Thursday, March 28, 2024

Top 5 This Week

Related Posts

ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାର ସମ୍ପ୍ରସାରଣକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର, (୨୧/୧୨) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା କୁ ଆର୍ଥିକ ବର୍ଷ ୨୦୨୫-୨୬ ପର୍ଯ୍ୟନ୍ତ ଜାରୀ ରଖିବା ନିଷ୍ପତିକୁ ଅନୁମୋଦନ ଦେବା ଦ୍ୱାରା ଓଡ଼ିଶା ସମେତ ଦେଶର ୨୨ ଲକ୍ଷ ଚାଷୀ ଲାଭ ପାଇବେ ବୋଲି ଟ୍ୱିଟ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଚାଷୀଙ୍କ କଲ୍ୟାଣ ଦୃଷ୍ଟିରେ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାକୁ ଆର୍ଥିକ ବର୍ଷ ୨୦୨୧-୨୨ ରୁ ୨୦୨୫-୨୬ ପର୍ଯ୍ୟନ୍ତ ଜାରୀ ରଖିବା ପାଇଁ ନିଷ୍ପତି ନେଇଥିବାରୁ ପ୍ରଧାନମନ୍ତ୍ରୀ ଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ । ଏହି ଐତିହାସିକ ନିଷ୍ପତି ଦ୍ୱାରା ଦେଶର ୨.୫ ଲକ୍ଷ ଅନୁସୂଚିତ ଜାତି ଏବଂ ୨ ଲକ୍ଷ ଅନୁସୂଚିତ ଜନଜାତି ବର୍ଗର ଚାଷୀଙ୍କ ସମେତ ୨୨ ଲକ୍ଷ ଚାଷୀ ଲାଭ ପାଇବେ ବୋଲି ସେ କହିଛନ୍ତି ।

ଶ୍ରୀ ପ୍ରଧାନ କ୍ୟାବିନେଟର ଅନ୍ୟ ଏକ ନିଷ୍ପତି ନେଇ ଟ୍ୱିଟ୍ କରିଛନ୍ତି କେନ୍ଦ୍ର କ୍ୟାବିନେଟ ଦେଶରେ ସେମିକଣ୍ଡକ୍ଟର୍ସ ଏବଂ ଡ଼ିସପ୍ଲେ ମ୍ୟାନୁଫ୍ୟାକ୍ଚରିଂର ଏକ ଇକୋସିଷ୍ଟମ ତିଆରି କରିବା ପାଇଁ ଏକ ମହତ୍ୱକାଂକ୍ଷୀ ଯୋଜନା କୁ ମଞ୍ଜୁର ଦେଇଛନ୍ତି । ଏହି ଯୋଜନା ଅନ୍ତର୍ଗତ ଆଗାମୀ ୬ ବର୍ଷ ମଧ୍ୟରେ ୭୬ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ କରାଯିବାର ଯୋଜନା କରାଯାଇଛି ।

ଭାରତକୁ ଏକ ବିଶ୍ୱସ୍ତରୀୟ ଇଲୋକ୍ଟ୍ରୋନିକ ହବରେ ଭାବରେ ବିକଶିତ କରିବା, ମେକ୍ ଇନ୍ ଇଣ୍ଡିଆକୁ ଗତି ଦେବା, ସେମିକଣ୍ଡକ୍ଟର ଚିପ୍ସର ଡ଼ିଜାଇନ, ଫେବ୍ରିକେସନ, ପ୍ୟାକେଜିଂ ଏବଂ ଚେଷ୍ଟିଂ କ୍ଷେତ୍ରରେ ରୋଜଗାର ଏବଂ ସ୍ୱରୋଜଗାରର ସୁଯୋଗ ତିଆରି କରିବା ଦିଗରେ ଏହା ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ ।

ଏହା ବ୍ୟତିତ ରୂପେ ଡେବିଟ୍ କାର୍ଡ ତଥା କମ୍ ମୂଲ୍ୟର ଭିମ୍ ୟୁପିଆଇ ଟ୍ରାନଜାକ୍ସନ କୁ ପ୍ରୋତ୍ସାହନ ଦେବା ପାଇଁ ୧୩୦୦ କୋଟି ର ସହାୟତା ରାଶିକୁ କ୍ୟାବିନେଟ୍ ମଞ୍ଜୁର ଦେଇଛି । ଏହି ନିଷ୍ପତି ଡ଼ିଜିଟାଲ ପେମେଂଟ ବ୍ୟବସ୍ଥାକୁ ଅଧିକ ବଢ଼ାଇବାରେ ସହାୟକ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

Popular Articles