Friday, March 29, 2024

Top 5 This Week

Related Posts

ବିଜେଡ଼ି ତରଫରୁ ୩୩ ନମ୍ବର ଜୋନସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, ତା(୨୦/୧୨) : ଲୋଇସିଂହା କଲ୍ୟାଣମଣ୍ଡପ ଠାରେ ବିଜେଡ଼ି ତରଫରୁ ୩୩ ନମ୍ବର ଜୋନ ସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ପ୍ରକାଶ ମହାରଣା ଯୁବ ସଭାପତି ବିଜୁ ଜନତା ଦଳ ଲୋଇସିଂହା ଙ୍କ ନେତୃତ୍ୱରେ ଆଜିର ମୁଖ୍ୟ ଅତିଥି ପୂର୍ବତନ ଲୋକସଭା ସାଂସଦ କଳିକେଶ ନାରାୟଣ ସିଂଦେଓଙ୍କ ବକ୍ତବ୍ୟରେ ଓଡିଶା ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଗୋଟିଏ ପରିବାର ବର୍ଷକୁ ୧୦ ଲକ୍ଷ ଟଙ୍କାର ଲାଭ ଉଠାଇ ପାରିବ lWhatsApp Image 2021 12 21 at 11.33.43 AM ବିଜେଡ଼ି ତରଫରୁ ୩୩ ନମ୍ବର ଜୋନସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ

ନବୀନ ସରକାର ଯାହା କହନ୍ତି ତାକୁ ବିଜେଡ଼ି ତରଫରୁ ୩୩ ନମ୍ବର ଜୋନ ସ୍ତରୀୟ କର୍ମୀ ସମ୍ମିଳନୀ କାର୍ଯ୍ୟରେ ଲାଗୁ କରନ୍ତି, ଯେଉଁଟା କି କାଳିଆ ଯୋଜନା ହେଉ କି ଟଙ୍କିକିଆ ଚାଉଳ ହେଉ, ଏସଏଚଜି ଗ୍ରୁପ ମାଧ୍ୟମରେ ଓଡିଶା ସାରା ଏକ କୋଟିର ନବୀନ ଯୋଜନା ଚଲେଇଛନ୍ତି । ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ୨୦୨୨ କୁ ସମସ୍ତ ବିଜୁ ପରିବାର ଏକମତ ହୋଇ ଆଗାମୀ ନିର୍ବାଚନରେ ଯେଉଁ ପଦବୀ ମାନ ଅଛି ସବୁଥିରେ ବାଜିମାତ କରିନେବ ବୋଲି ଶ୍ରୀଯୁକ୍ତ ସିଂହଦେଓ ଲୋକଙ୍କୁ କହିଛନ୍ତି l

ସମ୍ମାନିତ ଅତିଥି ରାଜ୍ୟସଭା ସଭ୍ୟ ନିହାରରଞ୍ଜନ ବେହେରାଙ୍କ ଉଦେଶ୍ୟରେ ଓଡିଶା ସରକାର ନିରବଛିନ୍ନ ଭାବେ ଲୋକଙ୍କ ସେବା ଯୋଗାଇ ଆସୁଛନ୍ତି ଓ ଆସିବେ କେବଳ ଆମ ସମସ୍ତଙ୍କ ସହଯୋଗ ଦରକାର l ଜିଲ୍ଲା ଉପ ସଭାପତି ବିଜୁ ଜନତା ଦଳ ନୀତେଶ ଅଗ୍ରୱାଲ ଓ ଜିଲ୍ଲା ସମ୍ପାଦକ ବିଜୁ ଜନତା ଦଳ ଅଶୋକ ବରିହାଙ୍କ ବକ୍ତବ୍ୟ ରେ ୨୦୧୨ ନିର୍ବାଚନରେ ଯେଭଳି ଭାବେ ୱାର୍ଡମେମ୍ବର, ସମିତି ଓ ଜିଲ୍ଲା ପରିଷଦ ର ବିପୁଳ ପରିମାଣରେ ଏହି ୩୩ ନମ୍ବର ଜୋନରେ ବିଜୟ ଲାଭ ହୋଇଥିଲା ତାହାର ପୁନରାବୃତ୍ତି ୨୦୨୨ ରେ ଦେଖିବାକୁ ମିଳୁ ବୋଲି ପ୍ରକାଶ କରିବା ସହ ସମସ୍ତେ ସଂକଳ୍ପ ନେବା ଓ ବିଜୁ ଜନତା ଦଳକୁ ବିଜୟ କରାଇ ଯେଉଁସବୁ କାମ ଅଟକି ଯାଇଛି ତାକୁ ସମ୍ପୂର୍ଣ୍ଣ କରିବା ବୋଲି କହିଛନ୍ତି l

