକ୍ରମ ସବୁ ହୋଇଯାଇଛି | ୨୦ ତାରିଖରେ ଭସାଣି ଉତ୍ସବ ସହିତ ଯାତ୍ରାର ପରିସମାପ୍ତି ଘଟିଥିବା ବେଳେ ଦଶହରା ଓ ଦୁର୍ଗାପୂଜା ଅଂଚଳ ବାସୀଙ୍କୁ ଭାଇଚାରା ଓ ସଦ୍ଭାବନାର ସମ୍ପର୍କ ସ୍ଥାପନର ସୂଚନା ଦେଇଅଛି |

Comments are closed.