ରାଣୀ ପେଣ୍ଠ ସହକାରୀ ରାଜସ୍ବ ନିରୀକ୍ଷକ ନିଲମ୍ବିତ : ବିଶୃଙ୍ଖଳା ଆଚରଣ ମହଙ୍ଗା ପଡ଼ିଲା

0
171

ରିପୋର୍ଟ : ପ୍ରଣତି ସାବତ //
କାଶୀନଗର, (୨୧/୧୨) : ନିଜର ବିଶୃଙ୍ଖଳିତ ଆଚରଣ ପାଇଁ ରାଣୀ ପେଣ୍ଠ ସହକାରୀ ରାଜସ୍ବ ଅଧିକାରୀ ଚାକିରିରୁ ନିଲମ୍ବିତ ହୋଇଥିବା ଜଣାଯାଇଛି ।

ପ୍ରକାଶ ଥାଉ କି ରାଣୀ ପେଣ୍ଠ ସହକାରୀ ରାଜସ୍ବ ନିରୀକ୍ଷକ ସରସ୍ଵତୀ ପାଇକ ନିଜ ଚାକିରିରୁ ନିଲମ୍ବିତ ହୋଇଥିବା ଜଣପଡ଼ିଛି । ଗତ ସୋମବାର ଦିନ ଏହି ଆଦେଶ ପହଞ୍ଚି ଥିବା ଜଣାଯାଇଛି । ନିଜର ଅଫିସରଙ୍କୁ ଏକ ନିର୍ଦ୍ଧିଷ୍ଟ ରାଜନୈତିକ ଦଳକୁ ଧରି ଅଫିସ୍ ରେ ପସି ବିଶୃଙ୍ଖଳିତ ବ୍ୟବହାର କରିଥିବାରୁ ଅନ୍ତଃ ଅଫିସ୍ ସ୍ତରୀୟ ତଦନ୍ତ ମାନନୀୟ ଉପ ଜିଲ୍ଲାପାଳଙ୍କ ନେତୃତ୍ୱରେ ତଦନ୍ତ ହୋଇଥିଲା । ସରସ୍ଵତୀଙ୍କ ଅଭିଯୋଗ ତହସିଲଦାର ତାଙ୍କୁ ଅସଦ୍ ବ୍ୟବହାର କରିଥିଲେ, କିନ୍ତୁ ତଦନ୍ତରେ ଜଣାପଡିଲା କୀ ତହସିଲଦାର କୌଣସି ଆସାଦ୍ ବ୍ୟବହାର କରିନାହାନ୍ତି । ଓଲଟା ଶ୍ରୀମତୀ ପାଇକ ହିଁ ନିଜେ ଖୋଲିଥିବା ଗାତରେ ପଡିଲେ ।

ଶ୍ରୀମତୀ ପାଇକଙ୍କ ଏତାଦୃଶ କାର୍ଯ୍ୟକଳାପକୁ ସରକାରୀ ଦଳ ଓ ବୁଦ୍ଧିଜୀବୀ ଘୋର ନିନ୍ଦା କରିଥିଲା । ସେହି ରାଜନୈତିକ ଦଳକୁ ଆଉ କିଛି ଈଶ୍ୟୁ ନ ଥିବାରୁ ଏଭଳି ଆନ୍ଦୋଳନ କରିଥିଲେ ବୋଲି କହିଛନ୍ତି । କିନ୍ତୁ ସତ୍ୟର ବିଜୟ ହୋଇଛି ବୋଲି ବୁଦ୍ଧିଜୀବୀ ମତ ଦେଇଛନ୍ତି ।