Related Contents

ରାମନାଗୁଡ଼ାରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି-୭୬ଅଭିଯୋଗ ଶୁଣାଣିର ସମାଧାନ

ରାମନାଗୁଡ଼ା (ରଞ୍ଜନ ନାୟକ ବେହେରା): ରାୟଗଡା ଜିଲ୍ଲା ରାମନାଗୁଡ଼ା କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା |

ଜିଲ୍ଲାପାଳ ଗୁହା ପୁନମ ତାପସ କୁମାର ଯୋଗ ଦେଇ ସମୁଦାୟ ୭୬ଅଭିଯୋଗ ଶୁଣାଣି କରିଥିଲେ | ସେଥିମଧ୍ୟରୁ ୫୯ଟି ବ୍ୟକ୍ତିଗତ ଓ ୧୭ଟି ସାମୁହିକ ନେଇ ଉଦ୍ଦିଷ୍ଟ ଥିଲା | ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ୨ଜଣଂକୁ ୭୦୦୦ ଟଙ୍କା ଓ ଜଣକୁ ୧୦୦୦୦ଟଙ୍କାର ଚେକ ପ୍ରଦାନ କରାଯାଇଥିଲା | ଏହି ଅଭିଯୋଗ ଶୁଣାଣି ସମୟରେ ସମସ୍ତ ଅଭିଯୋଗ ର ସମାଧାନ ହୋଇଥିଲା | ଏହି ଅଭିଯୋଗ କୁ ତୁରନ୍ତ ଫଇସଲା କରିବାକୁ ଜିଲ୍ଲାପାଳ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ | ଏହି ଅଭିଯୋଗ ଶୁଣାଣି ଶିବିରରେ ଗୁଣୁପୁର ଉପଜିଲ୍ଲାପାଳ ଅମୃତ ଋତୁରାଜ, ଜିଲ୍ଲା ବନଖଣ୍ଡ ଅଧିକାରୀ ଦେବରାଜ ବେହେରା, ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ସଂଯୁକ୍ତ ସାହୁ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ପି ଆର ପ୍ରମୁଖ ଉପସ୍ଥିତ ରହିଥିବାବେଳେ ସମସ୍ତ ଲଇଁ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ | ବିଡ଼ିଓ ସୁଧାକର ରଇତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ |

Comments are closed.