Related Contents

ବରଗଡ ଜିଲ୍ଲାରେ ଭାଇ ଜୀଉନ୍ତିଆ ପାଳିତ

ବରଗଡ (ଚିତ୍ତରଞ୍ଜନ ସାହୁ): ଗତ ୧୬ତାରିଖ ପଶ୍ଚିମ ଓଡିଶାର ପ୍ରସିଦ୍ଧ ଗଣ ପର୍ବ ଭାଇ ଜୀଉନ୍ତିଆ ପାଳିତ ହୋଇଯାଇଛି । ମହାଷ୍ଟମୀ ଅବସରରେ ପଶ୍ଚିମ ଓଡିଶାର ଘରେଘରେ ଶ୍ରଦ୍ଧା ଓ ଭକ୍ତିର ସହ ଭାଇ ଜୀଉତିଆ ଓଷା ପାଳିତ ହୋଇଯାଇଛି ।

ବରଗଡ ଜିଲ୍ଲା ପୂଜା ମଣ୍ଡପ ଗୁଡିକରେ ମାଁ ଦୁର୍ଗାଙ୍କ ଆବାହନ ସହ ଭାଇ ଜୀଉତିଆ ପୂଜା ହୋଇଥିଲା । ମହିଳା ଓ ଯୁବତୀ ମାନେ ନିଜ ଭାଇର ମଙ୍ଗଳ ମନାସି ଦିନସାରା ନିର୍ଜଲା ଉପବାସ ରଖିଥିଲେ । ଦିନ ବେଳା ପୂଜା ପାଇଁ ପ୍ରସ୍ତୁତି କରିଥିଲେ । ସନ୍ଧ୍ୟାରେ ନୂଆ ବସ୍ତ୍ର ପିନ୍ଧି,ପୂଜା ସାମଗ୍ରୀ ନେଇ ସ୍ଥାନେ ସ୍ଥାନେ ଏକତ୍ରିତ ହୋଇ ଭାଇ ଜୀଉତିଆ ପୂଜା କରିଥିଲେ। ମହିଳା ମାନେ ନିଜ ନିଜ ପୂଜା ମଣ୍ଡପକୁ ଯାଇ ଭାଇର ମଙ୍ଗଳ ମନାସି ପୂଜାର୍ଚ୍ଚନା କରିଥିଲେ । ବିଭିନ୍ନ ମଣ୍ଡପରେ ମଧ୍ୟ ସେଥିପାଇଁ ମହିଳାଙ୍କ ଭିଡ଼ ଲାଗିଥିଲା । ମହିଳା ମାନେ ମାଁ ଦୁର୍ଗାଙ୍କୁ ଲିୟା ଯୁଗାର, ବିଭିନ୍ନ ପ୍ରକାରର ଫଳ,ଫୁଲ ଲଗାଇଥିଲେ । ପୂଜକ ମାନେ ମାଁଙ୍କ ପୂଜା କରିବା ସହ ସ୍ତୁତି ଗାନ କରିଥିଲେ ଉପବାସ କରିଥିବା ମହିଳା ମାନେ ପର ଦିନ ସକାଳେ ନିଜ ଭାଇ ମାନଙ୍କୁ ପୂଜା ହୋଇଥିବା ଦୁବ ବାନ୍ଧି ମାଙ୍କ ନିକଟରେ ସେମାନଙ୍କ ମଙ୍ଗଳ ସ୍କାମନା କରିଥିଲେ |

Comments are closed.