Related Contents

ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ମୃତ ଦେହ ଉଦ୍ଧାର

କାଲିମେଳା (ଅସୀମ ବିଶ୍ୱାସ): ଆଜି ସକାଳ ଭୋର ସକାଳ ପ୍ରାୟ ୫ଟା ସମୟରେ କାଲିମେଳା ଅନ୍ତର୍ଗତ ଏମ ପି ଭି ୮୧ ଗ୍ରାମରେ ଜଣେ ମହିଳାଙ୍କର ଝୁଲନ୍ତା ଅବସ୍ଥାରେ ମୃତ ଦେହ ମୋଟୁ ପୋଲିସ ଦ୍ୱାରା ଉଦ୍ଧାର ହୋଇଛି ।

ସୂଚନାରୁ ଜଣାପଡିଛିଯେ କାଲିମେଳା ବ୍ଲକ ଅନ୍ତର୍ଗତ ଏମ ପି ଭି ୮୧ଗ୍ରାମର ବିନ୍ଦୁ ହାଲଦରଙ୍କ ପତ୍ନୀ ସସ୍ମିତା ହାଲଦର ବୋଲି ଜଣା ପଡ଼ିଛି । ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ପ୍ରତ୍ୟେକ ଦିନ ଝଗଡା ଲାଗିଥାଏ ବୋଲି ପାଖ ପଡୋଶୀ ଓ ପରିବାର ଲୋକ କହିଥିଲେ | ବାହାଘର ୨୦ବର୍ଷ ବିତିଯାଇଥିଲେ ମଧ୍ୟ ସସ୍ମିତା ସହିତ ପରିବାର ସମ୍ପର୍କ ବେଶ ଭଲ ନଥିଲା ।
ମୃତ ସସ୍ମିତାଙ୍କ ବଡ ଭଉଣୀ ସୁପ୍ରିୟା ପାଲ ସାନ ଭଉଣୀ କାକାଲି ବିଶ୍ୱାସ ମା ସିପର ବିଶ୍ୱାସ ଓ ମାମୁ ସିକନାଥ ଚୋଷୁ ଘଟଣା ସ୍ଥଳରେ ପହଞ୍ଚି ଅଭିଯୋଗ ଆଣିଛନ୍ତି ଏହା ହତ୍ୟା କରାଯାଇ ଆତ୍ମହତ୍ୟାର ରୂପ ଦିଆଯାଇଛି ବୋଲି ମା ଘର ଲୋକ ସମାନ ପ୍ରତିକ୍ରିୟା ରହିଛି । ମୋଟୁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ରଘୁ ନାଥ ମାଝୀଙ୍କୁ ପଚାରିବାରୁ ଏହାର ଉପଯୁକ୍ତ ତଦନ୍ତ କରାଯାଇ ସତ୍ୟ ଘଟଣାଟି ପ୍ରକାଶ ପାଇବ ବୋଲି କହିଛନ୍ତି ।

Comments are closed.