ଅବକାରୀ ବିଭାଗ ଦ୍ୱାରା ଅତର୍କିତ ଚଢ଼ାଉ : ବିପୁଳ ଗଞ୍ଜେଇ ଜବତ, ଦୁଇଜଣ ଅଭିଯୁକ୍ତ ଗିରଫ

0
132

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ, ତା.(୧୯/୧୨) : ଅବକାରୀ ବିଭାଗ ଦ୍ୱାରା ଅତର୍କିତ ଚଢ଼ାଉ କରାଯାଇ ବିପୁଳ ପରିମାଣରେ ଗଞ୍ଜେଇ ଜବତ କରିବା ସହିତ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।WhatsApp Image 2021 12 20 at 8.17.36 AM ଅବକାରୀ ବିଭାଗ ଦ୍ୱାରା ଅତର୍କିତ ଚଢ଼ାଉ : ବିପୁଳ ଗଞ୍ଜେଇ ଜବତ, ଦୁଇଜଣ ଅଭିଯୁକ୍ତ ଗିରଫ

ରାୟଗଡ଼ା ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ରଙ୍କ ନିର୍ଦ୍ଦେଶରେ ଅବକାରୀ ଅଧିକ୍ଷକ ରାୟଗଡ଼ ଶ୍ରୀମତି ନିନା ବେଉରାଙ୍କ ତତ୍ୱାବଧାନରେ ରାୟଗଡ଼ ସଦର ମହକୁମାରୁ ଏକ ସ୍ୱତନ୍ତ୍ର ଦଳ ଗଠନ କରି ବିଷମକଟକ ଅବକାରୀ ଥାନା ର ଭାରପ୍ରାପ୍ତ ଅଧିକାରୀ ଏବଂ ସମସ୍ତ କର୍ମଚାରୀ ଗତ ତା:-୧୮/୧୨/୨୦୨୧ ରିଖରେ ଚନ୍ଦ୍ରପୁର ଥାନା ଅନ୍ତର୍ଗତ ଗଗୁଆପଦର ଗ୍ରାମରେ ଅବକାରୀ ବିଭାଗ ଦ୍ୱାରା ଅତର୍କିତ ଚଢ଼ାଉ କରି ୬୪ କି.ଗ୍ରା. ଚୋରା ଗଞ୍ଜେଇ ଜବତ କରାଯାଇଛି । ଉକ୍ତ ଧରପଗଡ଼ରେ ଦୁଇ ଜଣ ଆସାମୀ ଯଥା :- (୧) ଉପେନ୍ଦ୍ର ବେଡ୍ରେକା ଏବଂ (୨) ନରେନ୍ଦ୍ର ବେଡ୍ରେକାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଜବତ ଗଞ୍ଜେଇ ଆନୁମାନିକ ମୂଲ୍ୟ ଟ. ୩,୨୦,୦୦୦ ହେବ ବୋଲି ବିଭାଗୀୟ ସୂତ୍ରରୁ ପ୍ରକାଶ ।

ଉକ୍ତ ଧରପଗଡ଼ରେ ରାୟଗଡ଼ା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ସୂର୍ଯ୍ୟ ନାରାୟଣ ରଥ, ଲୋହାର ଅବକାରୀ ଥାନା ଶ୍ରୀ ରଘୁନାଥ ମୁଣ୍ଡା, ଜିଲ୍ଲା ଭ୍ରମୟମାଣ ଅବକାରୀ ଥାନା ର ସମସ୍ତ କର୍ମଚାରୀ ଏବଂ ବିଷମକଟକ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ରାଶି ନାୟକ ଓ ସମସ୍ତ କର୍ମଚାରୀ ସାମିଲ ଥିଲେ ।