ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ ସରକାରୀ ଯୋଜନା ଉପରେ ତାଲିମ୍ ଶିବିର

0
223

ରିପୋର୍ଟ : ସୁଶାନ୍ତ ବେହେରା //
ବୌଦ୍ଧ, (୨୧/୧୨) : ବୌଦ୍ଧ ଜିଲ୍ଲା ସ୍ୱୟଂ ସହାୟକ ଗୋଷ୍ଠୀର ନେତ୍ରୀ ମାନଙ୍କ ପାଇଁ ବିଭିନ୍ନ ସରକାରୀ ବିଭାଗ ର ଯୋଜନା ଗୁଡିକ ଉପରେ ତାଲିମ ଶିବିର ଆୟୋଜିତ କରାଯାଇଛି |05891198 7114 4f05 bb5c ca9f7ac4619e ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ ସରକାରୀ ଯୋଜନା ଉପରେ ତାଲିମ୍ ଶିବିର

ତିନୋଟି ବ୍ଲକର ମୋଟ ୯ ଜଣ ମହାସଂଘ ସଦସ୍ୟାଙ୍କୁ ତାଲିମ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ, ବୌଦ୍ଧରେ ପି ଡି, ଡିଆରଡିଏ ଶ୍ରୀ ଅଶ୍ୱିନୀ ମେହେରଙ୍କ ଅଧ୍ୟକ୍ଷତାରେ ଓ ବିଭିନ୍ନ ସରକାରୀ ବିଭାଗର ଉପସ୍ଥିତିରେ ଆୟୋଜନ କରାଯାଇଛି | ଏହା ପରେ ଏହି ମହାସଂଘ ସଦସ୍ୟା ମାନେ ବ୍ଲକ ସ୍ତରରେ ପଞ୍ଚାୟତ ସ୍ତରୀୟ ମହାସଂଘ ସଦସ୍ୟା ମାନଙ୍କୁ ଏହି ବିଷୟରେ ପ୍ରଶିକ୍ଷଣ ଦେବେ ଓ ତତପାଶ୍ଚାତ୍ ଗ୍ରାମୀଣ ସ୍ତରରେ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନଙ୍କ ପାଇଁ ସଚେତନତା କାର୍ଯ୍ୟକ୍ରମ କରାଯିବ |

165c97e8 00d7 4f8c a2ce 3173b8adcbd9 ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ ସରକାରୀ ଯୋଜନା ଉପରେ ତାଲିମ୍ ଶିବିର

ଏହି ଶିବିରରେ ଜିଲ୍ଲାର କୃଷି ବିଭାଗ, ମତ୍ସ୍ୟ ବିଭାଗ, ପ୍ରାଣୀ ବିଭାଗ, ଉଦ୍ୟାନ ବିଭାଗ, ଜଙ୍ଗଲ ଓ ପରିବେଶ ବିଭାଗ, ପଞ୍ଚାୟତିରାଜ ବିଭାଗର ଅଧିକାରୀ ମାନେ ଯୋଗ ଦେଇ ବିଭିନ୍ନ ବିଭାଗର ଯୋଜନା ଗୁଡିକ ବିଷୟରେ ପ୍ରଶିକ୍ଷଣ ଦେଇଥିଲେ |

ଜିଲ୍ଲା ସ୍ତରୀୟ ଏହି ତାଲିମ ଶିବିର ଡି ପି ସି ମିଶନ ଶକ୍ତି, ଶ୍ରୀ ଦେବଦତ୍ତ ମିଶ୍ର, ଡିପିଏମ ଓଡିଶା ଅଜୀବିକା ମିଶନ, ଶ୍ରୀ ଫ୍ରାନସିସ ବାର୍ଲାଙ୍କ ଦ୍ୱାରା ଆୟୋଜିତ ହୋଇଥିଲା | ବ୍ଲକ ସ୍ତରୀୟ ମିଶନ ଶକ୍ତି କର୍ମକର୍ତା ଓ ସିଡିପିଓ ବୌଦ୍ଧ ଓ ହରଭଙ୍ଗା ଉପସ୍ଥିତ ଥିଲେ |