Related Contents

ନଦୀ ପାଣିରେ ବୁଡି ଛାତ୍ର ମୃତ୍ୟୁ -ଅଂଚଳରେ ଶୋକର ଛାୟା

ଗୁଣୁପୁର (ପ୍ରଦୀପ ପାତ୍ର): ରାୟଗଡା ଜିଲ୍ଲାର ଗୁଣୁପୁର ବ୍ଲକର ବଂଶଧାରା ନଦୀରେ ବୁଡି ଜଣେ ଛାତ୍ର ମୃତ୍ୟୁ ବରଣ କରିଛନ୍ତି | ମୃତ୍ୟୁ ବରଣ କରିଥିବା ଛାତ୍ରର ନାମ ଚନ୍ଦନ ପଟ୍ଟନାୟକ ବୋଲି ଜଣାପଡିଛି |

ଗୁଣୁପୁରର ସ୍ଥାନୀୟ କରଣ ସାହିର ପ୍ରମୋଦ ପଟ୍ଟନାୟକଙ୍କ ପୁଅ ଚନ୍ଦନ ଓ ତାଙ୍କ ପିଉସୀ ପୁଅ ରିଙ୍କୁ ଦୁଇ ଜଣ ମିଶି ବଂଶଧାରା ନଦୀରେ ଗାଧୋଇବା ପାଇଁ ଯାଇଥିଲେ | ବଂଶଧାରା ପୋଲ ନିକଟରେ ଗାଧୋଇବା ସମୟରେ ସେଠାରେ ଥିବା ଭଉଁରୀ ଭିତରେ ଚାପି ହୋଇଯାଇଥିଲେ | ହେଲେ ସେଠାରେ ଗାଧୋଉଥିବା ଜଣେ ବ୍ୟକ୍ତି ରିଂକୁକୁ ଜୀବିତ ଅବସ୍ଥାରେ ଉଦ୍ଧାର କରିପାରିଥିଲେ ମଧ୍ୟ ତା ଭାଇ ଚନ୍ଦନକୁ ପାଣି ଭିତରେ ଖୋଜି ପାଇନଥିଲେ | ପରେ ଅଗ୍ନିଶମ ବିଭାଗ ଆସି ଚନ୍ଦନଙ୍କ ମୃତ ଶରୀରକୁ ଉଦ୍ଧାର କରିଥିଲେ | ମୃତ ଚନ୍ଦନ ଏବେ ବିଟେକ ର ଶେଷ ବର୍ଷରେ ଅଧ୍ୟୟନ କରୁଥିଲେ | ଚାନ୍ଦଙ୍କ ପ୍ରୂତ୍ୟୁ ଖବର ପାଇ ତାଙ୍କ ପରିବାରବର୍ଗ ରେ ଶୋକର ଛାୟା ଖେଳିଯାଇଛି | ଗତ ବର୍ଷ ମଧ୍ୟ ଏଭଳି ଏକ ଦୁର୍ଘଟଣାରେ ଦୁଇ ଜଣ ଛାତ୍ର ମୃତ୍ୟୁ ହୋଇଥିଲା | ସେହି ପାଣି ଭିତରେ ଏକ ବଡ ଭଉଁରୀ ରହିଥବା କଥା ଅଭିଯୋଗ ହୋଇ ଆସୁଛି ହେଲେ ପ୍ରଶାସନ ଚୁପ ରହିଥିବା ସାଧାରଣ ଲୋକେ କହୁଛନ୍ତି | ଏହାର କୌଣସି ପ୍ରତିକାର ନ କରାଯିବାରୁ ଜନସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଇଛି |

Comments are closed.