Related Contents

ଅଙ୍ଗନୱାଡି କର୍ମୀ ଚୟନ ପ୍ରକ୍ରିୟାରେ ଅନିୟମିତତା-ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ଗ୍ରାମବାସୀ

କୋରାପୁଟ ଜିଲ୍ଲା ପ୍ରତିନିଧି (ରବିଶଙ୍କର ମହାପାତ୍ର): ବୋରିଗୁମ୍ମା ବ୍ଳକ ଗୁଜୁନିଗୁଡା ଗ୍ରାମ ପଞ୍ଚାୟତର କ୍ରୀସାନୀଗୁଡା ଗ୍ରାମରେ ଅଙ୍ଗନବାଡି କର୍ମୀ ଚୟନରେ ଦୁର୍ନୀତି ଅଭିଯୋଗ କରି ଜିଲ୍ଲାପାଳଙ୍କୁ ଅଭିଯୋଗ ଦାଖଲ କରିଛନ୍ତି ଗ୍ରାମବାସୀ ।

ଗତ ପ୍ରାୟ ୨୦ଦିନ ତଳେ ହଠାତ୍ ବିନା ପୂର୍ବ ସୂଚନାରେ କ୍ରୀସାନୀଗୁଡା ଗ୍ରାମକୁ ମିଟିଂ କରିବାକୁ ଚାଲିଆସିଥିଲେ ବୋରିଗୁମ୍ମା ସିଡିପିଓ । ତାଙ୍କ ସହିତ ଥିଲେ ସେହି ପଞ୍ଚାୟତର ସୁପରଭାଇଜର ଏବଂ ଟେଙ୍କର ଗ୍ରାମର ଅଙ୍ଗନୱାଡି କର୍ମୀ । ଉପସ୍ଥିତ କିଛି ଗ୍ରାମବାସୀଙ୍କ ସମ୍ମତି କ୍ରମେ ଗ୍ରାମର ଜଣେ ବୋହୁ ତିଲକଦେଇ ମୁଦୁଲିଙ୍କ ନାମ ଚୂଡାନ୍ତ କରାଗଲା କିନ୍ତୁ ବୋରିଗୁମ୍ମା ଆସିଲା ପରେ ପ୍ରାର୍ଥୀନିଙ୍କ ନାମ ବଦଳିଗଲା । ତିଲକଦେଈ ମୁଦୁଲିଙ୍କ ବଦଳରେ କମଳା କ୍ରୀସାନୀଙ୍କୁ ନିଯୁକ୍ତି ପ୍ରଦାନ କରାଯିବ ବୋଲି ଅତି ଆଶ୍ଚର୍ଯ୍ୟଜନକ ଭାବେ ସିଡିପିଓ ଶ୍ରୀମତି ପ୍ରତିମା ରାହୁଳ କହିଥିଲେ । ଅବଶ୍ୟ ଜିଲ୍ଲାପାଳ ଶ୍ରୀ କେ.ସୁଦର୍ଶନ ଚକ୍ରବର୍ତ୍ତୀ ଅଭିଯୋଗ ଶୁଣିବା ପରେ ଗ୍ରାମବାସୀ ସାମାନ୍ୟ ଆଶ୍ବସ୍ତି ଅନୁଭବ କରିଛନ୍ତି । ସମସ୍ୟାର ତୁରନ୍ତ ସମାଧାନ ନ ହେଲେ ଅଦାଲତର ଆଶ୍ରୟ ନେବାପାଇଁ ପ୍ରସ୍ତୁତ ଥିବା କଥା ଗଣମାଧ୍ୟମରେ ପ୍ରକାଶ କରିଛନ୍ତି ।

Comments are closed.