Thursday, March 28, 2024

Top 5 This Week

Related Posts

ବୀରନରସିଂପୁର ନର୍ସରୀ ଠାରେ ପଞ୍ଚମ ଗଡ଼ଜାତ ଲୋକ ମହୋତ୍ସବ ଉଦଯାପିତ

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୨୦/୧୨) : ବୀରନରସିଂପୁର ନର୍ସରୀ ଠାରେ ଗତ ୧୫ ତାରିଖରୁ ଆରମ୍ଭ ହୋଇଥିବା ପଞ୍ଚମ ଗଡ଼ଜାତ ଲୋକ ମହୋତ୍ସବ ଉଦଯାପିତ ହୋଇଯାଇଛି ।

ବୀରନରସିଂପୁର ନର୍ସରୀ ଠାରେ ଏହି ଉଦଯାପିତ ସମାରୋହରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ ଯୋଗଦେଇ ବୌଦ୍ଧ ଗଡ଼ଜାତ ର ସ୍ୱର୍ଣ୍ଣିମ ଇତିହାସ କୁ ରୁଦ୍ଧିମନ୍ତ କରିବା ପାଇଁ ମହୋତ୍ସବ ଏକ ଶ୍ରେଷ୍ଠ ମାଧ୍ୟମ ବୋଲି ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବେ ଫୁଲବାଣୀ ଜିଲ୍ଲା ଓକିଲ ସଂଘ ର ସଭାପତି ସିଦ୍ଧେଶ୍ୱର ଦାସ, ମୁଖ୍ୟବକ୍ତା ଭାବେ ବୌଦ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧ୍ରୁବଚରଣ ଘିବେଲା ଯୋଗ ଦେଇଥିଲେ ।

ମହୋତ୍ସବ କମିଟି ର ସଭାପତି ଶ୍ରୀ ବିଶ୍ୱଜିତ ମିଶ୍ର କାର୍ଯ୍ୟ କ୍ରମରେ ଅଧ୍ୟକ୍ଷତା କରି ଥିଲା ବେଳେ ସମ୍ପାଦକ ଦେବାଶିଷ ମହାକୁଳ ବିବରଣୀ ପାଠ କରିଥିଲେ । ସଦସ୍ୟ ବିଜୟ କୁମାର ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ଦୁଃଖିଶ୍ୟାମ ଗାଇଗୌରିଆ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଗଡ଼ଜାତ ଅଞ୍ଚଳର ପ୍ରତିଭାବାନ ବ୍ୟକ୍ତି ଡ. ପ୍ରବୀର କୁମାର ଦାସ ଙ୍କୁ ସମାଜସେବୀ ଭାବରେ, ଡ଼ଃ. ବିଜୟ କୁମାର ସାହୁ ଙ୍କୁ ଉତ୍ତମ ଚିକିତ୍ସକ ଭାବେ, ହରପ୍ରସାଦ ପଣ୍ଡାଙ୍କୁ ଅଗ୍ରଣୀ କୃଷକ ଭାବେ, ଶିକ୍ଷାବିତ୍ ଭାବେ ସୁରେନ୍ଦ୍ର କୁମାର ପ୍ରଧାନ ଙ୍କୁ, ବୈଦ୍ୟୁତିକ ଗଣମାଧ୍ୟମ ର ପ୍ରତିନିଧି ସଞ୍ଜିବ କୁମାର ମହାକୁଡ ଓ ଦୈନିକ ଖବର କାଗଜ ଧରିତ୍ରୀ ର ଜିଲ୍ଲା ପ୍ରତିନିଧି ଅଜିତ କୁମାର ବାରିକଙ୍କୁ ଅତିଥି ମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା ।

ଏଥି ସହିତ ସୁନାମଧନ୍ୟ କଣ୍ଠଶିଳ୍ପୀ ପ୍ରସନ୍ନ ଜିତ୍ ସାମଲ, ସନ୍ତୋଷ ଦାଶ ଓ ରୁବି ଜେନାଙ୍କୁ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମ ର ପ୍ରଥମ ପର୍ଯ୍ୟାୟରେ ଏକ ଯୁବ ସଚେତନତା କର୍ମଶାଳା ମହିଳା ମହାବିଦ୍ୟାଳୟ ର ଅଧ୍ୟକ୍ଷ ରବୀନ୍ଦ୍ର ନାଥ ଗୁରୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଥିଲା । ଏହି କର୍ମଶାଳାରେ ପ୍ରଶିକ୍ଷକ ଭାବରେ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ର ଯୁବ ରେଡକ୍ରସ୍ ସମ୍ପାଦକ ଡ. ପ୍ରବୀର କୁମାର ଦାସ, ବାଉଁଶୁଣୀ ପ୍ରାଣୀ ଚିକିତ୍ସକ ଶ୍ରୀ ପ୍ରିୟବ୍ରତ ବେହେରା, ସିନେ ନିର୍ଦ୍ଦେଶକ ଶ୍ରୀ ବନମାଳି ରଣା, ପରିବେଶ ସଂଗଠନ ସୁରକ୍ଷା ମଞ୍ଚ ର ଜିଲ୍ଲା ସଂଯୋଜକ ଲିଙ୍ଗରାଜ ମହାକୁଡ ପ୍ରମୁଖ ଯୋଗଦେଇ ଉପସ୍ଥିତ ଯୁବଗୋଷ୍ଠୀଙ୍କୁ ନିଜକୁ ଶ୍ରେଷ୍ଠ କରିଗଢି ତୋଳି ଦେଶ ମାତୃକା ର ସେବା ରେ ଉତ୍ସର୍ଗ କରିବା ପାଇଁ ସମସ୍ତଙ୍କୁ ପ୍ରେରଣା ଦେଇଥିଲେ ।

ଏହି କର୍ମଶାଳାରେ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ, ମହିଳା ମହାବିଦ୍ୟାଳୟ, ଆଦର୍ଶ ସ୍ନାତକ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ପ୍ରଶିକ୍ଷଣ ନେଇଥିଲେ । ଏହି ପାଞ୍ଚଦିନ ବ୍ୟାପି ମହୋତ୍ସବ ରେ ଅନୁଷ୍ଠାନ ର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ସହଯୋଗ କରିଥିଲେ ।

Popular Articles