ନୂତନ ଭାବେ ହୃଦାନନ୍ଦ ବେହେରା ଲୋଇସିଂହା ବ୍ଲକ ସଭାପତି ବିଜୁ ଜନତା ଦଳ ଦାୟିତ୍ୱ ନେଇଥିବା ସଂକଳ୍ପ କରିଛନ୍ତି ଯେ ମୋତେ ଯେଉଁ ଦାୟିତ୍ୱ ଦିଆଯାଇଛି ତାକୁ ପୂର୍ଣ୍ଣ ମାତ୍ରାରେ କାର୍ଯ୍ୟରେ ପରିଣତ ବିଜୁ ଜନତା ଦଳ ତରଫରୁ ୩୩ ନମ୍ବର ଜୋନ ସ୍ତରୀୟ କର୍ମୀ ସମ୍ମିଳନୀ ରେ କରିବି ବୋଲି ପ୍ରକାଶ କରିଛନ୍ତି l

ଏହାସହ ବିଜୁ ଜନତା ଦଳ ଜିଲ୍ଲା ସଭାନେତ୍ରୀ ଦମୟନ୍ତୀ ବାଗ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ରିସି କୁମାର ଅଗ୍ରୱାଲ, ଜ୍ୟୋତ୍ସ୍ନାମୟୀ ନାଗ ବ୍ଲକ ସଭାନେତ୍ରୀ ଲୋଇସିଂହା, ବରିଷ୍ଠ ନେତା ସହଦେଵ ସା ଓ କୈଳାଶ ଚନ୍ଦ୍ର ମହାନ୍ତିଙ୍କ ବିଜୁ ଜନତା ଦଳଙ୍କ ଉଦ୍ଦେଶ୍ୟରେ ନବୀନ ସରକାରଙ୍କ ମମତା ଯୋଜନା, ହରିଶ୍ଚନ୍ଦ୍ର ଯୋଜନାକୁ ଆଲୋକପାତ କରିବା ସହ ସମସ୍ତେ ଏକମତ ହୋଇ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ୨୦୨୨ କୁ ଆଖି ଆଗରେ ରଖି ବିଜୟୀ ହେବାକୁ ଲୋକଙ୍କୁ ଦୃଷ୍ଟି ଆକର୍ଷଣ କରିଛନ୍ତି l

ଉକ୍ତ କର୍ମୀ ସମ୍ମିଳନୀ କାର୍ଯ୍ୟକ୍ରମରେ ସୁରେନ ମେହେର, ରବୀନ୍ଦ୍ର ନାଏକ, ଅଜୟ ବେହେରା, ସରୋଜ ପୁଟେଲ, ସରୋଜ ମହାକୁର, ପ୍ରଶାନ୍ତ କଏଣ୍ଡା, ବାସୁଦେବ ମେହେର, କୁନା ଭୋଇ, ସୁଧୀର ଦାନୀ ଓ ଶେଷଦେବ ପାଢୀ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରି ସାଫଲ୍ୟ କରିଛନ୍ତି ।

Popular Articles